ଜାଣନ୍ତୁ କୁକୁର ସମ୍ବନ୍ଧିତ ଶୁଭ ଅଶୁଭ, କୁକୁର ବି ଖୋଲିଥାଏ ଶୁଭ ଅଶୁଭର ବହୁତ ରାଜ

କୁକୁରକୁ ଶକୁନ ଶାସ୍ତ୍ରରେ ଶକୁନ ରତ୍ନ କୁହାଯାଇଛି । ଏମିତି ମାନ୍ୟତା ଅଛି କି କୁକୁର ପାଖରେ କିଛି ଏମିତି ଶକ୍ତି ଅଛି କି ଯାହା ଦ୍ଵାରା ତାଙ୍କୁ ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବ ସୂଚନା ମିଳିଯାଇଥାଏ । କୁକୁରଙ୍କର କିଛି କାମ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଭଲ ବା ଖରାପ ଘଟଣାର ଅନୁମାନ ଲଗାଯାଇପାରିବ । ଶକୁନ ଶାସ୍ତ୍ରରେ କୁକୁରକୁ ନେଇ ବହୁତ କିଛି ଶୁଭ ଓ ଅଶୁଭ ଲକ୍ଷଣ ବିଷୟରେ କୁହାଯାଇଛି । ତେବେ ଚାଲନ୍ତୁ ଜାଣିବା ।

କୁକୁର ସମ୍ବନ୍ଧିତ ଶୁଭ ଓ ଅଶୁଭ

୧. କୁକୁର ଆସି ଯଦି ଆପଣଙ୍କର ପାଦ ଶୁଙ୍ଘିବାକୁ ଲାଗେ ତେବେ ଏହା ଆପଣଙ୍କର ହେବାକୁ ଥିବା ଧନପ୍ରାପ୍ତିର ସଙ୍କେତ ଅଟେ ।
ଯଦି ଆପଣଙ୍କୁ ନିଜ ଘର ସାମ୍ନାରେ ଗାଈ ଓ କୁକୁର ଏକା ସହିତ ଖେଳୁଥିବାର ଦେଖାଯାଏ ତେବେ ଏହା ଆପଣଙ୍କ ଘରେ ସନ୍ତାନ ଆସିବାର ସଂଯୋଗ ହୋଇଥାଏ ।

୨. କୁକୁର ଯଦି କୌଣସି ଜାଗାରେ ନିଜର ମୁଣ୍ଡକୁ ବାରମ୍ବାର ଘସୁଥାଏ ତେବେ ସେଠାରେ ଗୁପ୍ତଧନ ଥିବାର ସମ୍ଭାବନା ହୋଇଥାଏ ।

୩. ଯଦି କୌଣସି କୁକୁର ଯାତ୍ରାରେ ଯାଉଥିବା ସମୟରେ ବାମ ପଟରେ ଆପଣଙ୍କ ସହିତ ବହୁତ ଦୂର ପର୍ଯ୍ୟନ୍ତ ଯାଇଥାଏ ତେବେ ଏହା ସୁନ୍ଦର ସ୍ତ୍ରୀ ଓ ଧନପ୍ରାପ୍ତିର ସଙ୍କେତ ହୋଇଥାଏ ଏବଂ ଏହାର ବିପରୀତରେ ଯଦି ଏହା ଡାହାଣ ପଟରେ ଚାଲିଥାଏ ତେବେ ଏହା ଚୋରୀ ବା ଧନହାନିର ସଙ୍କେତ ହୋଇଥାଏ ।

୪. ବର୍ଷାଦିନେ ଯଦି କୌଣସି କୁକୁର ଗଛମୂଳରେ ଠିଆ ହୋଇ ଭୁକିଥାଏ ତେବେ ଏହା ଭଲ ବର୍ଷା ହେବାର ସଙ୍କେତ ହୋଇଥାଏ ।
କୌଣସି ଜୁଆଳି ଜୁଆ ଖେଳିବାକୁ ଯିବା ସମୟରେ ଯଦି ଡାହାଣ ପଟରେ କୁକୁର ମଳ ତ୍ୟାଗ କରୁଥିବାର ଦେଖାଗଲେ ତେବେ ଏହା ତାର ଜୁଆରେ ଜିତିବାର ସଙ୍କେତ ହୋଇଥାଏ ।

୫. ଯଦି ଆପଣଙ୍କ ଘରେ କୁକୁର ବହୁତ ସମୟ ପର୍ଯ୍ୟନ୍ତ ଆକାଶ ଆଡକୁ ଦେଖୁଥାଏ ତେବେ ଏହା ସୁନ୍ଦର ସ୍ତ୍ରୀ ପ୍ରାପ୍ତି ଓ ଧନଲାଭର ସଙ୍କେତ ହୋଇଥାଏ ।

୬. କୁକୁର ଯଦି କାନ୍ଦି କାନ୍ଦି କୌଣସି ଘରର କାନ୍ଥରେ ପଞ୍ଝା ମାରିଥାଏ ତେବେ ଏହା ସେହି ଘରେ ଚୋରୀ ବା ବଡ ସଙ୍କଟ ଆସିବାର ସଙ୍କେତ ହୋଇଥାଏ ।

୭. ଅନ୍ତିମ ସଂସ୍କାର କରି ଶ୍ମଶାନରୁ ଫେରୁଥିବା ସମୟରେ ଯଦି କୌଣସି ବ୍ୟକ୍ତି ସହିତ କୁକୁର ଆସିଥାଏ ତେବେ ସେହି ବ୍ଯକ୍ତିର ଜଲ୍ଦି ମୃତ୍ୟୁ ହେବ କିମ୍ବା ବହୁତ ବଡ ବିପତ୍ତି ଆସିବାର ସଙ୍କେତ ହୋଇଥାଏ ।

୮. ଯଦି କୌଣସି କୁକୁର ଆପଣଙ୍କ ସାମ୍ନାରେ ଜଳୁଥିବା କାଠ ଧରି ଆସିଥାଏ ତେବେ ଏହା ଆପଣଙ୍କ ପାଇଁ ମୃତ୍ୟୁ ବା ଭୟାନକ କଷ୍ଟର ସୂଚନା ହୋଇଥାଏ । ଯାତ୍ରା ସମୟରେ ଯାଉଥିବା ସମୟରେ କୁକୁର ଯଦି ଆପଣଙ୍କର ଜୋତା ନେଇ ପଳାଇଯାଏ ବା ଅନ୍ୟ କାହାର ଜୋତା ନେଇ ସାମ୍ନାକୁ ଆସିଥାଏ ତେବେ ଏହା ଆପଣଙ୍କର ଚୋରୀ ହେବାର ପୂର୍ବ ସୂଚନା ହୋଇଥାଏ ।

୯. ଯଦି ଆପଣଙ୍କ ପାଳୁଥିବା କୁକୁରର ଆଖିରେ ଲୁହ ଆସିଥାଏ ଓ ସେ ଖାଦ୍ୟ ଖାଇବା ବନ୍ଦ କରିଦିଏ ତେବେ ଏହା ଆପଣଙ୍କ ଘରେ ସଙ୍କଟ ଆସିବାର ପୂର୍ବ ସୂଚନା ହୋଇଥାଏ ।

୧୦. ଯଦି ଆପଣଙ୍କର ଘର ସାମ୍ନାରେ ଆସି କୁକୁର ବାରମ୍ବାର ଲଗାତାର ଭୁକିଥାଏ ତେବେ ଏହା ଆପଣଙ୍କ ଘରେ ଆସିବାକୁ ଥିବା ରୋଗ ବା କଷ୍ଟର ସଙ୍କେତ ହୋଇଥାଏ । ଭୋଜନ କ ରୁଥିବା ସମୟରେ କୌଣସି କୁକୁରର କାନ୍ଦ ଶୁଭାଯିବା ଅଶୁଭ ସଙ୍କେତ ହୋଇଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।