କୁଆଖାଇ ବ୍ରିଜରେ ଚାଲିଛି ବାଲି ଚୋରା ଚାଲାଣ

ରାଜଧାନୀରେ ବାଲି ମାଫିଆ ଙ୍କ ରାଜ । କୁଆଖାଇ ନଦୀରୁ ବାଲି ବୋହି ନେଉଛନ୍ତି ମାଫିଆ । ନା ଡର ନା ଲଗାମ ବେଧଡକ ଚାଲିଛି ରାକେଟ । ଭୁସୁଡି ଯୁବନି ତ କୁଆଖାଇ ବ୍ରିଜ । ହାଁ ଦର୍ଶକ ବନ୍ଧୁ ଏବେ ବିପଦରେ କୁଆଖାଇ ବ୍ରିଜ । ରାଜଧାନୀ ଭୁବନେଶ୍ଵର ରେ ଚାଲିଛି ବାଲି ମାଫିଆ ଙ୍କ ରାଜ ।

ପ୍ରଶାସନ ଆଖି ରେ ଆଙ୍ଗୁଠି ଗେଞ୍ଜି ରାକେଟ ଚଲାଇଛି ମାଫିଆ । ବେଧଡକ ବାଲି ଚାଲାଣ ହେଉଥିବା ବେଳେ କାହାର ଯେମିତି ଏଥିପ୍ରତି ଦ୍ରୁଷ୍ଟି ନାହିଁ କି ଦୂର ଦ୍ରୁଷ୍ଟି ବି ନାହିଁ । ଏବେ କୁଆଖାଇ ବ୍ରିଜ କୁ ନେଇ ବାଢୁଛି ଚିନ୍ତା । ବିପଦରେ କଟକ ଓ ଭୁବନେଶ୍ଵର କୁ ସଂଯୋଗ ହେଉଥିବା କୁଆଖାଇ ବ୍ରିଜ ।

ଏଥିପାଇଁ ଏ କାଠ ଉଠିଛି କାହିଁକି ପ୍ରତିଦିନ କୁଆଖାଇ ବ୍ରିଜ ପାଖରୁ ବାଲି ଚାଲାଣ ଚାଲିଛି । ବ୍ରିଜ ର ପିଲାର ପାଖରୁ ବାଲି ଚାଲାଣ ହେଉ ଥିବାରୁ ନଷ୍ଟ ହେବାରେ ଲାଗିଛି କୁଖାଇ ବ୍ରିଜ ର ମୂଳଦୁଆ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରତି ଦିନ ଏହି କୁଆଖାଇ ନଦୀ ପୋଲ ଉପରେ ହଜାର ହଜାର ଯାତ୍ରୀ ଯାତାୟାତ କରୁଛନ୍ତି ।

କଲିକତା ରୁ ଚେନ୍ନାଇ ଯାଏଁ ଏହି ପୋଲ ଦେଇ ମାଲ ବୁହା ଯାଇଛି । କିନ୍ତୁ ସବୁ ନିୟମ କାନୁନ କୁ ଖାତିର ନ କରି କୁଆଖାଇ ନଦୀ ରୁ ଚାଲିଛି ଆଖି ବୁଜା ବାଲି ଚୋରା ଚାଲାଣ । ନିୟମକୁ ଜଳାଞ୍ଜଳି ଦେଇ ବାଲି ଚୋରା ହେଉଥିଲେ ବି ବିଭାଗ ପକ୍ଷ ରୁ ଅକହି ବୁଜି ଦେଇଛନ୍ତି ।

ସେପଟେ ସ୍ଥାନୀୟ ଆରଆଇ କହିଛନ୍ତି ବିଭିନ୍ନ ସମୟରେ ଚୋରା ଚାଲାଣ ହେଉଥିବା ମାଫିଆ ଙ୍କ ଉପରେ ଆମେ ନଜର ରଖିଛୁ । ଅଭିଯୋଗ ପରେ 2ଟି ଗାଡି ବି ଶିଚ କରିଛୁ । ନିଲାମଧାରୀ ଓ ସରକାରୀ ବାବୁ ଙ୍କ ମଧୁ ଚନ୍ଦ୍ରିକା ରେ ଏଠାରେ ସବୁ ନିୟମ ଚୁଲି କୁ ଗଲାଣି । କେବଳ ଅଭିଯୋଗ ହେଲେ ହିନ ତନାଘନା ହେଉଛି ।

ହେଲେ କାହିଁକି ବିଭାଗୀୟ କର୍ତ୍ତୁପକ୍ଷ ଏ ସବୁ ପ୍ରତି ଆଖି ବୁଜି ଦେଉଛନ୍ତି । ଯଦି ଭବିଷ୍ୟତରେ ଇଛି ଅଘଟଣ ଘରେ ତେବେ ଏଥିପ୍ରତି ଦାୟୀ କିଏ ହେବ ଏ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।