ରାଶି କହିବ କେଉଁ ରଙ୍ଗର କପଡା ଅଟେ ଆପଣଙ୍କ ପାଇଁ ଭାଗ୍ୟଶାଳୀ, ଶୁଭ କାମରେ ଏହାକୁ ନିଶ୍ଚିତ ପିନ୍ଧନ୍ତୁ

ଆମେ ସମସ୍ତେ ଭାଗ୍ୟ ଓ ଦୁର୍ଭାଗ୍ୟ ଉପରେ ବିଶ୍ଵାସ ରଖିଥାଉ । ଏହି ଦୁଇଟି ଜିନିଷ ଅଟେ ଯାହା ଆପଣଙ୍କୁ ଆବାଦ ଓ ବର୍ବାଦ ଦୁଇଟି ହିଁ କରିଥାଏ । ନିଜର ଲକ୍ କୁ ବଢାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି । ଏମାନଙ୍କ ମଧ୍ୟରୁ କୌଣସି ଖାସ ଜିନିଷ ନିଜ ପାଖରେ ରଖିବା ସବୁଠୁ ପପୁଲାର ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ରାଶି ଅନୁସାରେ ଲକ୍କି ରଙ୍ଗର କପଡା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ରାଶି ଅନୁସାରେ ଶୁଭ କାମ ସମୟରେ ସଠିକ ରଙ୍ଗର କପଡା ପିନ୍ଧିବେ ତେବେ ଆପଣଙ୍କର ଭାଗ୍ୟ ପ୍ରବଳ ହୋଇଯିବ । ଆପଣଙ୍କର କାମ ବି ହୋଇଯିବ ।

Image courtesy: Google

ମେଷ :

ଏହି ରାଶିର ଲୋକମାନଙ୍କ ପାଇଁ ନାଲି ରଙ୍ଗ ଓ ହଳଦିଆ ରଙ୍ଗର କପଡା ବହୁତ ଶୁଭ ହୋଇଥାଏ । ଏହି ରଙ୍ଗର କପଡା ଧାରଣ କରି କାମ କରିବା ଦ୍ଵାରା କୌଣସି ବାଧା ଉତ୍ପନ୍ନ ହୋଇ ନ ଥାଏ ।

ବୃଷ :

ଏମାନଙ୍କୁ ପ୍ରାୟତଃ ମାଟିଆ ଓ ଜାମୁନି ରଙ୍ଗର କପଡା ପିନ୍ଧିବା ଉଚିତ । ଏହି ରଙ୍ଗ ଏମାନଙ୍କ ପାଇଁ ବହୁତ ଲକ୍କି ପ୍ରମାଣିତ ହୋଇଥାଏ । ଏହି ରଙ୍ଗର ଡ୍ରେସ ପିନ୍ଧିବା ଦ୍ଵାରା କାମ ଜଲ୍ଦି ହୋଇଯାଏ ।

ମିଥୁନ :

ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଧଳା, ଗୋଲାପ ଓ ମେରୁନ ରଙ୍ଗର ଡ୍ରେସ ଧାରଣ କରିବା ଉଚିତ । ବିଶେଷ କାମକୁ ଆରମ୍ଭ କରିବା ସମୟରେ ଏହି ଡ୍ରେସ ଆପଣଙ୍କ ପାଇଁ ଭାଗ୍ୟବାନର ଚିହ୍ନ ହୋଇଥାଏ ।

କର୍କଟ :

ଏହି ରାଶିର ଲୋକମାନଙ୍କୁ ନୀଳ ଓ ସବୁଜ ରଙ୍ଗର ଡ୍ରେସ ଅଧିକ ପରିଧାନ କରିବା ଉଚିତ । ଏହି ଦୁଇଟି ରଙ୍ଗ ହିଁ ଏମାନଙ୍କ ଜୀବନରେ ଶାନ୍ତି ଓ ସୁଖର ଆଗମନ କରିଥାଏ ।

ସିଂହ :

ଏହି ରାଶିର ଲୋକମାନେ କଳା, ଜାମୁନି ଓ ଧଳା ରଙ୍ଗର ଅଧିକ ବ୍ୟବହାର କରିବା ଉଚିତ । ଏହି ରଙ୍ଗର ଡ୍ରେସ ଏମାନଙ୍କୁ ଶତ୍ରୁମାନଙ୍କ ଠାରୁ ସୁରକ୍ଷିତ ରଖିଥାଏ । ଉନ୍ନତି ରାସ୍ତା ଦେଖାଇଥାଏ ।

କନ୍ୟା :

ଏମାନଙ୍କୁ ନାଲି, ନାରଙ୍ଗି ରଙ୍ଗର କପଡା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଏହା ଦ୍ଵାରା ଏମାନେ ନା ହିଁ କେବଳ ଭାଗ୍ୟଶାଳୀ ହୋଇଥାନ୍ତି ଓ ଏହା ଦ୍ଵାରା ଏମାନଙ୍କର ମାନସିକ ସ୍ତର ବି ଠିକ ରହିଥାଏ ।

Image courtesy: Google

ମକର :

ଏମାନଙ୍କୁ ସିଲଭର ଓ ଗୋଲ୍ଡେନ ରଙ୍ଗର କପଡା ନିଜ ପାଇଁ ବାଛିବା ଉଚିତ । ଏହା ଦ୍ଵାରା ଏମାନଙ୍କ ଜୀବନରେ ଧନର ଅସୁବିଧା ହୋଇ ନ ଥାଏ ।

ଧନୁ :

ଏମାନଙ୍କୁ ଧଳା ଓ ସବୁଜ ରଙ୍ଗର ଡ୍ରେସ ଅଧିକ କିଣିବା ଉଚିତ । ଏହି ରଙ୍ଗ ଏମାନଙ୍କୁ ଉନ୍ନତିର ମାର୍ଗରେ ନେଇ ଯାଇଥାଏ ଓ ଦୁର୍ଭାଗ୍ୟକୁ ଦୂର କରିଥାଏ ।

ବିଛା :

ଗଭୀର ନୀଳ ଓ ହାଲୁକା ଗୋଲାପି ରଙ୍ଗର ଡ୍ରେସ ଏମାନଙ୍କ ପାଇଁ ଲକ୍କି ହୋଇଥାଏ । ଏହି କପଡାକୁ ପିନ୍ଧି କାମ କରିଲେ ଆପଣ ବହୁତ ଲାଭରେ ରହିବେ ।

ତୁଳା :

ମାଟିଆ ଓ ନାରଙ୍ଗି ଆପଣଙ୍କ ପାଇଁ ପୁରା ପରଫେକ୍ଟ ହୋଇଥାଏ । ଏହି ରଙ୍ଗର ଡ୍ରେସ ଏମାନଙ୍କର ଜୀବନରେ ଆନନ୍ଦର ଅନୁଭୂତି ଆଣିଥାଏ ।

କୁମ୍ଭ :

ଏହି ରାଶିର ଲୋକମାନେ ନାରଙ୍ଗି, ନାଲି କିମ୍ବା ନୀଳ ରଙ୍ଗର କପଡା ପିନ୍ଧି ପାରିବେ । ଏହି ସମସ୍ତ ରଙ୍ଗର ଡ୍ରେସ ଏମାନଙ୍କ ପାଇଁ ଲାଭଦାୟି ରହିବ ।

ମୀନ :

ଏହି ରାଶିର ଖାସ କଥା ଏହା ଅଟେ କି ଏମାନଙ୍କ ପାଇଁ ଏକା ସହିତ ପାଞ୍ଚଟି ରଙ୍ଗ ନୀଳ, ସବୁଜ, ନାଲି, ହଳଦିଆ ଓ ଗୋଲାପି ଡ୍ରେସ ଶୁଭ ଅଟେ । ଏହି ସମସ୍ତ ରଙ୍ଗ ଏମାନଙ୍କର ଭାଗ୍ୟଚକ୍ରକୁ ବଦଳାଇ ଦେବ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।