କୋରାପୁଟ ରୁ ଘରକୁ ଫେରୁଥିବା ରାତିର ଘଟଣା ! ଟ୍ରକ ଡ୍ରାଇଭରଙ୍କ ସହ ହଠାତ ଘଟିଲା କିଛି ଏମିତି…

ଦିନେ ରାତିରେ ରାଜୁ ଏବଂ ତାଙ୍କ ମାଲିକ ଦୀପକ ଟ୍ରକରେ କୋଇଲା ବୋଝେଇ କରି କୋରାପୁଟରୁ ଫେରୁଥିଲେ । ସେହି ସମୟରେ ରାଜୁ ନୂଆ ନୂଆ ଟ୍ରକ ଚଳେଇ ଶିଖିଥିଲେ । ସେ ଯେପରି ଭଲ ଭାବେ ଟ୍ରକ ଚଲେଇ ପାରିବେ ସେଥିପାଇଁ ତାଙ୍କୁ ଏମିତି ମଝିରେ ମଝିରେ ଟ୍ରକ ଚଳେଇବାକୁ ଦିଅନ୍ତି ଦୀପକ ।

ସେ ଟ୍ରକ ଚଲେଇ ଶିଖିଥିଲେ ମଧ୍ୟ ତାଙ୍କୁ ଟ୍ରକ ଚଲେଇବାକୁ ଏବେ ବି ଭୟ ଲାଗୁଥିଲା । ସେଥିପାଇଁ ଦୀପକ ତାଙ୍କୁ ଆଉ ଟିକେ ଜୋରରେ ଟ୍ରକ ଚଲେଇବାକୁ କହିଲେ । କିନ୍ତୁ ରାଜୁ ଜୋରରେ ଚଳେଇବା ବଦଳରେ ମଝି ରାସ୍ତାରେ ହଠାତ ଟ୍ରକ ଅଟକାଇ ଦେଇଥଲେ । ଦୀପକ ତାଙ୍କୁ କହିଲେ କି, ‘ଆରେ ମୁଁ ତୋତେ କହୁଛି ଜୋରରେ ଗାଡି ଚଲେଇବାକୁ ଆଉ ତୁ କଣ ଗାଡି ଅଟକେଇ ଦେଲୁ ?’ ହେଲେ ରାଜୁ ଉତ୍ତର ଦେଲେ କି ରାସ୍ତା ମଝିରେ ଗୋଟେ ଛୋଟ ପିଲାଟି ଠିଆ ହେଇଛି ସେ କେମିତି ଗାଡି ଅଟକାଇ ନ ଥାନ୍ତେ ।

ଦୀପକ ଦେଖିଲେ ରାସ୍ତାରେ ତ କେହି ନାହାନ୍ତି । ସେ ଭାବିଲେ କି, ରାଜୁ ଭଲରେ ଟ୍ରକ ଚଲେଇ ନ ଜାଣିଥିବାରୁ ଏମିତି ବାହାନା ଦେଖାଉଛନ୍ତି । ତେଣୁ ସେ ରାଜୁଙ୍କୁ ପାଟି କଲେ । ଏମିତି ବାରମ୍ବାର ହେବା ପରେ ସେମାନେ ଓହ୍ଲାଇ ତଳକୁ ଗଲେ ହେଲେ ସେଠାରେ କେହି ମଧ୍ୟ ନ ଥିଲେ । ତେଣୁ ଦୀପକ ନିଜେ ଟ୍ରକ ଚଳାଇଲେ । କିଛି ବାଟ ଆଗକୁ ଯିବା ପରେ ଏଥର ଦୀପକଙ୍କୁ ମଧ୍ୟ ସେ ଛୋଟ ପିଲାଟି ଟ୍ରକ ସାମନାରେ ଠିଆ ହୋଇଥିବାର ଦେଖାଗଲା । ଆଉ ଦୀପକ ବ୍ରେକ ମା-ରି ତୁରନ୍ତ ଗାଡି ଅଟକାଇ ଦେଲେ ।

ଆଉ ରାଜୁଙ୍କୁ ଭୟରେ ଥରି ଥରି କହିଲେ, ‘ଆରେ ରାଜୁ ମୁଁ ସେ ଛୋଟ ପିଲା ଉପରେ ଗାଡି ଚଢେଇ ଦେଲି ।’ ସେମାନେ ଗାଡିରୁ ଓହ୍ଲାଇ ଯାଇ ଦେଖିଲେ ଟ୍ରକ ତଳେ କେହି ମଧ୍ୟ ନାହାନ୍ତି । ଦୀପକ ଓ ରାଜୁ ଖୁବ ଆଶ୍ଚର୍ଯ୍ୟ ହୋଇଗଲେ କି ତାଙ୍କ ସହ କଣ ହେଉଛି । ସେମାନେ ଭ-ୟ-ରେ ଯାଇ ଟ୍ରକରେ ବସିଲେ । ଆଉ ଦୀପକ ଦେଖିଲେ ଟ୍ରକ ଠୁ କିଛି ଦୂରରେ ସେହି ପିଲାଟି ର-କ୍ତା-କ୍ତ ହୋଇ ଠିଆ ହୋଇଛି । ଦୀପକ ଭାବିଲେ ପିଲାଟିକୁ ସାହାଯ୍ୟ ଦରକାର ସେଥିପାଇଁ ସେ ଆଉ ଥରେ ଟ୍ରକରୁ ଓହ୍ଲାଇ ପିଲାଟି ପାଖକୁ ଗଲେ ।

କିନ୍ତୁ ପିଲାଟି ଭ-ୟ-ରେ ଦୌଡିବାକୁ ଲାଗିଲା । ତେଣୁ ଦୀପକ ମଧ୍ୟ ତା ପଛେ ପଛେ ଗଲେ । କିଛି ଦୂର ଯିବା ପରେ ଦୀପକଙ୍କ ଗୋଡ ମୋଡି ହୋଇଯିବାରୁ ସେ ତଳେ ପ-ଡି-ଗ-ଲେ ଓ ବେହୋସ ହୋଇଗଲେ । କିଛି ସମୟ ପରେ ହୋସ ଆସିବାରୁ ଦେଖିଲେ ସେହି ପିଲାଟି ତାଙ୍କ ସାମନାରେ ଠିଆ ହୋଇଛି । କିନ୍ତୁ ତାଙ୍କ ପଛ ପଟେ ମଧ୍ୟ କିଏ ଥିବା ଭଳି ତାଙ୍କୁ ଅନୁଭବ ହେଲା । ସେ ପଛ ବୁଲି ଦେଖିଲେ ଭୟାନକ ରୂପ ଧରି ଠିଆ ହୋଇଛନ୍ତି ଜଣେ ମହିଳା ।

ସେ ଭୟରେ ସେଠାରୁ ଦୌଡିବାକୁ ଚେଷ୍ଟା କରିବା ବେଳେ ମହିଳା ଜଣଙ୍କ ତାଙ୍କ ଗୋଡ ଧରି ତାଙ୍କୁ ଆଉ ଥରେ ପକେଇ ଦେଲେ । ଏପରି ବେଳେ ହଠାତ ରାଜୁ ଆସି ତାଙ୍କୁ ସେଠାରୁ ଉଦ୍ଧାର କରି ନେଇ ହସ୍ପିଟାଲରେ ଭର୍ତ୍ତି କରେଇଲେ ।

ସେଠାରେ ସମସ୍ତଙ୍କୁ ଏହି ଘଟଣା କହିବ ପରେ ସେମାନେ କହିଥିଲେ ସେହି ରାସ୍ତାରେ ଜଣେ ଟ୍ରକ ଡ୍ରାଇଭର ସେମାନଙ୍କୁ ଲିଫ୍ଟ ଦେବା ବାହାନାରେ ଦୁ-ଷ୍କ-ର୍ମ କ-ରି ହ-ତ୍ୟା କରିଥିଲା । ସେଥିପାଇଁ ସେହି ରାସ୍ତାରେ ପ୍ରାୟତଃ ସେହି ମା ପୁଅଙ୍କୁ ଅନେକ ଲୋକ ଦେଖନ୍ତି ଓ ଦୁ-ର୍ଘ-ଟ-ଣା-ର ସମୁଖୀନ ମଧ୍ୟ ହୁଅନ୍ତି । ଆଗକୁ ଏହିପରି ପୋଷ୍ଟ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।