“ଲେଡିଜ ପ୍ରୋବ୍ଲେମ ହେଲାରୁ ମୁଁ ଚେକଅପ୍ ପାଇଁ ଯାଇଥିଲି ହେଲେ ମୋତେ ଲାଜ ଲାଗିଲା…”, Deepika କହିଲେ ସମ୍ପର୍କର ସବୁ ଭିତିରି କଥା

ନିଜେ ସ୍ତ୍ରୀର ଅଧିକାର ପାଇବା ପାଇଁ ଏବଂ ନିଜ ପିଲାକୁ ବାପାର ପରିଚୟ ଦେବାକୁ ଦୀପିକା ଯେଉଁ ଲଢେଇ ଆରମ୍ଭ କରିଥିଲେ ତାହା ୧୨ ଦିନରେ ପହଞ୍ଚିଛି । ଏହାରି ଭିତରେ ତାଙ୍କୁ ଅନେକ ଉଚ୍ଚ ନୀଚ ପରିସ୍ଥିତି ଦେଇ ଯିବାକୁ ପଡିଛି । ଖରା, ବର୍ଷା ଓ ଶୀତ ସହି ଦିନେଶ ଘର ଆଗରେ ଧାରଣା ଜାରି ରଖିଛନ୍ତି ଦୀପିକା । ଦିନେଶ ବାହାରକୁ ଆସି ଦୀପିକାଙ୍କ ସହ କୌଣସି ସମ୍ପର୍କ ନାହିଁ ଏବଂ ସେ ପିଲା ମୋର ନୁହେଁ ବୋଲି କହିବା ପରେ ଏବେ ଦୀପିକା ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଟିକିନିଖି କଥା ମିଡିଆ ଆଗରେ ବଖାଣିଛନ୍ତି ।

୨୦୧୯ ଶେଷ ଭାଗକୁ ଦିନେଶଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ତାଙ୍କର ବାପା ଭାଇ କେହି ନାହାନ୍ତି ଏବଂ ଘରର ବଡ ଝିଅ ହୋଇଥିବାରୁ ସେ ନିଜ ଗୋଡରେ ନିଜେ ଠିଆ ହୋଇ ତାଙ୍କ ପରିବାର ପୋଷନ୍ତି । କିନ୍ତୁ ଦିନେଶ ବଡ ଘରର ପୁଅ ଏବଂ ଦୀପିକାଙ୍କ ଠାରୁ ବୟସରେ ମଧ୍ୟ ସାନ । ଦୀପିକାଙ୍କୁ ଲଙ୍ଗ ଟର୍ମ ରିଲେସନଶିପ ଦରକାର ଥିଲା, ତେଣୁ ସେ ଦିନେଶଙ୍କ ଠାରୁ ପ୍ରଥମରୁ ଏସବୁ କ୍ଲିୟର କରିଥିଲେ ।

ଦିନେଶ ମଧ୍ୟ ଦୀପିକାଅଙ୍କ ମା’ଙ୍କ ସହ କଥା ହୋଇ ଝିଅ ବଡ ଘରର ବୋହୂ ହେବା ସ୍ଵପ୍ନ ଦେଖାଇଥିଲେ । ସମ୍ପର୍କ ଆରମ୍ଭ ହେବା ପରେ ଦୀପିକା ଯେତେବେଳେ ଗର୍ଭବତୀ ହୋଇଥିଲେ ସେ ପ୍ରଥମେ ଜାଣିପାରି ନଥିଲେ । କିଛି ଶାରୀରିକ ସମସ୍ଯା ଏବଂ ଲେଡିଜ ପ୍ରୋବ୍ଲେମ ହେଉଥିବା ନେଇ ଅନୁଭବ ହେବାରୁ ସେ ଡାକ୍ତର ଦେଖାଇବାକୁ ଯାଇଥିଲେ । ହେଲେ ଯେହେତୁ ସେ ବିବାହିତା ନଥିଲେ ତେଣୁ ତାଙ୍କୁ ବହୁତ ଲାଜ ଲାଗିଥିଲା ।

ଦିନେଶ ବି ତାଙ୍କୁ ଏକ ପ୍ରେଗନାନ୍ସି ଟେଷ୍ଟିଙ୍ଗ କିଟ୍ ଆଣି ଦେଇଥିଲେ । ଦୀପିକାଙ୍କୁ ସେସବୁ କେମିତି ଟେଷ୍ଟ କରିବେ କିଛି ଜଣା ନଥିଲା । ସେହି ସମୟରେ ଦୀପିକା ଯେତେବେଳେ ଦିନେଶଙ୍କୁ ମ୍ୟାରେଜ କରିବା କଥା କହିଥିଲେ ସେତେବେଳେ ଦିନେଶ ଖୁବ ରାଗି ଯାଇଥିଲେ । ଏମିତିକି ଦୀପିକାଙ୍କ ଦୋକାନର ଆକ୍ଵାରିୟମକୁ ଗୋଇଠା ମାରି ଭାଙ୍ଗି ଦେଇଥିଲେ ଓ ସେଠାରୁ ପଳେଇ ଆସିଥିଲେ । ସେବେ ଠାରୁ ସେମାନଙ୍କ ପ୍ରେମ ସମ୍ପର୍କରେ ତିକ୍ତତା ଦେଖା ଦେଇଥିଲା ।

ଆଉ ଏବେ ଦୀପିକାଙ୍କର ୧୯ ମାସର ପୁଅ ଟିଏ ମଧ୍ୟ ଅଛି । ଯାହାକୁ ବାପାର ପରିଚୟ ଦେବାକୁ ସଂଗ୍ରାମ ଆରମ୍ଭ କରିଛନ୍ତି ଦୀପିକା । ତେବେ ଦେଖାଯାଉ ଏହି ଲଢେଇରେ ଦୀପିକାଙ୍କର ବିଜୟ ହେଉଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।