ବନ୍ୟାରେ ବୁଡିବାକୁ ବସିଲାଣି ବ୍ରିଜ, ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ବି ଥରିଯିବ, ଦେଖନ୍ତୁ ଏହି video

ସାରା ରାଜ୍ୟରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ନଦୀ ନାଳ ସବୁ ପାଣିରେ ଉବୁଟୁବୁ ହେଉଛି । ମହାନଦୀ ମଧ୍ୟ ଜଳପୂର୍ଣ୍ଣ ହେବା ଫଳରେ ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ଯାହାଫଳରେ ଅନେକ ତଳିଆ ଅଞ୍ଚଳକୁ ବନ୍ୟା ଜଳ ମାଡି ଯାଉଛି । ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସଙ୍କଟ ଦେଖା ଦେଇଛି । ତଥାପି ବର୍ଷା ଥମିବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେଉଛି ଓ ବର୍ଷା ମଧ୍ୟ ଜାରି ରହିଛି ।

ଲଗାଣ ବର୍ଷା ଯୋଗୁଁ ରାଜ୍ୟ ବାସୀ ମଧ୍ୟ ଅତିଷ୍ଠ ହୋଇଗଲେଣି । ତେବେ ବର୍ଷା ହୋଇ ବନ୍ୟା ସୃଷ୍ଟି ହେବା ଫଳରେ ଅନେକ ତଳିଆ ଅଞ୍ଚଳ ଓ ଗାଁ ଗନ୍ଦା ବୁଡଯିବାର ଆପଣ ଦେଖିଥିବେ କିମ୍ବା ଶୁଣିଥିବେ । ହେଲେ ବନ୍ୟାରେ କୌଣସି ବ୍ରିଜ ବୁଡିବାର କେବେ ଦେଖିଛନ୍ତି କିମ୍ବା ଶୁଣିଛନ୍ତି ? ଆଜି ଆମେ ଆପଣଙ୍କୁ ଏଭଳି ଏକ ଭୟଙ୍କର ଦୃଶ୍ୟ ଦେଖାଇବୁ । ଏତେ ବଡ ବ୍ରିଜ କିଭଳି ଅଥଳ ବନ୍ୟା ଜଳରେ ଉବୁଟୁବୁ ହେଉଛି ଦେଖିଲେ ଆପଣଅଙ୍କ ଛତି ଥରି ଉଠିବ ।

ଏହି ଭିଡିଓଟି ବର୍ତ୍ତମାନ ସବୁଆଡେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଦୃଶ୍ୟଟି ହେଉଛି ସମ୍ବଲପୁର ଓ ସୋନପୁରର ଏକ ରାସ୍ତାର । ସମ୍ବଲପୁର ଏବଂ ସୋନପୁରକୁ ଯୋଡୁଥିବା ମାଳତୀ ଗୁଣ୍ଡେରପୁରର ମାଳତୀ ଯୋର ଉପରେ ଥିବା ବ୍ରିଜରେ ଦେଖିବାକୁ ମିଳିଛି ବନ୍ୟାର ଏଭଳି ବିକଟାଳ ରୂପ ।

ଲଗାଣ ବର୍ଷାରେ ହୀରାକୁଦ ଡ୍ୟାମ ଫୁଲିବା ପରେ ପ୍ରାୟ ୨୪ଟି ଗେଟ୍ କୁ ଖୋଲି ଦିଆଯାଇଛି । ଆଉ ଏହାରି ପ୍ରଭାବରେ ଏହି ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ବ୍ରିଜର ଦୁଇ ପାର୍ଶ୍ଵରେ ବନ୍ୟା ଜଳ ଭର୍ତ୍ତି ହୋଇ ରହିଛି । ବ୍ରିଜ ବି ଉବୁଟୁବୁ ହେଉଛି ଓ ବ୍ରିଜ ଉପରେ ଚାଲୁଅଛି ବନ୍ୟା ପାଣି । ଯାହାଫଳରେ ସମ୍ବଲପୁର ଓ ସୋନପୁର ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।

ଏଭଳି ଯଦି ବର୍ଷା ଲାଗି ରୁହେ ଓ ହୀରାକୁଦର ଆହୁରି ଗେଟ୍ ଖୋଲାଯାଏ ତେବେ ବ୍ରିଜଟି ସଂପୂର୍ଣ୍ଣ ଭାବେ ବୁଡିବାକୁ ବିଳମ୍ବ ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।