ହେ ଭଗବାନ, କେଉଁବି ସୁହାଗିନୀ ମହିଳାଙ୍କର ଏପରି ନହେଉ ଅନ୍ତିମ ବିଦାୟ, ମୃତ୍ୟୁପରେ ଆସିଥିବା ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା

ନା ହାତରେ ଶଙ୍ଖା ଦିଆ ଯାଇଥିଲା ନା ବାପଘର ଓଢଣି ଟାଣିଥିଲେ । ସଧବା ନାରୀର ଷୋଳ ଶୃଙ୍ଗାର ମଧ୍ୟ କାରାଗାଲା ନାହିଁ । କେବଳ ପିପିଇ କିଟରେ ପ୍ୟାକ କଲେ ଏବଂ ଶବଦାହ କରାଗଲା । ମାମଲା ରାଜସ୍ଥାନର ସିକର ଜିଲ୍ଲାର ଲକ୍ଷ୍ମଣଗଡର ଅଟେ । ଘଟଣା ଏହା କି ସ୍ୱାସ୍ଥ୍ୟ ବିଭାଗ ଯେଉଁ ଦାହସଂସ୍କାର କରୋନା ସଂକ୍ରମଣ ଭାବି କଲେ ସେହି ସୁହାଗନ ମହିଳାଙ୍କର କିଛି ଘଣ୍ଟା ପରେ ରିପୋର୍ଟ ନେଗେଟିଭ ଆସିଲା ।

ଲକ୍ଷ୍ମଣଗଡ ୱାର୍ଡ ୨୦ରେ ଗୁରୁବାର ଦିନ ସନ୍ଧ୍ୟାରେ ୩୧ବୟସର ବିବାହିତା ମହିଳାଙ୍କୁ ନିଶ୍ଵାସ ନେବାରେ କଷ୍ଟ ହେଲା ଏବଂ ସମ୍ପର୍କୀୟ ମାନେ ତାଙ୍କୁ ମେଡିକାଲ ନେଇଗଲେ । ସଂକ୍ରମିତ କହି ଚିକିତ୍ସାକର୍ମୀ ତାଙ୍କୁ ସାବଲୀ କୋଭିଡ ସେଣ୍ଟରରେ ଭର୍ତି କରିଦେଲେ । କୋଭିଡ ସେଣ୍ଟରରେ ଉପଚାର ସମୟରେ ଶୁକ୍ରବାର ଦିନ ମହିଳାଙ୍କର ମୃତ୍ୟୁହୋଇଗଲା । ଚିକିତ୍ସକମାନେ ତାଙ୍କର ନମୁନା ନେଲେ ଏବଂ ଶବକୁ ପିପିଇ କିଟରେ ପ୍ୟାକ କରି ସିଧା ମଶାଣିକୁ ପଠାଇ ଦେଲେ ।

କିଛି ସମ୍ପର୍କୀୟ ମାନଙ୍କର ଉପସ୍ଥିତିରେ ପ୍ରଶାସନ ଶବର ଅନ୍ତିମ ସଂସ୍କାର କରିଦେଲେ । ସନ୍ଧ୍ୟାରେ ମହିଳାଙ୍କର କରୋନା ରିପୋର୍ଟ ଆସିଲା ସେଥିରେ ନେଗେଟିଭ ବାହାରିଥିଲା । ପ୍ରଶାସନ ଏମିତି କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ କଲେ କିନ୍ତୁ ଭାଇରସର ଭୟ ଏହି ନବବିବାହିତାଙ୍କର ଶେଷ ଶୃଙ୍ଗାର ବି ଛଡାଇ ନେଲା । ଲକ୍ଷ୍ମଣଗଡର ପ୍ରଶାସନଙ୍କୁ ଏହାର ସୂଚନା ମିଳିବା ପରେ ସେମାନେ ସ୍ତମ୍ବିଭୂତ ହୋଇଗଲେ । ସବଡିଭିଜନ ଅଧିକାରୀ ଡା. କୁଲରାଜ ମିନାଙ୍କ ନିର୍ଦେଶରେ ମେଡିକାଲ ଏବଂ ସବଡିଭିଜନ ପ୍ରଶାସନ ମିଳିତ ଭାବେ ତାଙ୍କର ଶବଦାହର ପ୍ରସ୍ତୁତି କରିଥିଲେ ।

ସାବଲୀରୁ ବିବାହିତାଙ୍କର ଶବକୁ କିଟରେ ସିଧା ଭୁତନାଥ ସ୍ଥିତ ମୋକ୍ଷଧାମକୁ ଅଣାଯାଇ ଥିଲା ଏବଂ ସମ୍ପର୍କୀୟ ମାନଙ୍କର ଉପସ୍ଥିତିରେ ପ୍ରଶାସନ କରୋନା ସଂକ୍ରମଣର ସମସ୍ତ ସତର୍କତା ଅବଲମ୍ବନ କରି ଅନ୍ତିମ ସଂସ୍କାର କରାଗଲା । ସୀକର ସିଏମଏଚଓ ଡକ୍ଟର ଅଜୟ ଚୌଧୁରୀ କହିଛନ୍ତି କି ଲକ୍ଷ୍ମଣଗଡ ସହରର ୱାର୍ଡ ୨୦ର ମୃତମହିଳାଙ୍କର କରୋନା ଯାଞ୍ଚ ରିପୋର୍ଟ ନେଗେଟିଭ ବାହାରିଛି । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।