“ଖାଦ୍ଯ ଯୋଗୁଁ ହାଇପରନେସ ବଢୁଛି ଆଉ ରିଲେଶନସିପରେ ଲୋକଙ୍କ ଆଶା ବଢୁଛି ଆଉ ଶେଷରେ…” ଆଜିକାଲିର ପ୍ରେମ ପାଇଁ ଖାଇବାକୁ ଦାୟୀ କଲେ ଏହି ମହିଳା !

ଦିଲ୍ଲୀରେ ଅଫତାବ ନାମକ ଜଣେ ପ୍ରେମିକ ତା’ ଲିଭ-ଇନ ପାର୍ଟନର ଶ୍ରଦ୍ଧାକୁ ହତ୍ୟା କରି 35 ଖଣ୍ଡରେ କାଟିବା ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଉଭୟ ଘରଠୁ ଅଲଗା ହୋଇ ବେଶ କିଛିଦିନ ଧରି ଲିଭ-ଇନ ରେ ରହି ଆସୁଥିବା ବେଳେ ଶେଷରେ ପ୍ରେମିକ ନିଜେ ତା’ ପ୍ରେମିକାକୁ ଏଭଳି ନୃଶଂସ ଭାବେ ହତ୍ୟା କରିବା ସମସ୍ତଙ୍କୁ ଅତ୍ୟନ୍ତ ଚକିତ କରିଛି । ପୂର୍ବରୁ ସୁପ୍ରିମକୋର୍ଟ ଲିଭ-ଇନ ରିଲେସନସିପକୁ ଅନୁମତି ଦେଇଥିବା ବେଳେ ଆଜିକାଲି ଅନେକ ଯୁବକ ଯୁବତୀ ଲିଭ-ଇନ ରେ ରହୁଛନ୍ତି ।

ହେଲେ ଆମ ସମାଜ ଓ ପରମ୍ପରା ଆଜି ବି ଏହାର ଘୋର ବିରୋଧ କରେ । ତା’ ଉପରେ ଅନେକ ସମୟରେ ଏଭଳି ଘଟଣା ହୃଦୟ ବିଦାରକ ଘଟଣା ଲିଭ-ଇନ ରିଲେସନ ସହ ପ୍ରେମକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏନେଇ ଅନେକ ନିଜ ମତ ରଖୁଛନ୍ତି । ଜଣେ ମହିଳା ଏନେଇ ନିଜ ମନ୍ତବ୍ୟ ଦେଇଛନ୍ତି । ତାଙ୍କ ମତରେ ଆଜିର ଯୁବପିଢି ପ୍ରେମ ଆଳରେ କେବଳ ଶାରୀରିକ ଆବଶ୍ୟକତା ପୂରଣ କରୁଛନ୍ତି । ଶାରୀରିକ ସୁଖ ପାଇଁ ଏକାଠି ରହୁଛନ୍ତି ଓ ପ୍ରେମ କରୁଛନ୍ତି । ଫଳରେ ପରେ ଏହା ଭୟଙ୍କର ରୂପ ନେଉଛି ।

ଯେଉଁଥି ପାଇଁ ହତ୍ୟା ଓ ଆତ୍ମହତ୍ୟା ଭଳି ମାମଲା ଦେଶରେ ବଢି ବଢି ଚାଲିଛି । କେହି ଯଦି କାହାକୁ ଟିକେ ବି ପ୍ରେମ କରିଥାଏ ତେବେ ସେ କେବେ ହେଲେ ବି ଏଭଳି ନୃଶଂସ କାଣ୍ଡ କରିପାରିବ ନାହିଁ । ଅଫତବ କେବେ ହେଲେ ଶ୍ରଦ୍ଧାକୁ ପ୍ରକୃତ ପ୍ରେମ କରି ନଥିଲା । ନହେଲେ ଏଭଳି ନୃଶଂସ ଭାବେ ତାକୁ କେବେ ହେଲେ ହତ୍ୟା କରି ନଥାନ୍ତା ବୋଲି ସେ କହଛନ୍ତି ।

ତେବେ ଆଜିକାଲି ଝିଅମାନଙ୍କୁ ତାଙ୍କ ଘରୁ ବହୁତ ଅଧିକ ସ୍ଵାଧୀନତା ମିଳୁଛି ଓ ସେମାନେ ଏହାର ଫାଇଦା ଉଠାଉଛନ୍ତି । ଆଗରୁ ଝିଅମାନେ ଯୌଥ ପରିବାରରେ ରହୁଥିଲେ ଓ ସେମାନଙ୍କ ଉପରେ ଘରଲୋକ ସବୁବେଳେ ଧ୍ୟାନ ଦେଉଥିଲେ । ଦରକାର ହେଲେ ରୋକଟୋକ ମଧ୍ୟ ଲଗାଉଥିଲେ । କିନ୍ତୁ ଏବେ ସେସବୁ ଏକଦମ ବନ୍ଦ ହୋଇଗଲାଣି ।

ତେଣୁ ଏଥିରେ ଶ୍ରଦ୍ଧାର ପିତାମାତାଙ୍କର ମଧ୍ୟ ପ୍ରଥମ ଭୁଲ ବୋଲି ସେ କହିଛନ୍ତି । ଆଗରୁ ଲୋକେ ଗୋଟିଏ ରିଲେସନକୁ କିପରି ଭଲରେ ତୁଲାଇବେ ସେନେଇ ଚେଷ୍ଟା କରୁଥିଲେ ଓ ଏକଥା ଘରେ ମଧ୍ୟ ଶିକ୍ଷା ଦିଆ ଯାଉଥିଲା । କିନ୍ତୁ ଆଜିକାଲିର ପ୍ରେମ ଏକଦମ ସର୍ତ୍ତମୂଳକ ହୋଇଗଲାଣି ।

ଯୁବପିଢି ବାରମ୍ବାର ପାର୍ଟନର ବଦଳାଉଛନ୍ତି ଏବଂ ରିଲେସନରେ ସାମାନ୍ଯ ସମସ୍ଯା ଆସିଲେ ନିଜ ବୁଦ୍ଧି ହରେଇ ବସୁଛନ୍ତି । ଶ୍ରଦ୍ଧା ଓ ଅଫତାବଙ୍କ କ୍ଷେତ୍ରରେ ଯଦି ସେମାନେ ସମ୍ପର୍କକୁ ନେଇ ରାଜି ନଥିଲେ ତେବେ ଭଲରେ ଅଲଗା ହୋଇ ପାରିଥାନ୍ତେ । ଫଳରେ କଥାଟା ଏତେ ଦୂର ଆଗେଇ ନଥାନ୍ତା ।

ଶ୍ରଦ୍ଧାଙ୍କୁ ମିଶାଇ ଅଫତାବଙ୍କର ଆହୁରି 4ଟି ଗାର୍ଲଫ୍ରେଣ୍ଡ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ନିହାତି ଭାବେ ତା’ର ମାନସିକତାରେ କିଛି ସମସ୍ଯା ଥାଇପାରେ । ଆଜିକାଲିର ପରିବେଶ, ଖାଦ୍ୟପେୟ ମଧ୍ୟ ଯୁବପିଢିଙ୍କ ଉତ୍ତେଜନା ବୃଦ୍ଧି ପାଇବାର ଏକ ମୁଖ୍ୟ କାରଣ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।