ଜାଣନ୍ତୁ ବୟସ ହିସାବରେ କେତେ ହେବା ଦରକାର ପୁଅ ଓ ଝିଅଙ୍କ ଓଜନ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ନିଜ ବୟସ ଅନୁସାରେ ଉଭୟ ପୁଅ ଏବଂ ଝିଅ ଙ୍କ ଓଜନ କେତେ ହେବା ଆବଶ୍ୟକ ଅଟେ । ଯେପରି ସୁସ୍ଥ ରହିବା ନିମନ୍ତେ ସଠିକ ଡାଏଟ ପ୍ଲାନ ର ଆବଶ୍ୟକତା ରହିଛି ସେହିପରି ସୁସ୍ଥ ରହିବା ନିମନ୍ତେ ସଠିକ ଓଜନ ମଧ୍ୟ ରହିବା ଆବଶ୍ୟକ । ନିଜର ବୟସ ଅନୁସାରେ ଯଦି ଉଭୟ ପୁଅ ବା ଝିଅ ଙ୍କ ଓଜନ ଅଧିକ ବା କମ ରହିଥାଏ ତେବେ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ ।

ନିଜ ବୟସ ଅନୁସାରେ ସଠିକ ଓଜନ ରହିବା ଦ୍ଵାରା କୌଣସି ପ୍ରକାର ରୋଗ ହୋଇନଥାଏ ଏବଂ ଶରୀର ସୁସ୍ଥ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଉଭୟ ପୁଅ ଏବଂ ଝିଅ ଙ୍କ ବୟସ ଅନୁସାରେ ତାଙ୍କର ଓଜନ କେତେ ରହିବା ଆବଶ୍ୟକ ।

୧. ନବଜାତ ଶିଶୁ- ବନ୍ଧୁଗଣ ଜନ୍ମ ହୋଇଥିବା ଶିଶୁ ଙ୍କ ବୟସ ଅନୁସାରେ ପୁଅ ମାନଙ୍କ ଓଜନ ୩.୩ କେ.ଜି ଏବଂ ଝିଅ ମାନଙ୍କ ଓଜନ ୩.୨ କେ.ଜି ରହିବା ଆବଶ୍ୟକ ।

୨. ୩-୫ ଏବଂ ୬-୮ମାସ ଶିଶୁ- ୩ରୁ ୫ ମାସର ଶିଶୁ ଙ୍କ ବୟସ ଅନୁସାରେ ଝିଅ ମାନଙ୍କ ଓଜନ ୫.୪ କେ.ଜି ଏବଂ ପୁଅ ମାନଙ୍କ ଓଜନ ୬ କେ.ଜି ହେବା ଆବଶ୍ୟକ । ୬ ରୁ ୮ ମାସର ଶିଶୁ ଙ୍କ ବୟସ ଅନୁସାରେ ଝିଅ ମାନଙ୍କ ଓଜନ ୭.୨କେ.ଜି ଏବଂ ପୁଅ ମାନଙ୍କ ଓଜନ ୭.୮ କେ.ଜି ହେବା ଆବଶ୍ୟକ ।

୩. ୯-୧୧ ମାସ ଏବଂ ଦୁଇ ବର୍ଷର ଶିଶୁ- ୯ରୁ ୧୧ ମାସର ଶିଶୁ ଙ୍କ ବୟସ ଅନୁସାରେ ଝିଅ ମାନଙ୍କ ଓଜନ ୮.୬ ଏବଂ ପୁଅ ମାନଙ୍କ ଓଜନ ୧୦ କେ.ଜି ହେବା ଆବଶ୍ୟକ ଏବଂ ୨ ବର୍ଷର ଝିଅ ଙ୍କ ଓଜନ ୧୧.୮ ଏବଂ ପୁଅ ମାନଙ୍କ ଓଜନ ୧୨.୩ ହେବା ଆବଶ୍ୟକ ।

୪. ୩- ୫ ବର୍ଷ – ୩ ରୁ ୪ ବର୍ଷ ର ଝିଅ ଏବଂ ପୁଅ ଉଭୟ ଙ୍କ ଓଜନ ୧୪ ରୁ ୧୬ କେ.ଜି ହେବା ଆବଶ୍ୟକ । ୫ ବର୍ଷର ଝିଅ ମାନଙ୍କ ଓଜନ ୧୭.୭ ଏବଂ ପୁଅ ମାନଙ୍କ ଓଜନ ୧୮.୮ କେ.ଜି ହେବା ଆବଶ୍ୟକ ।

୫. ୬- ୮ ବର୍ଷ- ୬ ରୁ ୮ ବର୍ଷ ମଧ୍ୟରେ ଝିଅ ମାନଙ୍କ ଓଜନ ୨୪କେ.ଜି ଏବଂ ପୁଅ ମାନଙ୍କ ଓଜନ ୨୫କେ.ଜି ହେବା ଆବଶ୍ୟକ ।

୬. ୯- ୧୧ ବର୍ଷ- ୯ ରୁ ୧୧ ବର୍ଷ ମଧ୍ୟରେ ଝିଅ ମାନଙ୍କ ଓଜନ ୩୨କେ.ଜି ରୁ ୩୩ କେ.ଜି ହେବା ଆବଶ୍ୟକ ଏବଂ ପୁଅ ମାନଙ୍କ ଓଜନ ୩୧ ରୁ ୩୨ କେ.ଜି ହେବା ଆବଶ୍ୟକ ।

୭. ୧୨- ୧୪ ବର୍ଷ- ୧୨ ରୁ ୧୪ ବର୍ଷ ମଧ୍ୟରେ ଝିଅ ମାନଙ୍କ ଓଜନ ୩୮କେ.ଜି ରୁ ୪୮କେ.ଜି ରହିବା ଆବଶ୍ୟକ ଏବଂ ପୁଅ ମାନଙ୍କ ଓଜନ ୩୭କେ.ଜି ରୁ ୪୭ କେ.ଜି ହେବା ଆବଶ୍ୟକ ।

୮. ୧୫ ରୁ ୧୮ ବର୍ଷ- ୧୫ ରୁ ୧୮ ବର୍ଷ ମଧ୍ୟରେ ଝିଅ ମାନଙ୍କ ଓଜନ ୫୩କେ.ଜି ରୁ ୫୪ କେ.ଜି ହେବା ଆବଶ୍ୟକ ଏବଂ ପୁଅ ମାନଙ୍କ ଓଜନ ୫୮ ରୁ ୬୫ କେ.ଜି ହେବା ଆବଶ୍ୟକ ।

୯. ୧୯ ରୁ ୩୯ବର୍ଷ- ୧୯ ରୁ ୩୯ ବର୍ଷ ମଧ୍ୟରେ ଝିଅ ମାନଙ୍କ ଓଜନ ୭୩ ରୁ ୭୬ କେ.ଜି ହେବା ଆବଶ୍ୟକ ଏବଂ ପୁଅ ମାନଙ୍କ ଓଜନ ୮୩ ରୁ ୯୦ କେ.ଜି ରହିବା ଆବଶ୍ୟକ ।

୧୦. ୪୦ ରୁ ୬୦ ବର୍ଷ- ୪୦ ରୁ ୬୦ ବର୍ଷ ବୟସ ମଧ୍ୟରେ ଝିଅ ମାନଙ୍କ ଓଜନ ୭୬ କେ.ଜି ରୁ ୭୭ କେ.ଜି ରହିବା ଆବଶ୍ୟକ ଏବଂ ପୁଅ ମାନଙ୍କ ଓଜନ ୯୦ ରୁ ୯୧ କେ.ଜି ରହିବା ଆବଶ୍ୟକ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।