KL Rahul ଓ Rohit ଶର୍ମା ଆଉ ନୁହେଁ ବରଂ ଟି20 ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ଓପନିଂ କରିବେ ଏହି ଦୁଇ ପ୍ରତିଭାବାନ ଯୁବ ଖେଳାଳି, ବଡ ଅପଡେଟ ଦେଲା BCCI

ଭାରତୀୟ କ୍ରିକେଟ ଦଳର ଟି20 ଫର୍ମାଟରେ ବଡ ପରିବର୍ତ୍ତନ ଆଣିବ BCCI । ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଯାଉଥିବା ମ୍ଯାଚରେ ଦେଖିବାକୁ ମିଳିବ ନୂଆ ଓପନିଂ ଯୋଡି । ସୂଚନା ଅନୁଯାୟୀ ଆସନ୍ତା 18 ତାରିଖ ଶୁକ୍ରବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ସିରିଜରେ ପୁରୁଣା ମୁହଁକୁ ଛାଡି ଓପନିଂରେ ନୂଆ ଓପନରଙ୍କ ପରୀକ୍ଷଣ କରାଯିବ । ଏକ ନବଗଠିତ ଭାରତୀୟ ଦଳ ଆସନ୍ତା ଶୁକ୍ରବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ 3ଟି ମ୍ଯାଚ ବିଶିଷ୍ଟ ଟି20 ସିରିଜ ଖେଳିବ ।

ତେବେ କିୱି ମାଟିରେ ଭାରତୀୟ ଦଳର ନେତୃତ୍ଵ କରିବେ ହାର୍ଡ ହିଟିଙ୍ଗ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା । ଏହି ସିରିଜରେ ବ୍ୟାଟ୍ସମ୍ୟାନ ଓ ୱିକେଟ କିପର ରିଷଭ ପନ୍ତ ଉପଅଧିନାୟକ ପଦ ତୁଲାଇବେ । ନିକଟରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହୋଇଥିବା ଆଇସିସି ଟି20 ବିଶ୍ଵକପ ସେମିଫାଇନାଲରୁ ଲଜ୍ଜାଜନକ ବିଦାୟ ନେଇଥିଲା ଟିମ୍ ଇଣ୍ଡିଆ । ଏହାପରେ ଅଧିନାୟକ ତଥା ହିଟମ୍ୟାନ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଷ୍ଟାର ଓପନର ଲୋକେଶ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି ।

ସେହିପରି ରବିଚନ୍ଦ୍ରନ ଅଶ୍ବିନ, ଅକ୍ସର ପଟେଲ ଓ ମହମ୍ମଦ ଶାମିଙ୍କୁ ଦଳରେ ସ୍ଥାନ ମିଳି ନଥିବା ବେଳେ ଯଶପ୍ରିତ ବୁମରାହ ଓ ରବୀନ୍ଦ୍ର ଜାଡେଜା ଆହତ ସମସ୍ଯା ଯୋଗୁଁ ଦଳରୁ ବାହାରେ ରହିଛନ୍ତି । ତେବେ ଏହିସବୁ ବରିଷ୍ଠ ଖେଳାଳିଙ୍କ ବଦଳରେ ଯୁବ ଓପନର ଶୁଭମାନ ଗିଲ୍ ଓ ଇଶାନ କିଶାନ ଓପନିଂ କରିବା ନେଇ ଚର୍ଚ୍ଚା ହେଉଛି । ଏମାନଙ୍କ ସହ ସଞ୍ଜୁ ଶାମସନ ଓ ଶ୍ରେୟସ ଆୟରଙ୍କ ଭଳି ପ୍ରତିଭାବାନ ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସ୍ଥାନ ଦିଆଯାଇଛି ।

ସେହିପରି ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ ରିଚ ସ୍ପିନ ଯୋଡି ୟୁଜଭେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ମଧ୍ୟ ଦଳରେ ସାମିଲ ଅଛନ୍ତି । ଦ୍ରୁତ ବୋଲିଂରେ ଭୁବନେଶ୍ବର କୁମାର ଓ ଅର୍ଶଦୀପ ସିଂଙ୍କ ସହ ହର୍ଶଲ ପଟେଲ, ମହମ୍ମଦ ସିରାଜ ଓ ଉମରାନ ମଲିକଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା ଓ ରିଷଭ ପନ୍ତଙ୍କ ସହ କ୍ଯାପଟେନ ହାର୍ଦିକ ପାଣ୍ଡ୍ୟା ମିଡିଲ ଅର୍ଡର ବ୍ୟାଟିଂ ସମ୍ଭାଳିବେ ।

ତେବେ ଶୁଭମାନ ଗିଲ୍ ଓ ଇଶାନ କିଶାନଙ୍କ ଓପନିଂରେ ଭାରତୀୟ ଟି20 ଫର୍ମାଟ ଏକ ନୂଆ ଦମଦାର ଯୋଡି ପାଇବ ବୋଲି ଆଶା କରାଯାଉଛି । ସଞ୍ଜୁ ଶାମସନ, ଶ୍ରେୟସ ଆୟର ଓ ଦୀପକ ହୁଡାଙ୍କ ମଧ୍ୟରୁ ବି କେହି ଯଦି ଓପନିଂରେ ସ୍ଥାନ ପାଆନ୍ତି ତେବେ ଏହା ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ଓପନିଂ ଯୋଡିର ପରୀକ୍ଷଣ ହେବ । ତେବେ ଆପଣ କେଉଁ ଯୁବ ଖେଳାଳିଙ୍କୁ ଓପନିଂରେ ଦେଖିବାକୁ ଚାହୁଁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।