ଝିଅମାନେ ବାଛନ୍ତୁ ନିଜ ଜନ୍ମ ମାସ ଓ ଜାଣନ୍ତୁ କେମିତି ହେବ ଆପଣଙ୍କ ଜୀବନସାଥି

ଜନ୍ମ ମାସରୁ କୌଣସି ବ୍ୟକ୍ତି ବିଷୟରେ କହିବା ଅଙ୍କ ବିଜ୍ଞାନ ରେ ଉଲ୍ଲେଖ ଅଟେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମ ମାସ ଆପଣଙ୍କ ମନ ଠାରୁ ନେଇ ଆପଣଙ୍କ ବିଷୟରେ ମଧ୍ୟ ଜଣାଇଥାଏ । ଯଦି ଆପଣ ଜନ୍ମ ମାସ ଦ୍ଵାରା ନିଜ ଜୀବନସାଥି ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଆଜି ଜାଣନ୍ତୁ । କାରଣ ପ୍ରତ୍ଯେକ ମାସ କିଛି ଅଲଗା କହିଥାଏ । ତେବେ ଚାଲନ୍ତୁ ଆଜି ଜାଣିବା ଜନ୍ମ ମାସ ଅନୁସାରେ କିପରି ଲାଇଫ ପାର୍ଟନର ଆପଣଙ୍କୁ ମିଳିବା ଆବଶ୍ୟକ । ସେମାନଙ୍କ ସ୍ଵଭାବ କିପରି ହେବା ଆବଶ୍ୟକ ।

ଜାନୁଆରୀ:- ଆପଣଙ୍କୁ ଏମିତି ବ୍ୟକ୍ତି ସହିତ ରହିବା ଉଚିତ ଯିଏ ଆପଣଙ୍କୁ ବୁଝି ପାରୁଥିବ । ଆପଣ ସବୁବେଳେ ନିଜ ପରି ଜୀବନସାଥି ଖୋଜୁଥାନ୍ତି ।

ଫେବୃଆରୀ:- ଆପଣଙ୍କୁ ଏମିତି ଜୀବନସାଥି ଦରକାର ହୋଇଥାଏ ଯିଏ ଆପଣଙ୍କ ସହ ଶାନ୍ତିରେ ବସିପାରିବ । ଆପଣଙ୍କୁ ଲାଗିଥାଏ କି ଆପଣ କିଛି ମ୍ୟାନେଜ କରି ପାରିବେନି ତେଣୁ ଆପଣଙ୍କୁ ସମୟ ଦରକାର ହୋଇଥାଏ ।

ମାର୍ଚ୍ଚ:- ଆପଣଙ୍କୁ ଖୁସି କରୁଥିବା ଭଳି ଜୀବନସାଥି ଟିଏ ଦରକାର କାରଣ ଆପଣ ସବୁବେଳେ ଅନ୍ୟ ମାନଙ୍କ ଖୁସି ଦେଖିଥାନ୍ତି ଏବଂ ଅନ୍ୟ ମାନଙ୍କୁ ଖୁସି କରାଇଥାନ୍ତି । ତେଣୁ ଆପଣ ଏମିତି ଜୀବନସାଥି ଚାହୁଁଛନ୍ତି ଯିଏ ଆପଣଙ୍କୁ ଖୁସି କରିପାରିବ ।

ଏପ୍ରିଲ:- ଆପଣଙ୍କୁ ଏମିତି ଜୀବନସାଥି ଦରକାର ଯିଏ ଆପଣଙ୍କ ଧ୍ୟାନ ରଖୁଥିବ । କିନ୍ତୁ ଆପଣ ମଧ୍ୟ ସେହି ବ୍ୟକ୍ତି ର ଧ୍ୟାନ ରଖିବା ଉଚିତ କାରଣ ଆପଣଙ୍କ ଉପରେ ଆପଣଙ୍କ ଜୀବନସାଥି ଙ୍କ ଭରସା ରହିଥାଏ ।

ମଇ:- ଆପଣଙ୍କୁ ଏମିତି ଜୀବନସାଥି ଦରକାର ଯିଏ ଆପଣଙ୍କୁ ବହୁତ ଭଲ ପାଉଥିବ । କାରଣ ଆପଣ ଭଲ ପାଇବାକୁ ବେଶି ଗୁରୁତ୍ବ ଦେଇଥାନ୍ତି ।

ଜୁନ:- ଆପଣଙ୍କୁ ଏମିତି ଜୀବନସାଥି ଦରକାର ଯିଏ ଆପଣଙ୍କ ସହ ସମୟ ବିତାଉଥିବ କାରଣ ଆପଣଙ୍କ ସହ ସମୟ ବିତାଇବା ଦ୍ଵାରା ଆପଣଙ୍କୁ ସେ ବୁଝିପାରିବ ।

ଜୁଲାଇ:- ଆପଣଙ୍କ ଜୀବନସାଥି ଆପଣଙ୍କୁ ସମ୍ମାନ ଦେଉଥିବା ଉଚିତ । କାରଣ ଆପଣଙ୍କ ପାଇଁ ସମ୍ମାନ ହିଁ ସବୁକିଛି । ଆପଣଙ୍କ ପାଇଁ ସମ୍ପର୍କରେ ସମ୍ମାନ ରହିବା ଦରକାର ।

ଅଗଷ୍ଟ:- ଆପଣଙ୍କୁ ଜଣେ ସ୍ୱଚ୍ଛ ହୃଦୟର ଜୀବନସାଥି ଆବଶ୍ୟକ କାରଣ ଆପଣ ଛନ୍ଦ କପଟ କିଛି ଜାଣନ୍ତି ନାହିଁ । ଆପଣ ବହୁତ ନିରୀହ ।

ସେପ୍ଟେମ୍ବର:- ଆପଣଙ୍କୁ ଜଣେ ନିଃସ୍ଵାର୍ଥପର ଜୀବନସାଥି ଦରକାର କାରଣ ଆପଣ କୌଣସି କାର୍ଯ୍ୟରେ ସ୍ବାର୍ଥ ଦେଖନ୍ତି ନାହିଁ । ଆପଣ ସବୁବେଳେ ଭଲ କାମ କରିଥାନ୍ତି ଏବଂ ସେହିଥିରେ ଖୁସି ହୋଇଥାନ୍ତି ।

ଅକ୍ଟୋବର:- ଆପଣଙ୍କୁ ଏମିତି ଜୀବନସାଥି ଦରକାର ଯିଏ ଆପଣଙ୍କ ସବୁ କଥା ଶୁଣୂଥିବେ ଏବଂ ଆପଣଙ୍କୁ ବୁଝାଉଥିବେ । କାରଣ ଆପଣ ବହୁତ କୋମଳ ହୃଦୟର ହୋଇଥାନ୍ତି ।

ନଭେମ୍ବର:- ଆପଣଙ୍କୁ ଜଣେ ନିରୀହ ଜୀବନସାଥି ଦରକାର କାରଣ ଆପଣ ଙ୍କ ବିଶ୍ୱାସ ଥରେ ଭାଙ୍ଗିଲେ ତାହା ପୁଣି ପୂର୍ବ ପରି ହେବା କଷ୍ଟକର ହୋଇଥାଏ ।

ଡିସେମ୍ବର:- ଆପଣଙ୍କୁ ଏମିତି ଜୀବନସାଥି ଦରକାର ଯିଏ ଆପଣଙ୍କୁ ସମ୍ଭାଳି ପାରୁଥିବ କାରଣ ଆପଣ ବହୁତ ଥର ଭାଙ୍ଗି ସାରିଛନ୍ତି ଏବଂ ଆପଣଙ୍କୁ ପୁଣି ଧୋକା ପାଇବାର ସବୁବେଳେ ଭୟ ରହିଥାଏ ।

ତେବେ ଆପଣଙ୍କ ଜନ୍ମ ମାସ କଣ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।