‘UP ର ଲୋକ ଭୋକିଲା ମରିଯିବେ, ହେଲେ Yogi ଙ୍କୁ ହିଁ ଦେବେ’ ଲେଖି ଟ୍ବିଟ କଲେ KRK ତ ଲୋକ ଏମିତି ଦେଖେଇ ଦେଲେ ତାଙ୍କୁ ତାଙ୍କର ଔକାତ

ବଲିଉଡ ଆକ୍ଟର କମାଲ ରସିଦ ଖାନ ଓରଫ କେଆରକେ ନିଜ କାମ ଠାରୁ ଅଧିକ ନିଜ ଓଲଟା ସିଧା ଟ୍ବିଟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ମୋଦି ସରକାର ଓ ଯୋଗୀ ସରକାରଙ୍କୁ ଉପହାସ କରି କେଆରକେ କିଛି ପୋଷ୍ଟ କରିଥିଲେ । ଏହାସହ ଅଭିନେତ୍ରୀ କଙ୍ଗନାଙ୍କ  ପଦ୍ମଶ୍ରୀ ସମ୍ମାନକୁ ମଧ୍ୟ ଆକ୍ଷେପ କରିଛନ୍ତି । ସେ ନିଜ ଟ୍ବିଟରେ ଲେଖିଛନ୍ତି, ୟୁପିର ଲୋକ ଭୋ-କି-ଲା ମ-ରି-ଯି-ବ କିନ୍ତୁ ଭୋଟ ଯୋଗୀଙ୍କୁ ହିଁ ଦେବ ।

ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କହିଥିଲେ କି, “ମୋଦିଜୀ ଏବଂ ଯୋଗୀଜୀ ୟୁପିକୁ ହାତରୁ ଯିବାକୁ ଦେବେ ନାହିଁ । ମୋତେ ଲାଗୁଛି ଭୋଟିଂର ୧୦-୧୫ ଦିନ ପୂର୍ବରୁ ସର୍ଜିକାଲ ଷ୍ଟ୍ରା-ଇ-କ କିମ୍ବା ପୁଲୱାମା ପରି କିଛି ବଡ କାରନାମା ନିଶ୍ଚୟ ହେବ ।” କେଆରକେଙ୍କ ଏହି ଟ୍ବିଟ ପରେ ଲୋକମାନେ ମଧ୍ୟ ଖୁବ ପ୍ରତିକ୍ରିୟା ଦେଇଥିଲେ । ଜଣେ ୟୁଜର୍ସ ଲେଖିଥିଲେ, “ଲାଗି ରୁହ ମିଆଁ, ତୁମ ପୋଷ୍ଟରେ ୨୫୦ ଲାଇକ ଆସୁଛି କିନ୍ତୁ ଦେଶରେ ମୋଦିଜୀଙ୍କ ୧୦୦ କୋଟି ଶୁଭଚିନ୍ତକ ଅଛନ୍ତି ।”

ସେହିପରି ଆଉ ଜଣେ ଲେଖିଥିଲେ, “ଠିକ କହୁଛ, ଦେଖ ସର୍ଜିକାଲ ଷ୍ଟ୍ରାଇକ ତୁମ ଉପରେ ନ ହେଇଯାଉ ।” ଆଉ ଜଣେ ୟୁଜର ଲେଖିଥିଲେ, “ଭାଇ ତୁ ଯେଉଁଠି ଅଛୁ ସେଇଠି ରହ, ୟୁପିର ଟେନସନ ନେ ନା । ଏଠି ଯୋଗୀଜୀ ବହୁତ ବଢିଆ ସରକାର ଚଳାଉଛନ୍ତି । ଆଉ ଆସନ୍ତା ସରକାର ବିଜେପି ହିଁ ବନେଇବ ।” ସେହିପରି ଆଉ ଜଣେ ଲେଖିଥିଲେ, “ଇଏ ସେହି ବିଶ୍ଵାସଘାତକ ଯିଏ ୨୦୧୪ରେ ବିଜେପି ସରକାର ବନିବା ପରେ ଦେଶ ଛାଡି ଫେ-ରା-ର ହୋଇ ଯାଇଥିଲା ।

କେଜାଣି କଣ ପାଇଁ ରାଜନାଥ ସିଂ ୟାକୁ ଫେରାଇ ଆଣିଲେ ।” ଏହା ପରେ କେଆରକେ ଆଉ ଏକ ଟ୍ବିଟ କରି କଙ୍ଗନାଙ୍କ ନାଁ ନନେଇ ପରୋକ୍ଷରେ ଲେଖିଥିଲେ, “ଆମ ଦେଶରେ ଯେତେବେଳେ ଖରାପ କଥା କହୁଥିବା ଓ ବନାଉଥିବା ଲୋକଙ୍କୁ ଏବଂ ବିଦେଶୀ ମାନଙ୍କୁ ପଦ୍ମଶ୍ରୀ ସମ୍ମାନ ଆୱାର୍ଡ ଦିଆଯାଉଛି, ଏପରି ସରକାରୀ ଆୱାର୍ଡ ଠାରୁ ତ ଫିଲ୍ମଫେୟାର ଆୱାର୍ଡ ଭଲ ।”

ସେ ସର୍ବଦା ଏପରି କିଛି ଟ୍ବିଟ କରନ୍ତି ଯେଉଁଥିରେ ଦୁଇ ପକ୍ଷ ମଧ୍ୟରେ ସୃଷ୍ଟି ଝ-ଗ-ଡା କରୁଥିବ । ସେ ପୂର୍ବରୁ ମଧ୍ୟ କେତେ ଥର ଭାରତୀୟ ରାଜନେତା ମାନଙ୍କ ବିଷୟରେ ଓ-ଲ-ଟା ସିଧା କହିଛନ୍ତି । ଆଉ ନିଜ ଟ୍ବିଟରେ ସେ ମୁଗଲ ମାନଙ୍କ ଗୁଣଗାନ ମଧ୍ୟ କରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।