ଭାରତର ଏହି ଅମୂଲ୍ୟ ଖଜାନା କାରଣରୁ ଲଦାଖ ଉପରେ ରହିଛି ଚୀନର ନଜର, ଏଥିପାଇଁ ଚିନ ବାରମ୍ବାର…

ଗତ କିଛି ଦିନ ହେଲାଣି ଚୀନ ଲଦାଖ ଉପରେ ନିଜର ନଜର ରଖିଛି । ଯେକୌଣସି ବି ପରିସ୍ଥିତିରେ ସେ ଏହାକୁ ଦଖଲ କରିବା ପାଇଁ ଚାହୁଁଛି କିନ୍ତୁ ଭାରତର କଠୋର ଆଭିମୁଖ୍ୟକୁ ଆଖିରେ ରଖି ତାହାର ଏହି ଚାଲ ସଫଳ ହୋଇପାରୁ ନାହିଁ । ପୁଣିଥରେ ଚୀନର ସେନା ଏଲଓସି ଲାଇନକୁ ଅତିକ୍ରମ କରି ଭାରତୀୟ ସୀମାରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ ଏବଂ ଭାରତୀୟ ସେନା ମାନଙ୍କ ଠାରୁ ଉପଯୁକ୍ତ ଉତ୍ତର ପାଇଥିଲେ । ବହୁତ କମ ଲୋକ ଜାଣିଛନ୍ତି କି ଚୀନର ନଜର ଲଦାଖରେ ଥିବା ଧନ ଉପରେ ଅଛି ।

ଲଦାଖ ସାମାଜିକ ଦୃଷ୍ଟି ସହିତ ଆର୍ଥିକ ରୂପରେ ବି ଚୀନ ପାଇଁ ଅଭୁତ ମହତ୍ଵପୂର୍ଣ୍ଣ ଅଟେ । କାରଣ କୁହାଯାଉଛି କି ସେଠାକାର ପାହାଡ ୟୂରେନିୟମ, ଗ୍ରେନାଇଟ, ସୁନା ଏବଂ ବିରଳ ମୂଲ୍ୟବାନ ଧାତୁରେ ପରିପୂର୍ଣ ଅଟେ ଏବଂ ଚୀନର ନଜର ସେଗୁଡିକ ଉପରେ ଅଛି । ଯେଉଁ ଗଲବାନ ଅଞ୍ଚଳରେ ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଚାଲିଥିଲା ତାର ଠିକ ନିକଟରେ ଗୋଗରା ପୋସ୍ଟ ପାଖରେ ‘ଗୋଲ୍ଡେନ ମାଉନ୍ଟେନ’ ଅଛି । କୁହାଯାଉଛି କି ଏହି ପାହାଡ ଉପରେ ବହୁତ ବଡ ସୁନାର ଭଣ୍ଡାର ଅଛି ଯେଉଁ କାରଣରୁ ଡ୍ରାଗନ ବାରମ୍ବାର ଏମିତି ରକ୍ଷା କରିବାରେ ଲାଗିରହିଛି ।

ଏହା ସହିତ ଲଦାଖର କେତେକ ଅଞ୍ଚଳରେ ଅଧିକ ଗୁଣଥିବା ୟୂରେନିୟମର ଭଣ୍ଡାର ମିଳିଛି । ଯାହାଦ୍ୱାରା ପରମାଣୁ ବିଜୁଳି ସହିତ ପରମାଣୁ ବୋମା ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ । ଜର୍ମାନୀ ୨୦୦୭ ମସିହାରେ ଲଦାଖର କିଛି ପାହାଡର ନମୁନା ନେଇଥିଲା ଯାହାର ପରୀକ୍ଷା ପରେ ସେ କହିଥିଲା କି ସେଠାରେ ୫.୩୬ପ୍ରତିଶତ ୟୂରେନିୟମର ଭଣ୍ଡାର ଅଛି, ଯାହା ଅନ୍ୟ ଦେଶରୁ ମିଳୁଥିବା ୟୂରେନିୟମ ଠାରୁ ଅଧିକ ଅଟେ । ଯାହା ପରେ ଚୀନର ନଜର ଏହି ଜାଗା ଉପରେ ଲାଗିରହିଛି ଏବଂ ସେ ଯେକୌଣସି ବି ପରିସ୍ଥିତିରେ ଏହାକୁ ପାଇବା ପାଇଁ ଚାହୁଁଛି ।

ପରମାଣୁ ବୋମା ପାଇଁ ଦରକାର ହୋଇଥାଏ ୟୂରେନିୟମର ପ୍ରୟୋଗ

ଚୀନ ବିଶେଷଜ୍ଞମାନେ ଆମେରିକା ସହିତ ଉତ୍ତେଜନା ମଧ୍ୟରେ ପରମାଣୁ ବୋମାର ସଂଖ୍ୟାକୁ ବଢାଇ ୧୦୦୦ ପର୍ଯ୍ୟନ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏକ ଅନୁମାନ ଅନୁସାରେ ଚୀନ ପାଖରେ ବର୍ତ୍ତମାନ ୨୬୦ ପରମାଣୁ ବୋମା ଅଛି । ଯଦି ଚୀନ ୧୦୦୦ପରମାଣୁ ବୋମା ତିଆରି କରେ ତାହେଲେ ତାକୁ ଅଧିକ ପରିମାଣରେ ୟୂରେନିୟମର ଆବଶ୍ୟକତା ହେବ । ଏଭଳି ପରିସ୍ଥିତିରେ ଚୀନ ଏଠାରୁ ୟୂରେନିୟମ ବାହାରକରି ପରମାଣୁ ବୋମାକୁ ବଢାଇବାରେ ସଫଳ ହୋଇପାରେ ।

ଅରୁଣାଞ୍ଚଳ ସୀମାରେ ସୁନା-ରୂପାର ଭଣ୍ଡାର

ଚୀନ ଅରୁଣାଞ୍ଚଳ ପ୍ରଦେଶର ଉପର ସୁବଂଶିର ଜିଲ୍ଲାଠାରୁ ମାତ୍ର ୧୫କିମି ଦୂରରେ ସୁନା ଖୋଳି କରିଛି । ଏହି ସୁନାକୁ ସେ ତିବ୍ୟାତର ୟୁଲାମେଡ ଗାଁରେ ପାଇଛି । କୁହାଯାଇଛି କି ଏହି ଅଞ୍ଚଳରେ ବହୁତ ସୁନା,ରୂପା ଏବଂ ମୂଲ୍ୟବାନ ଅର୍ଥ ମିଳିଥାଏ, ଯାହାର ସମୁଦାୟ ମୂଲ୍ୟ ୬୦ଅରବ ଡଲାର ଅଟେ । ଏହାକୁ ବାହାର କରିବା ପାଇଁ ଚୀନ ଟନେଲ ତିଆରି କରିଛି ଏବଂ ଏଠାରେ ହଜାର ହଜାର ଟ୍ରକ ଖୁଦାଇ ପରେ ନିଆଯାଇଛି । ଚୀନ ସମ୍ପୂର୍ଣ ଅଞ୍ଚଳରେ ରାସ୍ତା ଏବଂ ବିମାନବନ୍ଦର ମଧ୍ୟ ତିଆରି କରିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।