କନ୍ୟା ରାଶି (Virgo) ସେପ୍ଟେମ୍ବର 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ଜୀବନ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଉପରେ ନିର୍ଭରଶୀଳ । ଏହା ଆମ ଜୀବନରେ କେବେ ସୁଖ ନେଇ ଆସେ ତ ଆଉ କେବେ ଦୁଃଖ ନେଇ ଆସେ । ଏହା ଯୋଗୁଁ ମଣିଷ ଜୀବନରେ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ଆଜି ଆମେ ଜାଣିବା ୨୦୨୨ ସେପ୍ଟେମ୍ବର ମାସର କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ରାଶିଫଳ ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବ ଖଣ୍ଡନର ଯଥୋଚିତ ପ୍ରତିକାର ।

ଆପଣଙ୍କ କ୍ଯାରିୟରରେ ୨୦୨୨ ମସିହା ସେପ୍ଟେମ୍ବର ମାସରେ ଭାଗ୍ୟ ସହ ଆଶୀର୍ବାଦ ପ୍ରାପ୍ତ ହେବ । ଉଭୟ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଥିବା ଲୋକମାନେ ଅତୀତର ପରିଶ୍ରମର ଉଚିତ ଫଳାଫଳ ଏହି ମାସରେ ପାଇବେ । ଯେଉଁମାନେ ବ୍ୟବସାୟରେ ପରିବର୍ତ୍ତନ ବିଷୟରେ ଚିନ୍ତା କରୁଥିଲେ ଏହି ମାସ ସେମାନଙ୍କ ପାଇଁ ଅନୁକୂଳ ରହିବ । କିନ୍ତୁ ଶୀଘ୍ର କୌଣସି ନିଷ୍ପତ୍ତି ନନେଇ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଶିକ୍ଷା କ୍ଷେତ୍ରରେ କିନ୍ତୁ ଛାତ୍ର-ଛାତ୍ରୀଙ୍କୁ କିଛି ସମସ୍ଯା ଦେଖା ଦେଇପାରେ ।

ଏହି ସମୟରେ ମନ ଦ୍ଵନ୍ଦରେ ରହିପାରେ ଓ କଠିନ ପରିଶ୍ରମ କରିବାକୁ ମଧ୍ୟ ପଡିବ । ପ୍ରେମ ଜୀବନ ଦୃଷ୍ଟିରୁ ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । ପ୍ରେମୀମାନେ ରୋମାନ୍ସ ଓ ପ୍ରେମ ପ୍ରତି ଅଧିକ ଆସକ୍ତ ରହିବେ । ଅନ୍ୟପରେ କିଛି ଖରାପ ଅଭ୍ଯାସ ଯୋଗୁଁ ସମସ୍ଯାର ସାମ୍ନା କରିବାକୁ ପଡିପାରେ ।

ବିବାହିତ ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନରେ ମଧ୍ୟ କିଛି ଅସୁବିଧା ସୃଷ୍ଟି ହୋଇପାରେ । କାର୍ଯ୍ୟ ଓ ପରିବାରର ଦାୟିତ୍ଵ ଭାର ଏତେ ଅଧିକ ହେବ ଯେ ଆପଣ ଜୀବନସାଥିଙ୍କୁ ସମୟ ଦେବାରୁ ବଞ୍ଚିତ ହେବେ । ଆପଣ ଓ ଆପଣଙ୍କ ସାଥିଙ୍କ ପାଇଁ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ବି ଦେଖା ଦେଇପାରେ । ଆର୍ଥିକ ଦୃଷ୍ଟିରୁ ବିଦେଶ ସ୍ରୋତରୁ ଆପଣଙ୍କୁ ଭଲ ଧନ ଲାଭ ହେବ । ଧନ ଲାଭ ଦୃଷ୍ଟିରୁ ଅନେକ ଅନୁକୂଳ ସୁଯୋଗ ଆପଣଙ୍କ ପାଇଁ ସୃଷ୍ଟ ହେବାକୁ ଯାଉଛି ।

ଶୀଘ୍ର ଟଙ୍କା ରୋଜଗାର କରିବାର ନିଶା ଆପଣଙ୍କୁ ବେଆଇନ ମାର୍ଗ ପ୍ରତି ଆକୃଷ୍ଟ କରିପାରେ , ତେଣୁ ନିୟମ ବିରୋଧରେ ଯାଉଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଶନିଙ୍କ ଦ୍ଵିତୀୟ ଘରେ ଆପଣଙ୍କୁ ଦେଖିବା ଦ୍ଵାରା ବିପୁଳ ପରିମାଣରେ ଧନ ଲାଭ ହେବ । ଅଟକି ରହିଥିବା ଧନ ମଧ୍ୟ ଫେରସ୍ତ ପାଇବେ ।

ଏହି ସମୟରେ ପରିବାରରେ ଅଶାନ୍ତିର ପରିବେଶ ଆପଣଙ୍କୁ ବିବ୍ରତ କରିପାରେ । ଆପଣ ଏହା ସମାଧାନ କରିବାକୁ ଚେଷ୍ଟା କରନ୍ତୁ ନଚେତ ପ୍ରତିକୂଳ ପରିସ୍ଥିତି ବିଗିଡିଯିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଏହି ମାସଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । ଅତୀତରେ ଯଦି କିଛି ରୋଗ ସମସ୍ଯା ଥିଲା ତେବେ ଏହି ମାସରେ ତାହା ପୁନଃ ଦେଖା ଦେଇପାରେ । ତେଣୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତ୍ଯେକ ମଙ୍ଗଳବାର ଦିନ ଆପଣ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ମାଙ୍କଡମାନଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ ।

ଏହାସହ ଭଗବାନ ଗଣେଶଙ୍କୁ ମଧ୍ୟ ଲଡୁ ଓ ମୁଗଡାଲି ଅର୍ପଣ କରନ୍ତୁ ଏବଂ ଅଭାବୀ ଲୋକଙ୍କ ନିଜ ସକ୍ଷମ ଅନୁସାରେ ଖାଇବାକୁ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।