ଯେବେ ଭାଗ୍ୟ ସାଥ ଦେଇ ନଥାଏ ତ କଣ କରିବେ, ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ଠାରୁ -Krishna Vani

ଯେତେବେଳେ ମନୁଷ୍ୟର ଭାଗ୍ୟ ଖରାପ ଥାଏ ସେହି ସମୟରେ ତାକୁ ମିଠା ପାଣି ମଧ୍ୟ ତାକୁ ଲୁଣି ଲାଗିଥାଏ । ଏହା ସତ୍ୟ ନୁହେଁ କାରଣ ସବୁର କାର୍ଯ୍ୟରେ ବିଘ୍ନ ଆସିବା ଭାଗ୍ୟ ହୋଇନଥାଏ । କାରଣ ହେଉଛି ଆମର ଅସାବଧାନତା । ଅସୁବିଧା ସମୟରେ ଆମେ ସବୁବେଳେ ସାବଧାନ ରଖିବା ଉଚିତ ।ଯଦି ଆପଣ କୌଣସି ଏକ ନୂଆ ଦିଗକୁ ଯିବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମେ ନିଜେ ସେଥିରେ ମଜବୁତ ରୁହନ୍ତୁ ଓ ଏହା ପରେ ସେହି ମାର୍ଗରେ ଆଗାନ୍ତୁ ।

ସବୁବେଳେ ସତର୍କ ରୁହନ୍ତୁ ବଚନ ଦେବା ପୂର୍ବରୁ ଭାବନ୍ତୁ ଏହା ନିଜ ପାଇଁ ଠିକ ହେବ ନା ଭୁଲ । ସାବଧାନର ଅର୍ଥ ହେଉଛି ପ୍ରଥମେ ସେହି ଜିନିଷର ଭବିଷ୍ୟକୁ ପରଖିବାକୁ ଚେଷ୍ଟା କରନ୍ତୁ ।

ଯଦି ସେଠାରେ ଟିକେବି ଅସାବଧାନତା ହୁଏ ତେବେ ଯେତେ ବଡ ଘର ହୋଇଥାଉ ନା କାହିଁକି ସେ ଖୁବ ଶୀଘ୍ର ଭାଙ୍ଗି ଯାଇଥାଏ । ସେଥିପାଇଁ ସୁରକ୍ଷିତ ଯଦି ରହିବାକୁ ଚାହୁଞ୍ଚନ୍ତି ତେବେ ଠିକ ସମୟରେ ଠିକ ନିସ୍ପତି ଓ ସାବଧାନ । କାରଣ ଭବିଷ୍ୟତରେ କଣ ହେବ ଆପଣ ଜାଣି ନାହାନ୍ତି ତେଣୁ ସେହି ସମୟରୁ ହିଁ ସାବଧାନ ହୋଇଯିବା ଉଚିତ ।

ମନୁଷ୍ୟର ସବୁଠୁ ବଡ ଗୁଣ ହେଉଛି ସେ ଅଧିକ ପରିଶ୍ରମ କରିଥାଏ ଓ ତାର ସବୁଠୁ ଛୋଟ ମାର୍ଗ ବାଛିଥାଏ । ସେଥିପାଇଁ ସେ ଆଭିଶାର୍ପ ପାଇବାକୁ ଡରିଥାଏ । କିନ୍ତୁ ଜିତିବା, ହାରିବା ଓ ଲାଭ ହାନି ଏବଂ ସାର୍ପ ଓ ବରଦାନ କେବଳ ନିମିତ ମାତ୍ର । କାରଣ କେତେବେଳେ କେଉଁ ଆଭିଶାର୍ପ ଆଶ୍ରିବାଦରେ ପରିଣତ ହୋଇଯିବ ଓ କେଉଁ ଆଶ୍ରିବାଦ ଆଭିଶାର୍ପ ରେ ପରିଣତ ହୋଇଯିବ କେବଳ ଏହା ମନୁଷ୍ୟର କର୍ମ ଉପରେ ନିର୍ଭର କରିଥାଏ ।

 

ବିଷ ପାନ କରିଥିବା ମହାଦେବଙ୍କୁ ଓ ଅମୃତ ପାନ କରିଥିବା ରାହୁ ଓ କେତୁ ଅସୁର ହୋଇ ରହିଲେ । ଏହା କେବଳ ନିଜର କର୍ମର ଫଳ । ଯଦି କର୍ମ ଓ ଲକ୍ଷ ଉଚିତ ଥିବ ତେବେ ଶାପକୁ ବରଦାନ ହେବା ପାଇଁ  ବେଶିଦିନ ଲାଗିନଥାଏ ଓ ଯଦି କର୍ମ ଅନୁଚିତ ଅଟେ ତେବେ ବରଦାନ ଅଭିଶାପରେ ପରିଣତ ହେବାପାଇଁ ବେଶିଦିନ ଲାଗିବା ନାହିଁ ।

ଆପଣ ଚୁମ୍ବକକୁ ଦେଖିଥିବେ ସେ ସବୁବେଳେ ଲୁହାକୁ ତାର ନିଜ ଆଡକୁ ଆକର୍ଷଣ କରିଥାଏ । କାରଣ ଏହାତାର ଧର୍ମ ଅଟେ । ଆମ ସମସ୍ଥଙ୍କ ପାଖରେ ମଧ୍ୟ ଏହିଭଳି ଆକର୍ଷଣୀୟ ଗୁଣ ଅଛି କିନ୍ତୁ ଆମେ ତାକୁ ଚିହ୍ନି ପାରୁନୁ । ବିଚାରର ଚୁମ୍ବକ ଆମ ଭିତରେ ଅଛି ଯାହା ନିଜ ପରି ଚିନ୍ତାଧାରା ଥିବା ଲୋକଙ୍କୁ ନିଜ ଆଡକୁ ଟାଣିଥାନ୍ତି । ଆମେ ଯେଉଁ ଭଳି ଚିନ୍ତାଧାରା କରିଥାଉ ସେହିଭଳି ଫଳ ପାଇଥାଉ ।

ଯେଉଁମାନେ ଠାକୁରଙ୍କର ନାମ ଧରିଥାନ୍ତି ସେମାନଙ୍କୁ ଦେବତା ମିଳିବେ ସବୁ ନିଜ ବିଚାର ଉପରେ ନିର୍ଭର କରିଥାଏ । ଯଦି ଶିଶିର ମାସର ପ୍ରଥମ କୁହୁଡି କୌଣସି କଦଳୀ ପତ୍ର ଉପରେ ପଡିଥାଏ ତେବେ ଏହା କର୍ପୁରରେ ପରିଣତ ହୋଇଯାଏ, ଯଦି ଶାମୁକା ମଧ୍ୟରେ ଯାଏ ତେବେ ଏହା ମୋତି ହୋଇଯାଏ ଏବଂ ଯଦି ବିଷଧର ଶାପ ମୁହଁରେ ପଡେ ତେବେ ଏହା ବିଷ ହୋଇଯାଏ ।

ସେହି ଗୋଟିଏ ଜିନିଷ ହେଲେ ସେ ଯେଉଥିରେ ପଡି ସେହି ପରି କାମ କରିବ । ସେଥିପାଇଁ ଏହାକୁ ଆପଣ ଯେଉଁ ପରି ଭାବରେ ସେହି ଜିନିଷକୁ ଗ୍ରହଣ କରିବେ ସେହି ପରି ଭାବରେ ଆପଣଙ୍କୁ ଫଳ ମିଳିବ । ଯେଉଁ ପରି ଆପଣ ବିଶ୍ଵାସ ହିଁ ନିର୍ଧାରିତ କରିଥାଏ କି ଆପଣଙ୍କୁ ବିଷ ମିଳିବ ନା ଅମୃତ ମିଳିବ । ସେଥିପାଇଁ ନିଜର ଭାବନାକୁ ସୁଦୃଢ ରଖନ୍ତୁ ଓ ବିଚାର ଠିକ ରଖନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।