ପୁଷ୍ପା-2 ସିନେମାର ଶୁଟିଙ୍ଗ ସରିବା ପରେ ଏବେ ମାଲକାନାଗିରି ସିଲେ ନଦୀ କୂଳରେ ସେଲଫି ନେବାକୁ ଲୋକ ମାନଙ୍କର ଭିଡ ଜମିଛି

ନମସ୍କାର ବନ୍ଧୁଗଣ । ଶୁଟିଙ୍ଗ ସେଟ ପାଲଟିଛି ସେଲଫି ପଏଣ୍ଟ । ପୁଷ୍ପା-2 ଶୁଟିଙ୍ଗ ସେଟରେ ଫ୍ୟାନଙ୍କ ଭିଡ । ଏବେ ପୁଷ୍ପା-2 ର ଶୁଟିଙ୍ଗ ଶେଷ ହୋଇଛି । ଆଉ ସେଠାରେ ଲୋକ ମାନଙ୍କର ସେଲଫି ପଏଣ୍ଟ ଆରମ୍ଭ ହୋଇଛି । ଯେଉଁଥି ପ୍ରତି ଦିନ କିଛି ନା କିଛି ଲୋକଙ୍କର ଗହଳି ଦେଖିବାକୁ ମିଳୁଛି ।

ଆନ୍ଧ୍ର ଓଡିଶା ସୀମା କାଲିମେଳା ବ୍ଲକ ବୁଲୁରା ଗାଁ ସିଲେ ନଦୀ କୂଳରେ ପୁଷ୍ପା-2 ର ପ୍ରଥମ ପର୍ଯ୍ୟାୟ ଶୁଟିଙ୍ଗ ସରିବା ପରେ ଏବେ ଉକ୍ତ ସ୍ଥାନକୁ ବୁଲିବାକୁ ଆସୁଛନ୍ତି ଅନେକ ଲୋକ । ଆଉ ନଈ କୂଳରେ ପଡିଥିବା ନାଲି ଚନ୍ଦନ କାଠ ସହ ଫୋଟୋ ଉଠାଉଛନ୍ତି । ପୁଷ୍ପା ର ଡାଇଲଗ ଝୁକେଗା ନାହିଁ ବୋଲି ପୋଜ ମଧ୍ୟ ଦେଉଛନ୍ତି ।

ତେବେ ସିଲେରୀ ନଦୀ କୁଳର ଏହି ସ୍ଥାନରେ କୃତିମ ଜଙ୍ଗଲ କାଠ, କଳା ମଚମଚ ମୁଗୁନି ପଥର ଓ ଦୌଡି ପଡି ରହିଛି । ପ୍ରଥମ ପର୍ଯ୍ୟାୟରେ କିଛି ଏମିତି ଶୁଟିଙ୍ଗ ଯାହା ପାଇଁ ସେଠାରେ କିଛି ମଶାଲ ପଡି ରହିଛି । ଏ ସବୁକୁ ଦେଖି ବେଶ ଖୁସି ଅଛନ୍ତି ସିନେମାକୁ ଭଲ ପାଉଥିବା ଦର୍ଶକ ମାନେ ।

ବଡ ପରଦା ରେ ନିଜର ସ୍ଥାନ ଦେଖିବେ ଦର୍ଶକ ମାନେ । ସିନେମା ଆସିବା ଆଗରୁ ସେଟ ରେ କେମିତି ଚାଲିଛି ପୁଷ୍ପା-2 ର ଶୁଟିଙ୍ଗ ତାହା ଦେଖିବାକୁ ଅନେକ ଲୋକ ସିଲେ ନଦୀ କୁଳକୁ ଆସିଲେ ବି ସେତେବେଳେ ନିରାଶ ହୋଇ ଫେରିଥିଲେ । ସେତେବେଳେ ଶୁଟିଙ୍ଗ ସେଟ କୁ ନ ଯିବା ଏପାଇଁ ବାରଣ କରାଯାଇ ଛଡା ଯାଇ ନ ଥିଲା ।

କିଛି ଲୋକ ଆସି ଏଠାରେ କାଠ ବୁହା ଶୁଟିଙ୍ଗ କରିବାର ସୁଯୋଗ ପାଇଥିଲେ ବି ଅନେକ ନିରାଶ ହୋଇଥିଲେ । ଆଉ ଏବେ ପୁଷ୍ପା-2 ର ପ୍ରଥମ ପର୍ଯ୍ୟାୟ ର ଶୁଟିଙ୍ଗ ସଋ ଆନ୍ଧ୍ର ରୁ ଫେରିଯିବା ପରେ ମାଲକାନାଗିରି ର ଏହି ସ୍ଥାନରେ ଶୁଟିଙ୍ଗ ରେ ବ୍ଯବହ୍ରୁତ ସାମଗ୍ରୀ କୁ ଦେଖିବାକୁ ଲାଗିଛି ଭୀଡା ଲୋକ ମାନଙ୍କର ।

ସେପଟେ ମେ 5 ତାରିଖରେ ସ୍ଥାନ ଚିହ୍ନଟ, 8 ତାରିଖରେ ନକଲି ରକ୍ତ ଚନ୍ଦନ କାଠ ସିଲେ ରୁ ନଦୀ କୂଳରେ ପହଞ୍ଚି ଥିଲା । ଔଆ ତା ପରେ ମେ 10 ତାରିଖ ରୁ ଶୁଟିଙ୍ଗ ଆରମ୍ଭ ହୋଇଥିଲା । ଦୀର୍ଘ 10 ଦିନ ଧରି ସିନେମାର ବିଭିନ୍ନ ସିନ ଶୁଟିଙ୍ଗ କରି ଫେରି ଯାଇଛନ୍ତି ପୁଷ୍ପା ଟିମ ।

ଆଉ ଜୁନ ଶେଷ ଆଡକୁ ସିନେମାର ଦ୍ଵିତୀୟ ପର୍ଯ୍ୟାୟ ଶୁଟିଙ୍ଗ ହେବାର ଅଛି । ସ୍ଵାଭିମାନ ଅଞ୍ଚଳର ହତାଳଗୁଡା ସାକୁ ବନ୍ଧ ଝୁଲା ପୋଲ ଠାରେ ଦ୍ଵିତୀୟ ପର୍ଯ୍ୟାୟ ର ଜବରଦସ୍ତ ସିନ ସବୁ ସୁଟ ହେବାର ସୂଚନା ରହିଛି । ଯେଉଁଥି ରେ ପୁଷ୍ପା ଚନ୍ଦନ କାଠ ତସ୍କରି କରିବ । ତେଣୁ ପୁଷ୍ପା-2 ର ଟିମ ପୁଣି ଥରେ ମାଲକାନାଗିରି ଆସିବ ।

ଯେଉଁଥି ରେ ସାଉଥ ସୁପର ଷ୍ଟାର ଅଲଲୁ ଅର୍ଜୁନ ଆସିବାର ଅନେକ ସମ୍ଭାବନା ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।