ବାପା ଚା ଦୋକାନୀ ହେଲେ T-20 ୱାର୍ଲଡ କପ୍ ରେ ଖେଳିବେ ଏହି ଦିବ୍ୟାଙ୍ଗ ପୁଅ, ତାଙ୍କ କାହାଣୀ ଜାଣିଲେ ଆଖିରେ ଲୁହ ଆସିଯିବ

ପୁଅର ସଫଳତା ଦେଖି ମା କାନ୍ଦି ପକାଉଛନ୍ତି । ଆଉ ପୁଅ ଠାରରେ ମା’କୁ ତୁନି ହେବାକୁ କହି କହୁଛି, ତୁ କାଇଁ କାନ୍ଦୁଛୁ ମା’ ଭଗବାନ ଚାହିଁଲେ ତୋ ପୁଅ ସାରା ବିଶ୍ବରେ ନାମ କରିବ । ଆଉ ବାପାଙ୍କୁ କହୁଛି, ବାପା ଆମର ଗରିବ ଘର ବୋଲି ମନ ଊଣା କରନି । ତୁମେ ଚା ଦୋକାନ ଦେଇ ଘର ଚଳାଉଛ ବୋଲି ଦୁଖ କରନି । ମୁଁ ଯଦି ସଫଳ ହୁଏ ତା’ହେଲେ ଆମ ଦୁଃଖ ବେଶୀ ଦିନ ରହିବନି । ଖାଲି ମୋତେ ଆଶୀର୍ବାଦ କର ମୋ ପରିଶ୍ରମର ଫଳ ମୋତେ ନିଶ୍ଚୟ ମିଳିବ ।

କେନ୍ଦ୍ରପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁର ଏହି ଯୁବକ ଜଣକ ହେଉଛନ୍ତି ଜୟପ୍ରକାଶ ସାହୁ । ଜାତୀୟ ଡିଫ୍ କ୍ରିକେଟର ଭାବେ ସେ ବହୁ ମ୍ଯାଚ ଖେଳି ସାରିଛନ୍ତି । ଏକାଧିକ ବାର ସେ ମ୍ୟାନ ଅଫ ଦି ମ୍ଯାଚ ଓ ମ୍ୟାନ ଦି ସିରିଜ ମଧ୍ୟ ପାଇଛନ୍ତି । ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । ତେବେ ସବୁଠୁ ବଡ କଥା ହେଲା ୨୦୨୩ରେ ହେବାକୁ ଥିବା ପ୍ରଥମ ୱାର୍ଲଡ ଡିଫ୍ ଟି-୨୦ କ୍ରିକେଟ ଚମ୍ପିୟାନଶିପରେ ଖେଳିବା ପାଇଁ ତାଙ୍କ ପାଖେ ଯଥେଷ୍ଟ ସୁଯୋଗ ରହିଛି ।

କାରଣ ଆଗକୁ ହେବାକୁ ଥିବା ଷଷ୍ଠ ଜାତୀୟ ଟି-୨୦ ମ୍ଯାଚରେ ଖେଳିବା ଖେଳିବା ପାଇଁ ମନୋନୀତ ହୋଇଛନ୍ତି ଜୟପ୍ରକାଶ । ସେ କଥା ସିନା କହି ପାରୁନାହାନ୍ତି ହେଲେ ତାଙ୍କ ଉତ୍ସାହ ଦେଖିଲେ ଆପଣ ଉତ୍ସାହିତ ହୋଇଯିବେ । କ୍ରିକେଟ ମଇଦାନରେ ତାଙ୍କର ଅଭ୍ଯାସ ହେଉ କିମ୍ବା ତାଙ୍କ ମନକଥା କାହାକୁ ବୁଝାଇବା ବେଳେ ହେଉ, ସାଧାରଣ ଲୋକେ ତାଙ୍କ କଥା ବୁଝିବା ସହଜ ହୁଏନି ତଥାପି ସେ ବୁଝାଇବାରେ ଥକି ପଡନ୍ତି ନାହିଁ ।

ଦୁଃଖର କଥା ହେଉଛି ଜୟପ୍ରକାଶଙ୍କ ପାଖେ ଭଲ ବ୍ୟାଟ ଖଣ୍ଡିଏ ବି ନାହିଁ । ବାପା ଜଳଧର ସାହୁ ଛୋଟ ଚା ଦୋକାନଟିଏ ଦେଇ ସେଥିରୁ ଯାହା ରୋଜଗାର ହୁଏ ସେଥିରେ ଘର ଚଳେ । ଯେଉଁଠି ରୋଜଗାର ଓ ତେଲ ଲୁଣ ନିଅଣ୍ଟ ସେଠାରେ ପୁଅର କ୍ରିକେଟ ସ୍ଵପ୍ନକୁ ପୁରା କରିବା ଯେ କେତେ କଷ୍ଟ ସେକଥା ବାପା ଠାରୁ ବେଶୀ ଆଉ କିଏ ବୁଝିପାରିବ ? ଜୟପ୍ରକାଶ ଯୁକ୍ତ ଦୁଇ ଯାଏଁ ପାଠ ପଢିଛନ୍ତି । ତାଙ୍କ ଅଞ୍ଚଳରେ ସେ ବେଶ ଜଣାଶୁଣା ହୋଇଗଲେଣି ।

ସେଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ସାହାଯ୍ୟ କରିବା ପାଇଁ ଗ୍ରାମବାସୀ ଆଗେଇ ଆସିଛନ୍ତି । ଆମ ରାଜ୍ୟରେ ଖେଳାଳି ମାନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମିଳୁଛି । ହେଲେ ଏଠାରେ ଜଣେ ଦିବ୍ୟାଙ୍ଗ କ୍ରୀଡାବିତ ଖଣ୍ଡିଏ ବ୍ୟାଟ ବଲ୍ ପାଇଁ ସଂଘର୍ଷ କରୁଛନ୍ତି । ଏନେଇ କ୍ରୀଡାମନ୍ତ୍ରୀକୁ ଚିଠି ଲେଖି ଜଣାଇବେ ବୋଲି ଗ୍ରାମ ପଞ୍ଚାୟତ ସମିତିର ଅଧ୍ୟକ୍ଷ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।