ବ୍ରାହ୍ମଣୀ ନଦୀରେ ପାଣି ସ୍ରୋତରେ ଆପେ ଆପେ ଗଢି ହୋଇ ଯାଇଛି ବିଶାଳକାୟ ଅନନ୍ତ ଶୟନ ବିଷ୍ଣୁ ମୂର୍ତ୍ତି, ବିଶ୍ଵାସ ହେଉନଥିଲେ ବି ସତ, ଦେଖନ୍ତୁ ଏହି Video

ଅନନ୍ତ ଶୟନରେ ପ୍ରଭୁ ବିଷ୍ଣୁ ଆଉ ତାଙ୍କ ଚାରି ହାତରେ ଶୋଭା ପାଉଛି ଶଙ୍ଖ, ଚକ୍ର, ଗଦା ଓ ପଦ୍ମ । ଏହାସହ ମୁଣ୍ଡରେ ମୁକୁଟ ପରି ଘେରି ରହିଛି ଅନନ୍ତ ସର୍ପ । ଢେଙ୍କାନାଳର କରଜଙ୍ଗ ବ୍ଲକ ସରଙ୍ଗା ଗ୍ରାମସ୍ଥିତ ବ୍ରାହ୍ମଣୀ ନଦୀର ଗର୍ଭରେ ରହିଛି ଏହି ଐତିହ୍ୟ ସମ୍ପନ୍ନ ବା ଭଗବାନ ବିଷ୍ଣୁଙ୍କ ଅନନ୍ତ ଶୟନ ମୂର୍ତ୍ତି । କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ଏହି ବିଶାଳ ମୂର୍ତ୍ତି ଦିନକୁ ଦିନ ଲୀନ ହେବାର ଆଶଙ୍କା କରୁଛନ୍ତି ଲୋକେ । ସାତ ଏକର ତେର ଡେସିମିଲ ଜାଗାରେ ନିର୍ମାଣ ହୋଇଥିବା ଏହି ପୀଠର ଦାୟିତ୍ଵ ନେଇଥିଲା ପ୍ରତ୍ନତତ୍ତ୍ଵ ବିଭାଗ ।

କିନ୍ତୁ କେବଳ ଲୁହାର ବାଡ ଦେଇ ନିଜ କାମ ସାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଭିଡିଓରେ ଆପଣ ଲୁହା ବାଡର ସ୍ଥିତି ଦେଖି ପାରୁଥିବେ, ତାହା କିପରି ଭାଙ୍ଗିରୁଜି ବଙ୍କା ହୋଇପଡିଛି । ତେବେ ବର୍ତ୍ତମାନ ଏହି ପୀଠର ସୁରକ୍ଷା ପାଇଁ ଦାବି କରିଛନ୍ତି ସରଙ୍ଗା ବାସିନ୍ଦା । ଭଗବାନ ବିଷ୍ଣୁଙ୍କର ଏହି ଅନନ୍ତ ଶୟନ ମୂର୍ତ୍ତିକୁ ନେଇ ରହିଛି ଅନେକ କିମ୍ବଦନ୍ତୀ ଓ ଇତିହାସ । ୫୧ ଫୁଟ ଲ୍ଯାମ୍ବ ଓ ୨୩ ଫୁଟ ଓସାରର କେହି ତିଆରି କରି ନଥିବା କଥା ଶୁଣିବାକୁ ମିଳେ ।

ନବମ ଶତାବ୍ଦୀରେ ଏହି ବିଶାଳ ମୂର୍ତ୍ତିଟି ନଦୀର ଜଳସ୍ରୋତରେ ଆପେ ଆପେ ତିଆରି ହୋଇ ଯାଇଛି ବୋଲି କିମ୍ବଦନ୍ତୀ ରହିଛି । ବ୍ରାହ୍ମଣୀ ନଦୀ ଗର୍ଭରେ ବାଲିରେ ପୋତି ହୋଇ ରହିଥିବା ଏହି ମୂର୍ତ୍ତି ଦ୍ଵାଦଶ ଶତାବ୍ଦୀରେ ଲୋକଲୋଚନକୁ ଆସିଥିବା ଶୁଣିବାକୁ ମିଳେ । ପୂର୍ବରୁ ଏହି ପୀଠକୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଏବେ ସେଠାରେ ଆଉ ସେତେ ଗହଳି ଦେଖିବାକୁ ମିଳୁନାହିଁ ।

ପ୍ରତ୍ନତତ୍ତ୍ଵ ବିଭାଗ ପ୍ରାୟ ଦୁଇ ବର୍ଷ ତଳେ ଏହି ପୀଠର ଦାୟିତ୍ଵ ନେଇଥିଲେ । ସେଠାରେ ସେମାନେ ଯେଉଁ ଲୁହାର ବାଡ ଘେରାଇ ଥିଲେ ତାହା ନଦୀବଢି ସ୍ରୋତରେ ଭାଙ୍ଗି ଗଲାଣି । ଏହି ମୂର୍ତ୍ତିଟି ଏବେ ଠାରୁ ପ୍ରାୟ ୮୦୦ ବର୍ଷ ତଳର କଥା । ଯାହା ପିଢି ପରେ ପିଢି ଦେଖି ଆସୁଛନ୍ତି ଓ ସେହି ସମାନ କଥା ଓ କାହାଣୀ ଶୁଣିବାକୁ ମିଳୁଛି । ସେଠାରେ କୌଣସି ରକ୍ଷଣାବେକ୍ଷଣା ହେଉ ନଥିବାରୁ ଭଗବାନ ବିଷ୍ଣୁଙ୍କ ଅନନ୍ତ ଶୟନ ମୂର୍ତ୍ତିଟି ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ।

ତେଣୁ ସରକାର ପୀଠର ବିକାଶ ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ସରକାର ଏଥିପ୍ରତି ଧ୍ୟାନ ଦେଲେ ନିଶ୍ଚୟ ସ୍ଥାନୀୟ ଅଞ୍ଚଳ ସହ ଆମ ରାଜ୍ୟର ମଧ୍ୟ ଉନ୍ନତି ଓ ଗୌରବ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।