ଲବଙ୍ଗ ଦ୍ଵାରା କିପରି ଦୂର କରିବେ କଷ୍ଟ ? ଦେଖନ୍ତୁ Astrologer Pragyan Tripathy ଙ୍କର କିଛି ଖାସ୍ ଟିପ୍ସ

ବେଳେବେଳେ ଆମ ଜୀବନରେ ଅନେକ କଷ୍ଟ, ଦୁଃଖ ଓ ଯନ୍ତ୍ରଣା ଲାଗି ରହିଥାଏ । ଯାହାଫଳରେ ଆମକୁ ରାତିରେ ଭଲ ନିଦ ହୁଏ ନାହିଁ । ଗୋଟିଏ କଷ୍ଟ ନ ଯାଉଣୁ ଆଉ ଏକ ସମସ୍ଯା ମାଡି ଆସେ ଫଳରେ ଆମ ମନରେ ବହୁତ କଷ୍ଟ ହୁଏ । ଯଦି ଏହିଭଳି ଦୁର୍ଭାଗ୍ୟ ଆପଣଙ୍କ ଜୀବନରେ ଲାଗି ରହିଛି ତେବେ କେବଳ ତିନୋଟି ଲବଙ୍ଗ ଦ୍ଵାରା ସେହି ସମସ୍ଯାକୁ ଅତି ସହଜରେ କିଭଳି ଦୂର କରିପାରିବେ ସେ ବିଷୟରେ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ ।

 

ଯଦି ଆପଣଙ୍କୁ ଲାଗୁଛି କିଛି ଗୋଟେ ଆପଣଙ୍କୁ ଏକଦମ ଦବେଇକି ରଖିଛି ଓ ଆପଣ ଚାହିଁଲେ ବି ସେଥିରୁ ମୁକ୍ତ ହୋଇ ପାରୁନାହାନ୍ତି କିମ୍ବା ଆପଣଙ୍କ ଅଧିକାର ଆପଣଙ୍କ ସାମ୍ନାରେ ଅଛି କିନ୍ତୁ ଆପଣ ସେହି ଅଧିକାର ପାଇ ପାରୁନାହାନ୍ତି । ଏହିସବୁ କିମ୍ବା ଆପଣଙ୍କ ମନରେ ଯେକୌଣସି ବିଷୟକୁ ନେଇ ବାଧା ଥାଉ ନା କାହିଁକି ଆପଣ ଏହି ଉପାୟକୁ କରିପାରିବେ । ପ୍ରଥମେ ଆପଣ ଏକ ମାଟି ଦୀପ ନେବେ ଓ ଏହାସହ ତିନୋଟି ଲବଙ୍ଗ ମଧ୍ୟ ନେବେ ।

ଧ୍ୟାନ ଦେବେ ଯେପରି ଲବଙ୍ଗ ଭାଙ୍ଗି ନଥିବ ଏବଂ ତା’ର ଫୁଲଟି ଭଲ ଥିବ । ଯେତେବେଳେ ବି ଆପଣ ଯେକୌଣସି ପୂଜାରେ ଲବଙ୍ଗ ବ୍ୟବହାର କରୁଛନ୍ତି ଏହିପରି ଫୁଲ ଥିବା ଲବଙ୍ଗ ହିଁ ବ୍ୟବହାର କରିବେ । ମାଟି ଦୀପ ଉପରେ ଫୁଲ ଥିବା ତିନୋଟି ଲବଙ୍ଗ ନେଇ ଏହାକୁ ଆପଣଙ୍କ ଘରର ପୂଜାଘରର ଐଶାନ୍ୟ କୋଣରେ ରଖିଦିଅନ୍ତୁ ।

ଏହି ଉପାୟକୁ ରାତି ସମୟରେ କରିବେ । ଏହାସହ ଆପଣ ମାଟି ଦୀପରେ ତିନୋଟି କର୍ପୁର ମଧ୍ୟ ରଖିବେ । ଲବଙ୍ଗକୁ ମାଟି ଦୀପରେ ରଖିବା ପୂର୍ବରୁ ପ୍ରଥମେ ହାତରେ ଜାବୁଡି ଧରି ଆପଣଙ୍କ ଯାହା ସମସ୍ଯା ଅଛି କହିବେ ଓ ତା’ପରେ ମାଟି ଦୀପରେ ଏହାକୁ ରଖିଦେବେ । ସୂର୍ଯ୍ୟାସ୍ତ ପରେ ଯେତେବେଳେ ଆପଣ ଆଳତି କରୁଛନ୍ତି ସେହି ସମୟରେ ଆପଣ ଏହାକୁ ପୂଜାଘରର ଐଶାନ୍ୟ କୋଣରେ ରଖିଦେବେ ଓ ସେହିପରି ଛାଡିଦେବେ ।

ଆଉ ରାତି ୯ଟା ପରେ ଆପଣ ସେହି ଦୀପକୁ ପୂଜାଘରେ ଜଳାଇବେ । ଯଦି ଆପଣଙ୍କ କର୍ପୁର ଜଳିଯାଉଛି ଓ ଲବଙ୍ଗ ବଳିଯାଉଛି ତେବେ ଆପଣ ଆଉ କିଛି କର୍ପୁର ସେଥିରେ ମିଶାଇ ପାରିବେ । ଲବଙ୍ଗ ଓ କର୍ପୁର ସଂପୂର୍ଣ୍ଣ ଜଳି ପାଉଁଶ ହୋଇଯିବା ପରେ ଆପଣ ସେହି ପାଉଁଶକୁ ଗୋଟିଏ କାଗଜରେ ଆଣିବେ ।

ଏହି ପାଉଁଶକୁ ନେଇ ଆପଣ ଯେଉଁ ବିଛଣାରେ ଶୋଉଛନ୍ତି ସେହି ଗଦି ତଳେ କିମ୍ବା ତକିଆ ତଳେ ଏହାକୁ ରଖିଦେବେ । ଶୋଇବା ସମୟରେ ଆପଣ ସେହି ପାଉଁଶକୁ ଅନାମିକା ଆଙ୍ଗୁଳିରେ ଆଣି ନିଜ କଣ୍ଠ ଏବଂ ନାଭିରେ ଲଗାଇବେ । ଆଉ ସେହି ସମୟରେ ନିଜର ସମସ୍ଯା ମଧ୍ୟ କହିବେ ।

ଏହିପରି ଆପଣ ଦୁଇ ତିନିଦିନ ବ୍ଯବଧାନରେ ଶ୍ରଦ୍ଧାର ସହକାରେ କରନ୍ତୁ ଦେଖିବେ ଯାହାବି ଦୁଃଖ କଷ୍ଟ ରହିଛି ତାହା ଦୂର ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।