ଦେଖନ୍ତୁ ଭାଇରାଲ Video: ଅଷ୍ଟମ ପାସ ମେକାନିକ ବନେଇଲେ ହେଲିକପ୍ଟର, ଉଡାଣ ପରୀକ୍ଷଣ ସମୟରେ ଯାହା ହେଲା ଦେଖି ତାଯୁବ ହେଇଯିବେ

କିଛି କରି ଦେଖାଇବାର ଇଚ୍ଛା ମଣିଷ ରଖିଥିବା ମଣିଷକୁ କୌଣସି ପରିସ୍ଥିତି କିମ୍ବା ଶିକ୍ଷାଗତ ଯୋଗ୍ୟତା ବାନ୍ଧି ପାରେ ନହିଁ । କମ ଶିକ୍ଷା ସତ୍ତ୍ୱେ ଅନେକ ଲୋକ କିଛି ଏଭଳି କରି ଦେଖାଇ ଦିଅନ୍ତି ଯାହା ଉଚ୍ଚ ଶିକ୍ଷିତ ବ୍ୟକ୍ତି ମଧ୍ୟ କରିବାକୁ ସାହାସ କରେ ନାହିଁ ।

ଏପରି କିଛି କରି ଦେଖାଇବାକୁ ଚେଷ୍ଟା କରିଥିଲେ ମହାରାଷ୍ଟ୍ରର ୟବତମାଲର ଜଣେ ଅଷ୍ଟମ ପାସ ମେକାନିକ । ୨୪ ବର୍ଷୀୟ ଏହି ଯୁବକ ଗତଦୁଇ ବର୍ଷ ଧରି ଗୋଟିଏ ହେଲିକପ୍ଟର ବନାଇବାକୁ ଚେଷ୍ଟା କରୁଥିଲେ । ସେ ଧୀରେ ଧୀରେ ସଫଳତା ଆଡକୁ ମଧ୍ୟ ଅଗ୍ରସର ହେଉଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଟେଷ୍ଟ ଉଡାଣ ସମୟରେ ହିଁ ତାଙ୍କ ହେଲିକପ୍ଟର କ୍ରାଶ ହୋଇ ଗଲା ଓ ଘଟଣାସ୍ଥଳରେ ହିଁ ଏହି ଯୁବକ ଙ୍କର ମୃ-ତ୍ୟୁ ହୋଇଯାଇଛି ।

ଅଷ୍ଟମ ପାସ କରିଥିବା ଏହି ମେକାନିକଙ୍କ ନାମ ହେଉଛି ଶେଖ ଇସ୍ମାଇଲ ଓରଫ ମୁନା ଶେଖ । ସେ ୟବତମାଲ ଜିଲ୍ଲାର ଫୁଲସାବଙ୍ଗି ଗ୍ରାମର ବାସିନ୍ଦା ଥିଲେ । ଇସ୍ମାଇଲ ମାତ୍ର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ, କିନ୍ତୁ ହେଲିକପ୍ଟର ବନାଇବାର ହୋସଲା ରଖିଥିଲେ । ମୁନା ପେଷାରେ ଜଣେ ମେକାନିକ ଥିଲେ । ସେ ଅଳ୍ପ ଅଳ୍ପ ସମ୍ବଳ ଯୋଡି ନିଜ ଗ୍ଯାରେଜ ରେ ହିଁ ଏକ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ଓ ସଫଳ ହେବାକୁ ମଧ୍ୟ ଲାଗିଥିଲେ ।

ଇସ୍ମାଇଲ ଏହି ହେଲିକପ୍ଟରର ନାମ ମୁନା ହେଲିକପ୍ଟର ରଖିଥିଲେ । ଇସ୍ମାଇଲଙ୍କ ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନ ଥିଲା । ସେ ଛୋଟ ମୋଟ ମେକାନିକ କାମ କରୁଥିଲେ । କୁଲର ଓ ୱାସିଙ୍ଗ ମେସିନ ଠିକ କରିବା ଆଦି କାମ କରୁଥିଲେ ଇସ୍ମାଇଲ । ଏହା ମଧ୍ୟରେ ଏକ ହେଲିକପ୍ଟର ବନାଇବାର ଖୟାଲ ତାଙ୍କୁ ଆସିଥିଲା ଓ ସେ ଏହି କାମରେ ମଧ୍ୟ ଲାଗି ପଡିଥିଲେ ।

ତାଙ୍କ ପରିଶ୍ରମ ସଫଳ ହେବାକୁ ଲାଗିଥିଲା ଓ ହେଲିକପ୍ଟର ମଧ୍ୟ ଧୀରେ ଧୀରେ ପ୍ରସ୍ତୁତ ହୋଇ ଯାଇଥିଲା । ଆସନ୍ତା ୧୫ ଅଗଷ୍ଟରେ ଇସ୍ମାଇଲ ତିଆରି କରିଥିବା ଏହି ହେଲିକପ୍ଟରର ଲଂଚିଙ୍ଗ ଥିଲା । ସେଥିପାଇଁ ଏହା ପୂର୍ବରୁ ଇସ୍ମାଇଲ ଟେଷ୍ଟ ଉଡାଣ ନେଉଥିଲେ ।

କିନ୍ତୁ ସେହି ସମୟରେ ହେଲିକପ୍ଟରର ପଛ ପଙ୍ଖା ଭା-ଙ୍ଗି ଯାଇ ଆଗ ପଙ୍ଖା ସହ ଧ-କ୍କା ହେଲା । ଯାହା ଫଳରେ ହେଲିକପ୍ଟରକୁ ଜୋରରେ ଧ-କ୍କା ଲାଗିଥିଲା । ଏହି ସମୟରେ ହେଲିକପ୍ଟର ଉଡାଇବାକୁ ଚେଷ୍ଟା କରୁଥିବା ଇସ୍ମାଇଲଙ୍କ ମୁଣ୍ଡ ଅନେକ ସ୍ଥାନରେ ମା-ଡ ହୋଇଥିଲା ।

ମୁଣ୍ଡରେ ଆ-ଘା-ତ ଲାଗିବା ହେତୁ ଇସ୍ମାଇଲ ଙ୍କର ଘଟଣାସ୍ଥଳରେ ହିଁ ମୃ-ତ୍ୟୁ ହୋଇ ଯାଇଥିଲା । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।