“ତୁମେ ମାନେ ଯୋଉ ଥାର୍ଡ କ୍ଳାସ କ୍ଵାଲିଟିର ଯାହା ବି ହୁଅ ପଛେ ହେଲେ ସେ ପିଲା…” Deepika ଓ Dinesh ଙ୍କୁ ଏଭଳି କହିଲେ ଏହି ଲେଡୀ…

ଆଜିକୁ ୧୨ ଦିନ ହେବ ନିଜର ଅଧିକାର ପାଇଁ ପ୍ରେମିକ ଦିନେଶଙ୍କ ଘର ଆଗରେ ବସିଛନ୍ତି ଦୀପିକା । ଏହାରି ମଧ୍ୟରେ ସାହି ଲୋକମାନେ ଆସି ଦୀପିକାଙ୍କ ଏଭଳି ଦିନେଶଅଙ୍କ ଘର ବାହାରେ ବସି ରହିବାକୁ ବିରୋଧ କରିଛନ୍ତି । ସେମାନଙ୍କ ମତରେ ଦୀପିକା ଏଭଳି ଦିନେଶଙ୍କ ଘର ବାହାରେ ବସି ରହିବା ଫଳରେ ସମାଜକୁ ଏକ ଭୁଲ ମେସେଜ ଯାଉଛି । କାରଣ ଦୀପିକା ଓ ଦିନେଶ ବିବାହ କରିନାହାନ୍ତି । ବିବାହ ନକରି ସେମାନେ ଲିଭ ଇନ ରିଲେସନଶିପରେ ରହୁଥିଲେ ଓ ସେମାନଙ୍କର ଗୋଟିଏ ପୁଅ ମଧ୍ୟ ଅଛି ।

ଏହାକୁ ନେଇ ଜଣେ ସ୍ଥାନୀୟ ଯୁବତୀ କହିଛନ୍ତି କି, ଦୀପିକା ଦିନେଶଙ୍କ ଘର ବାହାରେ ଏଭଳି ବସି ରହିବାର କିଛି ମୂଲ୍ୟ ନାହିଁ କାରଣ ସେମାନେ ବିବାହ କରିନାହାନ୍ତି । ଆଉ ଆମ ସମାଜରେ ଲିଭ ଇନ ରିଲେସନଶିପର କିଛି ବି ମାନେ ନାହିଁ । ତେଣୁ ଲୋକମାନେ ଦୀପିକାଙ୍କୁ ହିଁ ଭୁଲ ବୋଲି କହୁଛନ୍ତି ।

ଅନ୍ୟପଟେ ସେ ସେହି ସାହି ଲୋକମାନଙ୍କୁ ମଧ୍ୟ ଭର୍ତ୍ସନା କରି କହିଛନ୍ତି କି, ଯଦି ଦୀପିକା ଏମିତି ଘର ଆଗରେ ଦେବା ଫଳରେ ସମାଜକୁ ଭୁଲ ମେସେଜ ଯାଉଛି ତେବେ ଆପଣମାନେ ରାସ୍ତାରେ ଗୋଟିଏ ମହିଳାଙ୍କୁ ଯେଭଳି ଅପଦସ୍ତ କରୁଛ ସେଇଟା କଣ ସମାଜ ପାଇଁ ଭୁଲ ମେସେଜ ନୁହେଁ ? ଯଦି ଦୀପିକା ଯାହା କରୁଛନ୍ତି ତାହା ଭୁଲ ତେବେ ତୁମେମାନେ ଯେଉଁଟା କରୁଛ ସେଇଟା ବି ଭୁଲ ।

ସେ ଆହୁରି କହିଛନ୍ତି ଦୀପିକାଙ୍କ ମାମଲା ଥାନାରେ କିଛି ସମାଧାନ ହୋଇପାରିବା ଭଳି ତାଙ୍କୁ ଲାଗୁନାହିଁ । ଆଉ ଯଦି କୋର୍ଟ ଯିବେ ତେବେ ଦୀପିକାଙ୍କୁ ହିଁ ଓଲଟା ଅପମାନ ସହିବାକୁ ପଡିବ । ଏହି ମାମଲାର ଗୋଟିଏ ମାତ୍ର ସମାଧାନ ହେଉଛି ଦୀପିକା ଓ ଦିନେଶଙ୍କୁ ସଠିକ ଭାବେ କାଉନସେଲିଂ ଆବଶ୍ୟକ । ଏହି ମାମଲା ଏକଦମ ଖେଚେଡି ହୋଇ ସାରିଲାଣି କାରଣ ଦୀପିକା ଓ ଦିନେଶ ଉଭୟ କଣ କରୁଛନ୍ତି ସେମାନେ ନିଜେ ବୁଝି ପାରୁନାହାନ୍ତି ।

ଏମାନେ ଦୁଇଜଣ ଭୁଲ କରିଛନ୍ତି ଆଉ ଏବେ ଅବୋଧ ପିଲାଟି ଭୋଗ କରିବ । ତେଣୁ ସେ ପିଲାର ଦାୟିତ୍ଵ କିଏ ନେବ ତାହା ଶୀଘ୍ର ସମାଧାନ କରିବା ଉଚିତ । ତେଣୁ ସେ ଉଭୟଙ୍କୁ ହାତ ଯୋଡି ଅନୁରୋଧ କରି କହିଛନ୍ତି କି, ସେଇ ପିଲାର ଜୀବନକୁ ନଷ୍ଟ କରନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।