ଏହି ଦିନରେ ଜନ୍ମିତ ପିଲାମାନଙ୍କ ଠାରୁ ଭାଗ୍ୟବାନ କେହି ନୁହନ୍ତି, ଜାଣନ୍ତୁ ନିଜ ବିଷୟରେ

ଯଦି ଆପଣ ନିଜର ଭବିଷ୍ୟତ ବିଷୟରେ କିମ୍ବା ଅନ୍ୟ କିଛି ସୂଚନା ହାସଲ କରିବାକୁ ଚାହୁଁଛନ୍ତି ତେବେ ଆପଣ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇ ପାରିବେ । କିନ୍ତୁ ବର୍ତ୍ତମାନ ସମୟରେ ଯେଉଁଠି କିଛି ଲୋକମାନେ ଏହି ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ଵାସ କରୁଛନ୍ତି ତ ଅନ୍ୟ ପଟେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ମିଛ ବୋଲି କହିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଏମିତି ବି କିଛି ଜିନିଷ ଅଛି ଯାହାର ସମାଧାନ ବିଜ୍ଞାନ ପାଖରେ ବି ନ ଥାଏ କିନ୍ତୁ ତାହାର ସମାଧାନ ଜ୍ୟୋତିଷ ଶାସ୍ତ୍ରରେ ନିଶ୍ଚିତ ମିଳିଥାଏ ।

ଜ୍ୟୋତିଷ ଶାସ୍ତ୍ର ଏକ ଏମିତି ବିଦ୍ୟା ଅଟେ ଯାହା ଜରିଆରେ ଆପଣ କୌଣସି ବି ବ୍ୟକ୍ତିର ବ୍ୟକ୍ତିତ୍ବ ଓ ସ୍ଵଭାବ ବିଷୟରେ ଜାଣି ପାରିବେ । କିନ୍ତୁ ଏଥିପାଇଁ ଏହା ଜାଣିବା ଜରୁରୀ ଅଟେ କି ବ୍ୟକ୍ତି ଜନ୍ମ କେଉଁ ସ୍ଥାନରେ, କେଉଁ ଦିନରେ ହୋଇଛି । ସେହି ଦିନର ଗ୍ରହମାନଙ୍କ ବିଶେଷତ୍ତ୍ଵ ଆପଣଙ୍କ ଶରୀରରେ ପ୍ରବେଶ କରିଥାଏ ଓ ସେହିଭଳି ବ୍ୟକ୍ତିତ୍ବ ବି ଆପଣଙ୍କ ଭିତର ପ୍ରବେଶ କରିଥାଏ । ଆଜି ଆମେ ଆପଣଙ୍କୁ ସପ୍ତାହର ସବୁ ଦିନର ବିଶେଷତ୍ତ୍ଵ କହିବୁ ଯାହା ଦ୍ଵାରା ଆପଣ ଜାଣି ପାରିବେ କି କେଉଁ ଦିନରେ ଜନ୍ମ ହୋଇଥିବା ଲୋକମାନଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ଵ କେମିତି ହୋଇଥାଏ ।

ସୋମବାର

ଯେଉଁ ବ୍ୟକ୍ତିମାନଙ୍କ ଜନ୍ମ ସୋମବାର ଦିନ ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କ ସ୍ଵଭାବ ଶାନ୍ତ ହୋଇଥାଏ । ଏହି ବ୍ୟକ୍ତିମାନଙ୍କ ମଧୁର ବାଣୀ ଲୋକମାନଙ୍କୁ ମୋହିତ କରିଦିଏ । ଏମାନେ ସ୍ଥିର ସ୍ଵଭାବର ହୋଇଥାନ୍ତି । ସୁଖ ହେଉ କିମ୍ବା ଦୁଃଖ ଏମାନେ ସବୁ ସ୍ଥିତିରେ ସମାନ ରହିଥାନ୍ତି । ଧନ ମାମଲାରେ ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ସମାଜରେ ମାନ ସମ୍ମାନ ମିଳିଥାଏ ।

ମଙ୍ଗଳବାର

ମଙ୍ଗଳବାର ଦିନ ଜନ୍ମ ହୋଇଥିବା ଲୋକମାନଙ୍କ ସ୍ଵାମୀ ମଙ୍ଗଲ ଗ୍ରହ ହୋଇଥାଏ । ଏମାନଙ୍କ ରାଶି ମେଷ ଓ ବିଚ୍ଛା ହୋଇଥାଏ । ଏମାନେ ସ୍ଵଭାବରେ ଊର୍ଜାବାନ ଓ ବହୁତ ହିଁ ସାହାସୀ ହୋଇଥାନ୍ତି । ଏମାନେ ଯୁଧ୍ୟ ପ୍ରେମୀ ଓ ପରାକ୍ରମୀ ହୋଇଥାନ୍ତି । ଏମାନେ ନିଜର କଥା ଉପରେ କାୟମ ରହିଥାନ୍ତି । ଦରକାର ପଡିଲେ ଏମାନେ ହିଂସା ବି କରନ୍ତି । ଏମାନଙ୍କ ଏକ ଭଲ ସ୍ଵଭାବ ଏହା ବି ଅଟେ କି ଏମାନେ ଅତିଥିମାନଙ୍କ ପୁରା ଧ୍ୟାନ ରଖନ୍ତି ।

Image courtesy: Google

ବୁଧବାର

ବୁଧବାର ରେ ଜନ୍ମିତ ଲୋକମାନଙ୍କ ରାଶି କନ୍ୟା କିମ୍ବା ମିଥୁନ ହୋଇଥାଏ । ଏହି ବ୍ୟକ୍ତିଙ୍କ ବଚନ ମଧୁର ହୋଇଥାଏ । ଏହି ଲୋକମାନେ ପଢାରେ ଅଧିକ ରୁଚି ରଖିଥାନ୍ତି ଓ ଜ୍ଞାନୀ ବି ହୋଇଥାନ୍ତି । ଏମାନେ ଲେଖିବାରେ ଅଧିକ ରୁଚି ରଖିଥାନ୍ତି ଓ ଏହାକୁ ହିଁ ନିଜର ଜୀବିକା କରିଥାନ୍ତି । ଏମାନଙ୍କ ପାଖରେ ଧନ ସମ୍ପତ୍ତିର କୌଣସି ଅଭାବ ନ ଥାଏ । କିନ୍ତୁ ଏମାନଙ୍କ ଗୋଟିଏ ଖରାପ ଗୁଣ ଏହା ଅଟେ କି ଏମାନେ ଧୋକା ଦେବାରେ ବହୁତ ଆଗରେ ରୁହନ୍ତି ।

ଗୁରୁବାର

ଗୁରୁବାର ଦିନ ଜନ୍ମିତ ବ୍ୟକ୍ତିମାନଙ୍କ ରାଶି ଧନୁ କିମ୍ବା ମୀନ ହୋଇଥାଏ ଓ ତାଙ୍କର ଗୃହ ସ୍ଵାମୀ ବୃହସ୍ପତି ହୋଇଥାନ୍ତି । ଗୁରୁବାରରେ ଜନ୍ମିତ ଲୋକମାନେ ବହୁତ ବୁଦ୍ଧିମାନ ବି ହୋଇଥାନ୍ତି ଓ ଏମାନେ ନିଜର ବୁଦ୍ଧିମତା ଦ୍ଵାରା ବହୁତ କିଛି କରିଥାନ୍ତି । ଏମାନଙ୍କ ଭବିଷ୍ୟ ଉଜ୍ଵଳ ହୋଇଥାଏ । ଏମାନେ ବିଦ୍ୟା ଓ ଧନ ଦ୍ଵାରା ପରିପୂର୍ଣ ହୋଇଥାନ୍ତି । ଅର୍ଥାତ ଏମାନେ ଜ୍ଞାନୀ ଓ ଧନୀ ହୋଇଥାନ୍ତି ।

ଶୁକ୍ରବାର

ଶୁକ୍ରବାର ଦିନ ଜନ୍ମ ହୋଇଥିବା ଲୋକମାନେ ସୁନ୍ଦର ଓ ପ୍ରଭାବଶାଳି ହୋଇଥାନ୍ତି । ଏମାନଙ୍କ ଗୃହ ସ୍ଵାମୀ ଶୁକ୍ର ହୋଇଥାନ୍ତି । ଏମାନେ ତର୍କ କରିବାରେ ନିପୁଣ ଓ ନୈତିକତାରେ ବି ଆଗରେ ରହିଥାନ୍ତି । ଏମାନେ ଧନବାନ ଓ କାମଦେବ ଗୁଣ ଦ୍ଵାରା ପ୍ରଭାବିତ ରୁହନ୍ତି । ଏମାନଙ୍କ ବୁଦ୍ଧି ବି ବହୁତ ଭଲ ହୋଇଥାଏ ।

ଶନିବାର

ଶନିବାର ରେ ଜନ୍ମ ନେଉଥିବା ବ୍ୟକ୍ତିମାନଙ୍କ ରାଶି ମକର କିମ୍ବା କୁମ୍ଭ ହୋଇଥାଏ । ଏମାନଙ୍କ ଉପରେ ଶନି ଗ୍ରହର ପ୍ରଭାବ ରହିଥାଏ । ଏମାନେ ନିଜର ଜୀବନ ନିଜ ହିସାବରେ ହିଁ ବ୍ୟତୀତ କରିବାକୁ ପସନ୍ଦ କରନ୍ତି । ଏମାନେ ସ୍ଵଭାବରେ ଅଳ୍ପ କଠୋର ବି ହୋଇଥାନ୍ତି । ଏହି ଦିନରେ ଜନ୍ମିତ ଲୋକମାନଙ୍କ ଉପରେ ଯଦି ବି ଦୁଃଖ ଆସିଯାଏ ତେବେ ଏମାନେ ତାକୁ ବି ସହିବା ଜାଣିଛନ୍ତି । ଏମାନେ ନ୍ୟାୟକୁ ସବୁବେଳେ ସହମତି ଦିଅନ୍ତି। ଏହା ସହିତ ଏମାନେ ଗମ୍ଭୀର ସ୍ଵଭାବର ହୋଇଥାନ୍ତି । ସେବା କରିବାକୁ ବି ଏମାନଙ୍କୁ ଭଲ ଲାଗେ ।

ରବିବାର

ରବିବାରରେ ଜନ୍ମ ନେଉଥିବା ବ୍ୟକ୍ତିମାନଙ୍କ ଉପରେ ସୂର୍ଯ୍ୟ ଗ୍ରହ ଓ ସିଂହ ରାଶିର ପ୍ରଭାବ ରହିଥାଏ । ଏହି ଦିନରେ ଯେଉଁ ବ୍ୟକ୍ତିର ଜନ୍ମ ହୋଇଥାଏ ସେମାନେ ତେଜସ୍ୱୀ ହୋଇଥାନ୍ତି । ଏମାନଙ୍କ ସ୍ଵଭାବ କ୍ରୋଧଭରା ହୋଇଥାଏ । ଏମାନେ ଚତୁର ଓ ଗୁଣବାନ ବି ହୋଇଥାନ୍ତି । ଏମାନେ ସାହସୀ ଓ ନିଡର ବି ହୋଇଥାନ୍ତି । ଏମାନେ ସବୁବେଳେ ବାହାରେ ବୁଲିବାକୁ ଭଲ ପାଆନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।