କୁକୁର ଏମିତି ଝୁଣିଲା ଯେ 12 ଷ୍ଟିଚ ସହ 30 ଇଞ୍ଜେକସନ ଲାଗିଲା, 25 ମିନିଟ ଯାଏଁ ରଡି କଲା ଛୁଆ… ପିତାମାତା ବଖାଣିଲେ ଛୁଆକୁ କୁକୁର ଆକ୍ରମଣର ପୁରା ଘଟଣା, ଦେଖନ୍ତୁ video

ଭୁବନେଶ୍ବରରେ କୁକୁର କାମୁଡାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ଭୁବନେଶ୍ଵର ଇନଫୋସିଟି ଥାନାରେ ଅଭିଯୋଗ ହୋଇଥିଲା କି, ତପସ୍ଵିନୀ ଆପାର୍ଟମେଣ୍ଟରେ ଜଣେ 8 ବର୍ଷର ପିଲାକୁ ସେହି ଆପାର୍ଟମେଣ୍ଟର ଏକ ପୋଷା କୁକୁର କାମୁଡି ଦେଇଛି । କୁକୁରଟି ପୋଷା ହୋଇଥିବାରୁ ଏବଂ ମାଲିକଙ୍କ ହାତରୁ ଟାଣି ହୋଇ ଯାଇ ପିଲାଟିକୁ ଝୁଣି ପକେଇ ଥିବାରୁ ଏ ମାମଲାରେ କଲୋନୀ ବାସୀ ଥାନାର ଦ୍ଵାରସ୍ଥ ହୋଇଥିଲେ ।

ଯେହେତୁ କୁକୁରଟି ଅତି ହିଂସ୍ର ତେଣୁ ତାକୁ ବିଏମସି ଏବଂ ପୋଲିସ ଅଧିକାରୀ ଆସି ନେଇଯିବେ ବୋଲି ଗତକାଲି ଦିନ 1ଟା ଯାଏଁ ସମୟ ଦିଆ ଯାଇଥିଲା । ସବୁଦିନ ଭଳି ଗତ 6 ତାରିଖ 4ଟା ବେଳେ ପିଲାଟି ସାଇକେଲ ଚଲେଇବାକୁ ବାହାରିଥିଲା । ଏତିକି ବେଳେ କୁକୁର ମାଲିକ ତାଙ୍କ କୁକୁରକୁ ବୁଲେଇବାକୁ ନେଇଥିଲେ ।

କୁକୁର ଭୋକିବାରୁ ପିଲାଟି ଡରିଯାଇ ସାଇକେଲରୁ ତଳେ ପଡି ଯାଇଥିଲା । ଏତିକି ବେଳେ କୁକୁର ଟା’ ମାଲିକ ହାତରୁ ଭିଡି ହୋଇ ପିଲା ଉପରେ ଆକ୍ରମଣ କରିଥିଲା । କୁକୁରଟି ପିଲାକୁ ଖାଲି କାମୁଡିନି ବରଂ ତାକୁ ଏକଦମ ଝୁଣି ପକେଇଛି । ବାରମ୍ବାର ପିଲାକୁ କାମୁଡିବା ସହ ପେଟ ଓ ପିଠିରେ ଆକ୍ରମଣ କରିଥିଲା କୁକୁର ।

ଏହାପରେ କୁକୁରର ମାଲିକ ଶ୍ରାବଣୀ ପଟ୍ଟନାୟକ ଏବଂ ତାଙ୍କ ମାଳି ମିଶି କୁକୁରକୁ ଛଡେଇଥିଲେ ଓ ପିଲାକୁ ତାଙ୍କ ପିତାମାତାଙ୍କ ପାଖକୁ ନେଇ ଯାଇଥିଲେ । ସେତେବେଳେ ପିଲାର ରକ୍ତ ବୋହିବା ବନ୍ଦ ହେଉ ନଥାଏ । ସେମାନେ ମିଶି ପିଲାକୁ ତୁରନ୍ତ ଆପୋଲୋ ହସ୍ପିଟାଲ ନେଇ ଯାଇଥିଲେ ।

ସେଠାରେ ଡାକ୍ତର ଦେଖିବା ପରେ କହିଥିଲେ କି, ଏହା ସାଧାରଣ କୁକୁର କାମୁଡା ନୁହେଁ ବରଂ କ୍ୟାଟାଗୋରି-3 କୁକୁର କାମୁଡା । ତେଣୁ ସେମାନଙ୍କୁ ଥାନାରେ ଯାଇ ଏକ ମେଡିକାଲ ଫାଇଲ ରିପୋର୍ଟ କରିବାକୁ ହେବ ବୋଲି ଡାକ୍ତର କହିଥିଲେ । ଏହାପରେ ଆଭ୍ଯନ୍ତରୀଣ ଆଘାତ ଲାଗିଛି କି ନାହିଁ ଜାଣିବା ପାଇଁ ପିଲାକୁ ଅଲଟ୍ରାସାଉଣ୍ଡ କରା ଯାଇଥିଲା ଓ ତା’ପରେ ତାକୁ ସର୍ଜରୀ କରି ଯାଇଥିଲା ।

25 ମିନିଟ ସର୍ଜରୀ ହେବାସହ ପାଖାପାଖି 12ଟି ଷ୍ଟିଚ ପିଲା ଶରୀରରେ ପଡିଛି ବୋଲି ପିତାମାତା ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ବରଂ ବିନା କୌଣସି ଆନାସ୍ଥେସିଆରେ ପିଲାକୁ 30ରୁ ଅଧିକ ଇଞ୍ଜେକସନ ଦିଆଯାଇଛି । ପିଲାଟି ଏତେ କଷ୍ଟ ପାଇବା ଓ ଚିତ୍କାର କରିବା ଦେଖି ପିତାମାତା ମଧ୍ୟ ଏକଦମ ଭାଙ୍ଗି ପଡିଥିଲେ ।

ତେବେ କୁକୁରଟି ଥରେ ଏତେ ନିର୍ମମ ଭାବେ କାମୁଡି ଥିବାରୁ ଆଉ ଯେପରି କେହି ଏଭଳି କଷ୍ଟ ନ ଭୋଗନ୍ତି ସେଥିପାଇଁ କୁକୁରକୁ ଯଥାଶୀଘ୍ର ସେଠାରୁ ନେଇଯିବା ପାଇଁ ତପସ୍ଵିନୀ ଆପାର୍ଟମେଣ୍ଟ ବାସିନ୍ଦା ଥାନାରେ ଅଭିଯୋଗ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।