ଦେଶର ସବୁଠୁ ଅଧିକ ଡେଙ୍ଗା Couple ହେବା ସହିତ, ସବୁଠୁ ଅଧିକ ଡେଙ୍ଗା Family ଅଟନ୍ତି ପୁନେ ର ଏହି ଫ୍ୟାମିଲି, ଯାହାଙ୍କ height ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଆଜିର ବିଜ୍ଞାପନ ସମୟରେ ଖାଦ୍ୟପେୟ ସାମଗ୍ରୀ ମଧ୍ୟ ବିଜ୍ଞାପନ ବଳରେ ବିକ୍ରି ହୋଇ ଯାଉଛି । କିନ୍ତୁ ସେଗୁଡିକର ଲାଭ ଏବଂ କ୍ଷତି କେହି ଜାଣୁ ନାହାନ୍ତି । ଏମିତି କିଛି ଜିନିଷ ଅଛି ଯାହା ପିଲାଙ୍କ ଉଚ୍ଚତା ବୃଦ୍ଧି କରିବା ପାଇଁ ମଧ୍ୟ ବିକ୍ରି ହେଉଛି ।

କିନ୍ତୁ ସେସବୁର ବାସ୍ତବିକ ଲାଭ କଣ ତାକୁ ବ୍ୟବହାର କରୁଥିବା ଲୋକ ମଧ୍ୟ ସଠିକ ଭାବେ କହି ପାରନ୍ତି ନାହିଁ । ତିନି ଦଶକ ପୂର୍ବର କଥା କହିଲେ, ସେତେବେଳେ ଉଚ୍ଚତା ବଢାଇବା ପାଇଁ ଲୋକେ କେତେବେଳେ ଗଛରେ ଝୁଲୁଥିଲେ ତ କେତେବେଳେ ବାସ୍କେଟବଲ ଖେଳୁଥିଲେ । ଏହାପରେ ମଧ୍ୟ ଉଚ୍ଚତା ବଢୁ ନ ଥିଲା । ଏହାର କାରଣ ହେଉଛି ଉଚ୍ଚତା ବୃଦ୍ଧି ପାଇବା ଏକ ଜେନେଟିକାଲ ପ୍ରୋସେସ ଅଟେ ।

ତେବେ ଆଜି ଆମେ ଆପଣଙ୍କୁ ଭାରତର ଏପରି ଏକ ପରିବାର ବିଷୟରେ କହିବୁ ଯେଉଁମାନେ ସବୁଠୁ ଅଧିକ ଉଚ୍ଚତା ଥିବା ପରିବାର ବୋଲି ରେକର୍ଡ ହାସଲ କରିଛନ୍ତି । ପୁନେର କୁଲକର୍ଣ୍ଣୀ ଫ୍ୟାମିଲିକୁ ଦେଶର ସବୁଠୁ ଲମ୍ବା ପରିବାର ବୋଲି କୁହାଯାଏ । କାରଣ ସେମାଙ୍କ ପରିବାରର ପ୍ରତ୍ଯେକ ସଦସ୍ୟଙ୍କ ଉଚ୍ଚତା ୬ ଫୁଟରୁ ଉର୍ଦ୍ଧ ଅଟେ । ସେମାନଙ୍କ ପରିବାରରେ ସମୁଦାୟ ୪ ଜଣ ସଦସ୍ୟ । ପିତାମାତା ଏବଂ ତାଙ୍କର ଦୁଇ ଝିଅ ।

ଚାରି ଜଣଙ୍କ ସମୁଦାୟ ଉଚ୍ଚତା ୨୬ ଫୁଟ ଅଟେ । ଶରଦ କୁଲକର୍ଣ୍ଣୀ ତାଙ୍କ ପରିବାରର ମୁଖ୍ୟ ଅଟନ୍ତି । ଶରଦଙ୍କ ଉଚ୍ଚତା ୭ ଫୁଟ ଦେଢ ଇଞ୍ଚ ହୋଇଥିବା ବେଳେ ତାଙ୍କ ପତ୍ନୀ ସଞ୍ଜୋତଙ୍କ ଉଚ୍ଚତା ୬ ଫୁଟ ୨ ଇଞ୍ଚ ଅଟେ । ଶରଦ ଓ ସଞ୍ଜୋତ ଭାରତର ସବୁଠୁ ଲମ୍ବା କପଲ୍ ଭାବେ ମଧ୍ୟ ରେକର୍ଡ ବନେଇ ସାରିଛନ୍ତି । ସେମାନଙ୍କ ନାମ ଲିମକା ବୁକ ଅଫ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସାମିଲ ଅଛି । ସେମାନଙ୍କ ପରି ତାଙ୍କ ବଡ ଝିଅର ଉଚ୍ଚତା ମଧ୍ୟ ୬ ଫୁଟ ୧ ଇଞ୍ଚ ଅଟେ ଓ ସାନ ଝିଅର ଉଚ୍ଚତା ୬ ଫୁଟ ୪ ଇଞ୍ଚ ଅଟେ ।

ସାନ ଝିଅ ସାନ୍ୟା ମାତ୍ର ୧୬ ବର୍ଷ ବୟସରେ ଏତେ ଲମ୍ବା ହୋଇଥିବା ବେଳେ ୧୮ ବର୍ଷ ବେଳେ ବଡ ଝିଅର ଉଚ୍ଚତା ୬ ଫୁଟ ଥିଲା । ଏହି ପରିବାରର ସଦସ୍ୟଙ୍କ ଉଚ୍ଚତା ଏତେ ଯେ ଭିଡ ସ୍ଥାନ ମାନଙ୍କରେ ମଧ୍ୟ ଏମାନେ ବାରି ହୋଇ ପଡନ୍ତି । ମିଷ୍ଟର କୁଲକର୍ଣ୍ଣୀ ସାର୍ବଜନୀକ ପରିବହନର ଖୁବ କମ ଉପଯୋଗ କରନ୍ତି । ସେ ସବୁଆଡେ ନିଜ ସ୍କୁଟରରେ ହିଁ ଯିବାକୁ ପସନ୍ଦ କରନ୍ତି । ଏହି ପରିବାର ସେମାନଙ୍କ ସଂଯୁକ୍ତ ଉଚ୍ଚତାର ଏକ ନୂଆ ବିଶ୍ଵ ରେକର୍ଡ ମଧ୍ୟ ସ୍ଥାପନ କରି ସାରିଛନ୍ତି ।

ପିତା ମାତା ଓ ଦୁଇ ଝିଅଙ୍କ ସଂଯୁକ୍ତ ବେବ ଉଚ୍ଚତା ୨୬ ଫୁଟ ଅଟେ । କିନ୍ତୁ ବର୍ତ୍ତମାନ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ ବୁକରେ ‘World’s Tallest Family’ ଶ୍ରେଣୀ ଏପର୍ଯ୍ୟନ୍ତ ସ୍ଥାନ ପାଇନାହିଁ । ଆପଣଙ୍କୁ ଏହି ଲମ୍ବା ପରିବାର ବିଷୟରେ ଜାଣି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।