ଭାରତରେ ୨୦ମେ ଭିତରେ ଶେଷ ହୋଇଯିବ କରୋନା- ସିଙ୍ଗାପୁର ୟୁନିବର୍ସିଟୀ

ପୁରା ବିଶ୍ଵରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯ ଲକ୍ଷ ୪୦ ହଜାରରୁ ବି ଅଧିକ ଅଟେ । କିନ୍ତୁ ଏହା ମଧ୍ୟରେ ଭାରତ ପାଇଁ ଏକ ଖୁସି ଖବର ଆସୁଛି କି ୨୦ ମେ ପର୍ଯ୍ୟନ୍ତ ଭାରତରେ କରୋନା ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି । ସିଙ୍ଗାପୁର ୟୁନିଭର୍ସିଟୀ ଅଫ ଟେକ୍ନୋଲୋଜୀ ଏଂଡ ଡିଜାଇନ (SUTD) ଆର୍ଟିଫିସିୟଲ ଇଂଟେଲିଜେଂସଙ୍କ ସାହାର୍ଯ୍ୟରେ ସଗୃହିତ କିଛି ସୂଚନାକୁ ବିଶ୍ଲେଷଣ କରିବା ପରେ ଏହିଭଳି ମନ୍ତବ୍ୟ ଦେଇଛି ।

SUTDର କହିବା ଅଟେ କି ଭାରତ ସହିତ ଅନ୍ୟ କେତେକ ଦେଶରେ ବି କରୋନା ଭାଇରସ ଜଲ୍ଦି ହିଁ ଶେଷ ହୋଇଯିବ । SUTD ସସେପ୍ଟିବଲ ଇନ୍ଫେକ୍ଟେଡ ରିକଭର୍ଡ (ଏସଆଈଆର) ମହାମାରୀ ମଡେଲ ମାନେ ସମସ୍ତ ଦେଶର ସଂଦିଗ୍ଧ, ସଂକ୍ରମିତ ଓ ସୁସ୍ଥ ରୋଗୀମାନଙ୍କ ମଡେଲର ବିଶ୍ଳେଷଣ କରିବା ପରେ ଏହି ଭବିଷ୍ୟବାଣୀ କରିଛନ୍ତି । ଏହି ମହାମାରୀ ଅଲଗା ଅଲଗା ଦେଶରେ ଯେଉଁ ଯେଉଁ ତାରିଖରେ ମୋଡ ନେଇଥିଲା, ସେହି ସମସ୍ତ ବିଷୟକୁ ବି ଅଧ୍ୟୟନ କରାଯାଇଛି ।

ଏହା ପୂର୍ବରୁ କେନ୍ଦ୍ର ସରକାର ବି ଏହା କହିଥିଲେ କି ଯଦି ୧୬ ମେ ପର୍ଯ୍ୟନ୍ତ ଲକଡାଉନର ପାଳନ କରାଯିବ, ତେବେ କରୋନା ଭାଇରସର ନୂତନ କେସ ଆସିବ ନାହିଁ । ଏହା ସହିତ ଭାରତ କରୋନା ଭାଇରସକୁ ନିୟନ୍ତ୍ରଣ କରି ପାରିବ । ସରକାର କରୋନା ଭାଇରସକୁ ରୋକିବା ପାଇଁ ଲାଗୁ କରିଥିବା ଲକଡାଉନ ମଧ୍ୟରେ କିଛି ସୁବିଧା ବି ଦେଶବାସୀଙ୍କୁ ଦେଇଛନ୍ତି । ଅର୍ଥାତ କେନ୍ଦ୍ର ସରକାରଙ୍କ ଅନୁସାରେ ଗ୍ରାମ, ସହର ଓ ଗଳିର ଆଖପାଖରେ ଥିବା କିଛି ଦୋକାନକୁ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ।

କିନ୍ତୁ କଂଟେନମେଂଟ ଜୋନ ଓ ହଟସ୍ପଟ ଅଞ୍ଚଳର ଦୋକାନକୁ ଖୋଲିବା ପାଇଁ ଅନୁମତି ଦିଆ ଯିବ ନାହିଁ । ଏହା ଛଡା ମଦ ଦୋକାନ ଓ ସପିଙ୍ଗ ମଲକୁ ଖୋଲିବା ପାଇଁ ଅନୁମତି ଦେଇ ନାହାନ୍ତି । ଆପଣଙ୍କୁ କହିଦେଉଛୁ କି ଚୀନର ୱୁହାନ ସହର ଠାରୁ ବ୍ୟାପିଥିବା କରୋନା ଭାଇରସ ଭାରତ ସମେତ ପୁରା ଦୁନିଆରେ କାୟା ବିସ୍ତାର କରି ସାରିଛି । ଭାରତରେ କରୋନା ଭାଇରସରେ ପୀଡିତ ରୋଗୀମାନଙ୍କ ସଂଖ୍ୟା ୨୬,୯୧୭ ଅଟେ, ଯେଉଁଥିରେ ୮୨୬ ଜଣ ଲୋକ ନିଜର ପ୍ରାଣ ତ୍ୟାଗ କରିସାରିଛନ୍ତି ।

ଯେଉଁଥିରେ ୫,୯୩୯ ଲୋକମାନେ ସୁସ୍ଥ ହୋଇ ଯାଇଛନ୍ତି । କିନ୍ତୁ ପୁରା ବିଶ୍ଵରେ ଏହି ଭାଇରସ ଦ୍ଵାରା ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ୨୯ ଲକ୍ଷ ୪୦ ହଜାରୁ ବି ଅଧିକ ଅଟେ ଓ ୨ ଲକ୍ଷରୁ ବି ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଏହା ସହିତ ୮ ଲକ୍ଷ ୪୨ ହଜାର ଲୋକମାନେ ଏହି ରୋଗରୁ ମୁକ୍ତ ହୋଇ ଯାଇଛନ୍ତି । କିନ୍ତୁ ଏହି ମହାମାରୀରେ ସବୁଠୁ ଅଧିକ ଆମେରିକା କ୍ଷତିଗ୍ରସ୍ତ ହେଉଛି । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ଦୁନିଆର ସବୁଠୁ ଅଧିକ କରୋନା ମାମଲା ସାମ୍ନାକୁ ଆସିସାରିଛି ।

ଆମେରିକାରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଲକ୍ଷ ୬୦ ହଜାରରୁ ବି ଅଧିକ ମାମଲା ସାମ୍ନାକୁ ଆସିସାରିଛି । ଯେଉଁଥିରେ ୫୪,୨୬୫ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏହା ପରେ ଇଟାଲୀର ନମ୍ବର ଆସୁଛି ଯେଉଁ ଦେଶରେ ଏହି ଭାଇରସ ଦ୍ଵାରା ୨୬ ହଜାରରୁ ବି ଅଧିକ ଲୋକମାନଙ୍କ ଜୀବନ ଯାଇ ସାରିଛି । କିନ୍ତୁ କରୋନା ସଂକ୍ରମିତ ରୋଗୀମାନଙ୍କ ସଂଖ୍ୟାରେ ସ୍ପେନ ଦ୍ଵିତୀୟ ସ୍ଥାନରେ ଅଛି । ଦେଶର ସବୁ ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।