ବେଡରୁମରୁ ଆସୁଥିଲା ଅଜବ ଆବାଜ, ଦୁଇ ବର୍ଷ ପର୍ଯ୍ୟନ୍ତ ପାଇଲେ ନାହିଁ କିଛି ଦମ୍ପତି, ଯେତେବେଳ କାନ୍ଥ ଭାଙ୍ଗିଲେ ତ ଦେଖାଗଲା…

ଆପଣ ରାତିରେ ଶୋଇଥିବେ ତେବେ ଅଚାନକ କୌଣସି ଏକ ଆବାଜ ଯଦି ଆପଣଙ୍କର କାନରେ ପଡିଯାଏ ତେବେ ଅଚାନକ ଆପଣଙ୍କର ନିଦ ଭାଙ୍ଗିଯାଏ । କିନ୍ତୁ ଯେତେବେଳ ଗୋଟିଏ ହିଁ ପ୍ରକାରର ଆବାଜ ଦୁଇ ବର୍ଷ ପର୍ଯ୍ୟନ୍ତ ସବୁ ଦିନ ଆସୁଥିବ ଓ ଆପଣ ଶୋଇ ପାରୁ ନ ଥିବେ ତେବେ କଣ ହେବ । କହିବାକୁ ଗଲେ ସ୍ପେନର ଗ୍ରେନାଡାର ଏକ ଦମ୍ପତି ସହ ଏହିଭଳି ହୋଇଛି । ଯାହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁସାରେ Pinos Puenteରେ ରହୁଥିବା ଏକ ଦମ୍ପତିକୁ ସବୁଦିନ ରାତିରେ ମହୁମାଛିଙ୍କର ଆବାଜ ଶୁଣାଯାଏ । ଯାହା ଦ୍ଵାରା ସେମାନେ ରାତିସାରା ଶୋଇ ପାରନ୍ତି ନାହିଁ । ଏହା ପରେ ସେମାନେ ମହୁମାଛିଙ୍କର ବସାକୁ ଭାଙ୍ଗିବା ପାଇଁ ପ୍ଳାନ କରିଲେ । କିନ୍ତୁ ଘରର ଚାରିଆଡେ ଖୋଜିଲେ କିନ୍ତୁ କେଉଁଠି ବି ମହୁମାଛିଙ୍କର ବସା ମିଳିଲା ନାହିଁ । ଏହା ପରେ ସେମାନେ ମହୁମାଛିମାନଙ୍କର ସୁରକ୍ଷା ପାଇଁ କାମ କରୁଥିବା ଲୋକମାନଙ୍କୁ ନିଜର ସମସ୍ୟା କଥା କହିଲେ ।

କାନ୍ଥ ଭିତରେ ପ୍ରସ୍ତୁତ କରି ରଖିଥିଲେ ବସା

ସେହି ଲୋକମାନଙ୍କ ମଧ୍ୟରେ ଜଣେ କହିଲେ କି, ମୁଁ ଦିନେ ସେହି ଦମ୍ପତିଙ୍କ ଘରକୁ ଗଲି ଓ ତାଙ୍କର ଘରର ବାହାରେ ଓ ଭିତରେ ଦେଖିଲି । ଏହା ପରେ ଅଚାନକ କାନ୍ଥର ବାହାର ଅଂସରେ ମୋତେ କିଛି ମିଳିଲା ।

ଏହା ପରେ ମୁଁ କାନ୍ଥକୁ ଭାଙ୍ଗି ପାଇଁ ନିଷ୍ପତି ନେଲି । ଯେତେବେଳ ମୁଁ କାନ୍ଥର କିଛି ଅଂସ ଭାଙ୍ଗିଲି ତେବେ ମୋତେ ମହୁମାଛିମନଙ୍କର ବସା ମିଲିଗଲା । ଏହା ପରେ ମୁଁ ତାଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ପ୍ଳାନ କରିଲି ।

ବାହାର କରିବା ପାଇଁ ଲାଗିଲେ ଏତିକି ସମୟ

ସେ ବ୍ୟକ୍ତି ଜଣକ କହିଲେ କି, ଧୀରେ ଧୀରେ କାନ୍ଥର ସେହି ଭାଗକୁ ଭାଙ୍ଗିବା ପରେ ମହୁମାଛିମାନଙ୍କର ବସାକୁ ସୁରକ୍ଷିତ ବାହାର କରିବାରେ ମୁଁ ସଫଳ ହେଲି । ସେ କହିଲେ କି ଏହି ବସାରେ ପାଖପାଖି ୮୦ ହଜାର ମହୁମାଛି ଥିଲେ । ଏମାନଙ୍କୁ ବାହାର କରିବା ପାଇଁ ପାଖାପାଖି ୭ ଘଣ୍ଟା ସମୟ ଲାଗିଗଲା । ଏହା ପରେ ମୁଁ ତାଙ୍କୁ ନିଜ ସହିତ ନେଇ ଆସିଲି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।