ମୁହଁର ସୌନ୍ଦର୍ଯ୍ଯକୁ କେମିତି ଚାରିଗୁଣା ବଢାଇବେ ? ଜାଣନ୍ତୁ ଜ୍ୟୋତିର୍ବିଦ Pragyan Tripathy ଙ୍କ ଠାରୁ ଏହାର ଶାସ୍ତ୍ରଗତ ଉପଚାର

ନାରୀ ହୁଅନ୍ତୁ ବା ପୁରୁଷ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାନ୍ତି ଓ ନିଜ ବୟସ ଠାରୁ ସାନ ଦେଖାଯିବାକୁ ଚାହିଁଥାନ୍ତି । ତେବେ ଆଜି ଆମେ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ କେଉଁ ଗ୍ରହଙ୍କ ଦ୍ରବ୍ଯ ବ୍ୟବହାର କରି ଆମେ ସୁନ୍ଦର ଦେଖାଯିବା । ଏହାସହ କେଉଁ ଗ୍ରହ ଆମ ବୟସକୁ କମ କରି ଦେଖାଇଥାନ୍ତି ଓ କେଉଁ ଗ୍ରହଙ୍କ ପ୍ରଭାବରେ ବୟସ ବଢିବ ଭଳି ଦେଖାଯାଏ । ଯେଉଁ ମାନଙ୍କ ଜାତକର ଲଗ୍ନରେ ଶୁକ୍ର ଗ୍ରହ, କିମ୍ବା ଶୁକ୍ରଙ୍କ ସହ ଚନ୍ଦ୍ର ରହିଥାନ୍ତି ରହିଥାନ୍ତି ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ।

ସେମାନେ ମଡେଲିଙ୍ଗ ଓ ଅଭିନୟ ପ୍ରତି ଅଧିକ ରୁଚି ରଖିଥାନ୍ତି । ସେମାନେ ମୁହଁରେ କିଛି ଲଗାନ୍ତୁ କି ନ ଲଗାନ୍ତୁ ସବୁବେଳେ ବହୁତ ସୁନ୍ଦର ଦେଖାଯାନ୍ତି । ଶୁକ୍ର ଯଦି ଲଗ୍ନକୁ ଦେଖୁଥିବେ ତେବେ ମଧ୍ୟ ବ୍ୟକ୍ତି ସୁନ୍ଦର ଦେଖାଯାନ୍ତି । ଏଥିପାଇଁ ଶୁକ୍ର କୌଣସି ତ୍ରିକ୍ ଜାଗାରେ ନ ରହିବା ଦରକାର । ସେହିପରି ବୁଧ ଗ୍ରହଙ୍କ ତିନୋଟି ନକ୍ଷତ୍ର ଯଥା ଅଶ୍ଳେଶା କର୍କଟ, ଜ୍ୟେଷ୍ଠା ବିଛା ଓ ରେବତୀ ମୀନ ଆଦି ମଧ୍ୟ ସୁନ୍ଦରତା ପ୍ରଦାନ କରିଥାନ୍ତି ।

ମିଥୁନ ଓ କନ୍ୟା ରାଶିର ଲୋକେ ଏହି ଲଗ୍ନରେ ଆସିଥାନ୍ତି । ଏମାନଙ୍କ ବୟସ ସବୁବେଳେ ସେମାନଙ୍କ ପ୍ରକୃତ ବୟସ ଠାରୁ କମ୍ ଦେଖାଯାଏ । ହେଲେ ଏହି ନକ୍ଷତ୍ରଙ୍କ ଭାବରେ କୌଣସି ପାପ ଗ୍ରହଙ୍କ ଦ୍ରୁଷ୍ଟି ନ ରହିଥିବା ଆବଶ୍ୟକ । କିନ୍ତୁ ଶନିଙ୍କ ନକ୍ଷତ୍ର ଓ ଶନିଙ୍କ ଦଶାରେ ଯେଉଁମାନେ ଜନ୍ମ ହୋଇଥାନ୍ତି ସେମାନଙ୍କ ଵସ ଟିକେ ଅଧିକା ଲାଗିଥାଏ ।

ତେବେ ଆପଣଙ୍କ ସୌନ୍ଦର୍ଜ୍ୟକୁ ବୃଦ୍ଧି କରିବା ପାଇଁ ଆପଣ କଞ୍ଚା କ୍ଷୀର ସହ ଗୁଜୁରାତିର ପ୍ରୟୋଗ କରିପାରିବେ । ଆପଣ ଏକ ଚାମୁଚ କଞ୍ଚା କ୍ଷୀର ନିଅନ୍ତୁ ଓ ସେଥିରେ କିଛି ଗୁଜୁରାତି ଗୁଣ୍ଡ ନିଅନ୍ତୁ । ଏହି ସାମଗ୍ରୀକୁ ଏକ କାଚ ପାତ୍ରରେ ନେବେ ଓ ପ୍ରଥମେ ହାତରେ ଧରି ବୁଧ ଗ୍ରହଙ୍କର ଓ ଶୁକ୍ର ଗ୍ରହଙ୍କର ମନ୍ତ୍ର ଜପ କରିବେ ।

ଶୁକ୍ର ଗ୍ରହ ହେଉଛନ୍ତି ସୁନ୍ଦରତାର ଗ୍ରହ ଯିଏ କି ଆମ ସୁନ୍ଦରତାକୁ ବଢାଇଥାନ୍ତି । ସେହିପରି ବୁଧ ମଧ୍ୟ ଆମ ମୁହଁକୁ ଉଜ୍ଵଳ ଓ ସୁନ୍ଦରପଣ ଦେଇଥାନ୍ତି । ବିଶେଷ କରି ବୁଧ ଗ୍ରହ ଆପଣଙ୍କ ବୟସ କମ୍ କରି ଦେଖାଇବାରେ ସାହାଯ୍ୟ କରିଥାନ୍ତି ।

ଆପଣ କ୍ଷୀର ସହ ଗୁଜୁରାତି ଗୁଣ୍ଡ ମିଶାଇ ହାତରେ ଧରି “ଓଁ ବୁଂ ବୁଧାୟ ନମଃ” ଏବଂ “ଓଁ ଶୁଂ ଶୁକ୍ରାୟ ନମଃ” ମନ୍ତ୍ରର ଜପ କରନ୍ତୁ । ଏହାଦ୍ବାରା ଆପଣଙ୍କ ମଧ୍ୟରେ ସେହି ଊର୍ଜା ଆସିବ କି ଆପଣ ବିଶ୍ବାସ କରିବେ ଏହାକୁ ମୁହଁରେ ଲଗାଇବା ଦ୍ଵାରା ମୋ ତ୍ଵଚାରେ ପରିବର୍ତ୍ତନ ଆସିବ ।

ସକାରାତ୍ମକ ଭାବନା ଓ ଊର୍ଜା ସହ ଏପରି ଉପାୟ କଲେ ଲାଭ ପ୍ରାପ୍ତ ହେବେ । ତେବେ ସବୁବେଳେ କାଣୀ ଆଙ୍ଗୁଳି ପାଖ ଆଙ୍ଗୁଳି ବା ରିଙ୍ଗ ଫିଙ୍ଗରରେ ଏହି ଉପଚାର ଲଗାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।