SBI ଗ୍ରାହକଙ୍କ ପାଇଁ ବଡ ଖବର ! ଏଥର ବିନା ATM କାର୍ଡରେ ଉଠାଇ ପାରିବେ ଟଙ୍କା, ଦେଖନ୍ତୁ କଣ ରହିଛି ପ୍ରୋସେସ

କେବେ କେବେ ସାଙ୍ଗରେ ଏଟିଏମ କାର୍ଡ ନେବାକୁ ଆମେ ଭୁଲି ଯାଇଥାଉ । କିନ୍ତୁ ଏପରି ବେଳେ ଯଦି ଟଙ୍କାର ନିହାତି ଆବଶ୍ୟକତା ପଡେ ତେବେ କଣ କରିବେ ? ଆପଣଙ୍କର ଏହି ସମସ୍ଯାର ସମାଧାନ କରିବା ପାଇଁ ଏକ ଅଭିନବ ଉପାୟ ଆସିଛି । ଏଣିକି ବିନା ଏଟିଏମ କାର୍ଡରେ ଆପଣ ଟଙ୍କା ଉଠାଇ ପାରିବେ । ତେବେ ଏହା କିପରି ହେବ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ । ତେବେ ଏସବିଆଇ ବ୍ଯାଙ୍କ ନିଜ ଗ୍ରାହକଙ୍କ ପାଇଁ ନେଇ ଆସିଛି ନୂଆ ଖବର ।

ଯଦି ଆପଣ ନିଜ ସାଥିରେ ଏଟିଏମ କାର୍ଡ ନେବାକୁ ସହଜ ମନେ କରୁ ନାହାନ୍ତି କିମ୍ବା ଭୁଲି ଯାଉଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣଙ୍କ ସମସ୍ୟାର ସମାଧାନ କରିବାକୁ ଏସବିଆଇ ବ୍ଯାଙ୍କ ଆଣିଛି ଏକ ଅଭିନବ ଉପାୟ । ଯଦି ଆପଣ ଭାରତୀୟ ଷ୍ଟେଟ ବ୍ଯାଙ୍କର ଗ୍ରାହକ ହୋଇଥାନ୍ତି ତେବେ ଆପଣ ଏଥର ବିନା ଏଟିଏମ କାର୍ଡରେ ଟଙ୍କା ଉଠାଇ ପାରିବେ । ଏସବିଆଇ ଗ୍ରାହକଙ୍କ ପାଇଁ ନେଇ ଆସିଛି ୟୋନୋ କ୍ୟାଶ ବ୍ୟବସ୍ଥା ।

ଏହା ସାହାଯ୍ୟରେ ଆପଣ ଯେକୌଣସି ସ୍ଥାନରେ ଏଟିଏମ ବ୍ଯତୀତ ପିଓଏସ ଟର୍ମିନାଲ ଏବଂ ଗ୍ରାହକ ସେବା ପଏଣ୍ଟରୁ ନଗଦ ତାଙ୍କ ଉଠାଇବାକୁ ସକ୍ଷମ ହେବେ । ବିନା ଏଟିଏମ କାର୍ଡରେ ଟଙ୍କା ଉଠାଇବାକୁ ହେଲେ ଆପଣ ନିଜ ଫୋନରେ ଏସବିଆଇ ର ୟୋନୋ ଆପ୍ ଡାଉନଲୋଡ କରି ଲଗ୍ ଇନ୍ କରନ୍ତୁ । ଏହାପରେ ହୋମ୍ ପେଜ୍ ରେ ୟୋନୋ କ୍ୟାଶ ଉପରେ କ୍ଲିକ କରନ୍ତୁ । ଏହାପରେ ୟୋନୋ କ୍ୟାଶର ଏଟିଏମ ସେକ୍ସନକୁ ଯାଇ ତାହା ଉପରେ କ୍ଲିକ କରନ୍ତୁ । ଆସୁଥିବା ବକ୍ସରେ ଆବଶ୍ୟକ ଟଙ୍କାର ପରିମାଣ ଲେଖନ୍ତୁ ।

ଏହାପରେ ୬ ଅଙ୍କ ବିଶିଷ୍ଟ ଏକ ପିନ୍ କୋଡ୍ ବନାନ୍ତୁ । ଏହାପରେ ଏକ ୟୋନୋ କ୍ୟାଶ ଟ୍ରାନ୍ସାକ୍ସନ ନମ୍ବର ଆପଣଙ୍କ ମୋବାଇଲ ନମ୍ବରକୁ ଆସିବ । ଏହା କେବଳ ୬ ଘଣ୍ଟା ପାଇଁ ସକ୍ରିୟ ରହିବ । ଏହାପରେ ଆପଣ ଏଟିଏମରେ ୟୋନୋ କ୍ୟାଶ ଅପସନ୍ ଉପରେ ଟ୍ୟାପ କରନ୍ତୁ । ଏହାପରେ ରେଜିଷ୍ଟରଡ୍ ମୋବାଇଲ ନମ୍ବରକୁ ଆସିଥିବା ୟୋନୋ କ୍ୟାଶ ଟ୍ରାନ୍ସାକ୍ସନ ନମ୍ବର ଓ ଆପଣଙ୍କ ବନେଇଥିବା ୬ ଅଙ୍କ ବିଶିଷ୍ଟ ପିନ୍ କୋଡ୍ ନମ୍ବର ଲେଖନ୍ତୁ ।

ଏହି ପ୍ରୋସେସ ପୁରା ହେବା ପରେ ପିଓଏସ ଟର୍ମିନାଲ କିମ୍ବା ଗ୍ରାହକ ସେବା ପଏଣ୍ଟରୁ ଟଙ୍କା ଉଠାଇ ନିଅନ୍ତୁ । ଏହି ନୂଆ ଯୋଜନାରେ ଗ୍ରାହକ ଯେକୌଣସି ସ୍ଥାନରେ ପାଞ୍ଚ ସହ ଟଙ୍କାରୁ ଆରମ୍ଭ କରି ଦଶ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶ ଉଠାଇ ପାରିବେ । ଏହି ଯୋଜନାରେ ଗ୍ରାହକ ବେଶ ଉପକୃତ ହୋଇପାରିବେ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି ।