ଜାଣନ୍ତୁ କେମିତି କୃଷ୍ଣ ଓ ହନୁମାନ ଭାଙ୍ଗିଥିଲେ ରାଣୀ ସତ୍ୟଭାମାଙ୍କ ସୁନ୍ଦରତା, ସୁଦର୍ଶନ ଓ ଗରୁଡର ଅହଂକାରକୁ

ଥରେ ଶ୍ରୀ କୃଷ୍ଣଙ୍କର ପତ୍ନୀ ସତ୍ୟଭାମାଙ୍କୁ ନିଜର ସୁନ୍ଦରତା ଉପରେ ବହୁତ ଅହଂକାର ହୋଇଗଲା ଓ ତାଙ୍କୁ ଲାଗିଲା କି ଏହି ସଂସାରରେ ତାଙ୍କ ଠାରୁ ଅଧିକ ସୁନ୍ଦର ଆଉ କେହି ବି ନାହାନ୍ତି । ଏହା ପରେ ସତ୍ୟଭାମା ଯେତେବେଳେ ଥରେ ଶ୍ରୀକୃଷ୍ଣଙ୍କ ସହିତ ଦ୍ଵାରିକାର ରାଜଭବନରେ ବସିଥିଲେ ତେବେ ସେ ନିଜର ମନର କଥା କୃଷ୍ଣଙ୍କୁ କହିଲେ କି ଆପଣ ତ୍ରେତୟାଯୁଗରେ ରାମଙ୍କ ରୂପରେ ଜନ୍ମ ନେଇଥିଲେ ଓ ସେହି ସମୟରେ ଆପଣଙ୍କର ପତ୍ନୀ ସୀତା ଥିଲେ ।

ତେବେ କଣ ସୀତା ମୋ ଠାରୁ ଅଧିକ ସୁନ୍ଦର ଥିଲେ ? କୃଷ୍ଣ ଯେମିତି ହିଁ ନିଜ ପତ୍ନୀଙ୍କର ଏହି କଥା ଶୁଣିଲେ ତେବେ ସେ ବୁଝିଗଲେ କି ତାଙ୍କର ପତ୍ନୀଙ୍କୁ ନିଜ ରୂପ ଉପରେ ଅଭିମାନ ଆସି ଯାଇଛି ଓ ଏହି ଅଭିମାନ କାରଣରୁ ସେ ମୋତେ ଏହି ପ୍ରଶ୍ନ କରୁଛନ୍ତି । ସତ୍ୟଭାମା ଯେତେବେଳେ କୃଷ୍ଣଙ୍କୁ ଏହି ପ୍ରଶ୍ନ କରିଲେ ତେବେ ସେହି ସମୟରେ ଦରବାରରେ ଗରୁଡ ଓ ସୁଦର୍ଶନ ଚକ୍ର ବି ଉପସ୍ଥିତ ଥିଲେ ଏହା ପରେ ସେମାନେ ବି କୃଷ୍ଣଙ୍କୁ ଅନ୍ୟ ଏକ ପ୍ରଶ୍ନ ପଚାରିଲେ ।

ଗରୁଡ କୃଷ୍ଣଙ୍କୁ ପଚାରିଲେ କି ପ୍ରଭୁ ଏହି ସଂସାରରେ ମୋ ଠାରୁ ବି କେହି ଅଧିକ ଜୋରରେ ଉଡି ପାରିବ ? ଯେତେବେଳେ କି ସୁଦର୍ଶନ ପଚାରିଲେ କି କଣ ଏହି ଦୁନିଆରେ ମୋ ଠାରୁ ବି କେହି ଅଧିକ ଶକ୍ତିଶାଳି ଅଛି ?

କେମିତି ଭାଙ୍ଗିଲେ କୃଷ୍ଣ ଏମାନଙ୍କର ଗର୍ବ

ଏହି ତିନି ଜଣଙ୍କର ପ୍ରଶ୍ନ ଶୁଣିବା ପରେ କୃଷ୍ଣଙ୍କୁ ଅନୁଭବ ହେଲା କି ଏହି ତିନି ଜଣଙ୍କର ଅହଂକାରକୁ ଭାଙ୍ଗିବା ଜରୁରୀ ଅଟେ । ଏହା ପରେ କୃଷ୍ଣ ଗରୁଡକୁ କହିଲେ କି ତୁମେ ଯାଇ ହନୁମାନଙ୍କୁ କୁହ କି ଏଠି ତାଙ୍କର ଅପେକ୍ଷା ରାମ ଓ ସୀତା କରୁଛନ୍ତି ଓ ସେ ତାଙ୍କ ସହିତ ଦେଖା କରିବାକୁ ଚାହୁଁଛନ୍ତି । ଏହା ପରେ କୃଷ୍ଣ ସୁଦର୍ଶନକୁ ଆଦେଶ ଦେଲେ କି ତାଙ୍କ ଦରବାରରେ ତାଙ୍କର ଅନୁମତି ବିନା କାହାକୁ ବି ଆସିବାକୁ ଦିଆଯିବ ନାହିଁ ।

ଏହି ଦୁଇ ଜଣଙ୍କ ପରେ କୃଷ୍ଣ ସତ୍ୟଭାମାଙ୍କ ସହିତ ରାମ ଓ ସୀତାଙ୍କର ରୂପ ଧାରଣ କରିବା ପାଇଁ ଚାଲିଗଲେ । ଏହା ପରେ ଗରୁଡ ହନୁମାନଙ୍କ ପାଖକୁ ଯାଇ କହିଲେ କି ଭଗବାନ ରାମ ଓ ସୀତା ତାଙ୍କର ଅପେକ୍ଷା କରିଛନ୍ତି । ଏହି ଆଦେଶ ଶୁଣି ହନୁମାନ ତାଙ୍କୁ କହିଲେ କି ଠିକ ଅଛି ଆପଣ ଚାଲନ୍ତୁ, ମୁଁ ଆସୁଛି । ଏହା ପରେ ଗରୁଡ ତାଙ୍କୁ କହିଲେ କି ଆପଣ ମୋ ସହିତ ଚାଲନ୍ତୁ ।

କିନ୍ତୁ ହନୁମାନ ତାଙ୍କ ସହିତ ଯିବା ପାଇଁ ମନା କରିଦେଲେ । ଏହା ପରେ ମହଲରେ ଯାଇ ପହଞ୍ଚି ଦେଖିଲେ କି ହନୁମାନ ସେଠି ପହଞ୍ଚି ସାରିଛନ୍ତି । ହନୁମାନଙ୍କୁ ଦେଖି ଗରୁଡ ଏକଦମ ଆଶ୍ଚର୍ଯ୍ୟ ହୋଇଗଲେ ଓ ଗରୁଡ ବୁଝିଗଲେ କି ତାଙ୍କ ଠାରୁ ଅଧିକ ଜୋରରେ ଯିବା ପାଇଁ ଅନ୍ୟ କେହି ବି ଅଛି ।

ମହଲରେ ହନୁମାନଙ୍କୁ ଦେଖି କୃଷ୍ଣ କହିଲେ କି ଆପଣ ଏଠାକୁ କେମିତି ଆସିଲେ କଣ ଆପଣଙ୍କୁ ଦରବାରରେ ସୁଦର୍ଶନ ଅଟକାଇଲେ ନାହିଁ । ଏହା ଶୁଣିବା ପରେ ହନୁମାନ ନିଜର ମୁହଁ ଖୋଲିଲେ ଓ ନିଜ ପାଟିରୁ ସୁଦର୍ଶନ ଚକ୍ରକୁ ବାହାର କରି କୃଷ୍ଣଙ୍କ ସାମ୍ନାରେ ରଖିଲେ । ଏହା ପରେ ହନୁମାନ କହିଲେ କି ଭଗବାନ ମୋତେ ଆପଣଙ୍କ ସହିତ ଦେଖା କରିବା ପାଇଁ ସୁଦର୍ଶନ ବାଧା ଦେଉଥିଲା ସେଥିପାଇଁ ମୁଁ ଏହାକୁ ନିଜ ପାଟିରେ ହିଁ ରଖିଦେଲି ।

ହନୁମାନଙ୍କର ବଳ ଦେଖି ସୁଦର୍ଶନ ବି ବୁଝିଗଲେ କି ତାଙ୍କ ଠାରୁ ବି ଅଧିକ ବଳବାନ ଅନ୍ୟ କେହି ଅଛି । ହନୁମାନ କୃଷ୍ଣଙ୍କୁ ଦେଖି କହିଲେ କି ଭଗବାନ ଆପଣ ମାତା ସୀତାଙ୍କ ଜାଗାରେ କୌଣସି ଦାସୀକୁ ବସାଇ ଦେଇଛନ୍ତି କି । ହନୁମାନଙ୍କର ଏହି କଥା ଶୁଣି ସତ୍ୟଭାମାଙ୍କର ବି ଅହଂକାର ଭାଙ୍ଗିଗଲା । ଏହିଭଳି ଭାବରେ କୃଷ୍ଣ ଓ ହନୁମାନ ରାଣୀ ସତ୍ୟଭାମା, ସୁଦର୍ଶନ ଚକ୍ର ଓ ଗରୁଡର ଅହଂକାରକୁ ଭାଙ୍ଗିଥିଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।