କଲା କର୍ମର ଫଳ ଭୋଗୁଛି ଛତିଶଗଡ, ଦିନେ ଯେଉଁ କାରଣରୁ ଓଡିଶାକୁ କରୁଥିଲା ହଇରାଣ ଆଜି ସେଇଠି ପାଇଁ…ଦେଖନ୍ତୁ video

ବେଆଇନ ଭାବେ ଡ୍ୟାମ ନିର୍ମାଣ କରାଗଲା । ଆଉ ଏବେ ପାଣି ଘେରରେ ବନ୍ଦୀ ହୋଇ ରହିଛି ଅଧା ରାଜ୍ୟ । ଛୋଟ ବଡ ଡ୍ୟାମ କରି ପାଣି ଅଟକାଇବାକୁ ମାଷ୍ଟର ପ୍ଳାନ କରାଯାଇଛି । ହେଲେ ଅନ୍ୟ ପାଇଁ ଖୋଲିଥିବା ଗାତରେ ଛତିଶଗଡ ରାଜ୍ୟ ନିଜେ ପଡିଯାଇଛି । ସାରା ରାଜ୍ୟରେ ଦେଖିବାକୁ ମିଳିଛି ବନ୍ୟା ପରିସ୍ଥିତି । ଛତିଶଗଡ ସରକାରଙ୍କ ଖାମଖିଆଲି ନୀତି ପାଇଁ ଏବେ ସାରା ରାଜ୍ୟ ପାଣିରେ ଉବୁଟୁବୁ ହେଉଛି ।

କେନ୍ଦ୍ର ଜଳ ଆୟୋଗ ବା CWC ର ବିନା ଅନୁମତିରେ ଛତିଶଗଡ ସରକାର ଯେଉଁ ବେଆଇନ ଡ୍ୟାମ ପ୍ରକଳ୍ପ ନିର୍ମାଣ କରିଛନ୍ତି ଏହାର ପରିଣାମ ଛତିଶଗଡ ବାସୀଙ୍କୁ ଭୋଗ କରିବାକୁ ପଡୁଛି । ଓଡିଶା ମଧ୍ୟ ବିନା ଅନୁମତିରେ ଷ୍ଟ୍ରକଚର କରିଛି । ଯାହାକୁ ନେଇ ଅତୀତରେ ଅନେକ ସମୟରେ ଛତିଶଗଡ ଓ ଓଡିଶା ଦୁଇ ରାଜ୍ୟ ପରସ୍ପରର ମୁହାଁମୁହିଁ ହୋଇଥିଲେ । ଆଉ ଏତେବେଳେ ବଡ ଭାଇ ଓ ସାନ ଭାଇ କଥା କହିଥିଲେ ତତ୍କାଳୀନ ଛତିଶଗଡ ସରକାର ।

କେନ୍ଦ୍ରରେ ମଧ୍ୟ ଏହାକୁ ନେଇ ଅନେକ ତୁମ୍ବି ତୋଫାନ ହେବାର ଦେଖିବାକୁ ମିଳିଥିଲା । ଶେଷରେ ଏବେ ସେସବୁର ଫଳ ଛତିଶଗଡ ଭୋଗୁଛି । ଆନ୍ତଃ ରାଜ୍ୟ ମାମଲା ହୋଇଥିବାରୁ ସମସ୍ତ ରାଜ୍ୟର ପକ୍ଷକୁ ନେଇ ପ୍ରକଳ୍ପ କରିବା ଉଚିତ । ଓଡିଶା କେବଳ ନୁହେଁ ବରଂ ମହାରାଷ୍ଟ୍ର, ଝାଡଖଣ୍ଡ ଏବଂ ମଧ୍ୟପ୍ରଦେଶ ରାଜ୍ୟର ପରାମର୍ଶ ନେଇ ଛତିଶଗଡ ପ୍ରକଳ୍ପ କରିବା ଉଚିତ ଥିଲା ।

ହେଲେ ମନଇଛା ଚେକ୍ ଡ୍ୟାମ୍ ଓ ବ୍ୟାରେଜ ନିର୍ମାଣ କରି ଅଣ ମୌସୁମୀ ସମୟରେ ମହାନଦୀ ପାଣି ଅଟକାଇ ଶିଲ୍ପା ସଂସ୍ଥାକୁ ଟେକି ଦେଇଥିଲା ଛତିଶଗଡ ରାଜ୍ୟ । ହେଲେ ଏବେ ସାଧାରଣ ଜନତାଙ୍କୁ ଏହି ବେଆଇନ ପ୍ରକଳ୍ପର ପରିଣାମ ଭୋଗ କରିବାକୁ ପଡୁଛି । ଛତିଶଗଡରେ ଯୁଆଡେ ଦେଖିବା ସେଆଡେ ପାଣି । ଲଗାଣ ବର୍ଷା ଯୋଗୁଁ ମହାନଦୀ ଫୁଲିବା ପରେ ବେଆଇନ ଭାବେ ନିର୍ମିତ ହୋଇଥିବା ପ୍ରକଳ୍ପ ଗୁଡିକରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଉଛି ।

ଯାହାଫଳରେ ସେସବୁ ଏରିଆରେ ଥିବା ଲୋକେ ଏକ ପ୍ରକାର ବନ୍ୟା ସ୍ଥିତିର ସମୁଖୀନ ହୋଇଛନ୍ତି । ଓଡିଶାକୁ ମହାନଦୀ ପାଣି ରୋକିବା ପାଇଁ ବିଭିନ୍ନ ଜଳ ପ୍ରକଳ୍ପ ତିଆରି କରିବା ସତରେ ଛତିଶଗଡ ପାଇଁ ମହଙ୍ଗା ପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।