ଆଜିର ରାଶିଫଳ, 16 ନଭେମ୍ବର 2021, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ନଭେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ସ୍ୱାସ୍ଥ୍ୟ ସମ୍ଭଧିତ ସମସ୍ଯା ଦୂର ହେବ । ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ଆପଣ ନିଜ ମନକୁ ଏକାଗ୍ରତା କରିବାକୁ ଚେଷ୍ଟା କରନ୍ତୁ । ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ବିଦ୍ୟାର୍ଥୀ ମାନେ ଅଧିକ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବ ଓ ଦୁହିଙ୍କ ଭିତରେ ଦୃଢ ସମ୍ପର୍କ ସୃଷ୍ଟି ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ନିଜ ସନ୍ତାନ ମାନଙ୍କ ଯୋଗୁ ନୂଆ ଖବର ପାଇ ପାରନ୍ତି ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କର ଦିନଟି ଭଲ ରହିବ । ଆପଣ ନିଜ ପରିବାର ଲୋକଙ୍କ ସହ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ମହିଳା ମାନେ ଘରର କୌଣସି କାମରେ ନିଜକୁ ବ୍ୟସ୍ତ ରଖିବେ । କୋଣସି ମହାନ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ମିଳିପାରେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଆଜି ଆପଣଙ୍କୁ ଭାଗ୍ଯର ସାଥ ମିଳିବ । ଆୟରେ ବୃଦ୍ଧି ହେବ । ନୂଆ ଦାୟିତ୍ଵ ଆଜି ଆପଣଙ୍କୁ ମିଳିପାରେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କର ଦିନ ଭଲରେ କଟିବ । ଆଜି ଆପଣ ମିଠା ବଚନ କହିବେ ଯାହା ଅନ୍ୟ ମାନଙ୍କ ଉପରେ ଭଲ ପ୍ରଭାବ ପକାଇବ । ବେପାର କରୁଥିବା ଲୋକ ମାନେ ବ୍ୟବସାୟରେ ଭଲ ଲାଭ ମିଳିବ । ସନ୍ତାନ ମାନଙ୍କ ଯୋଗୁ ଆଜି ଆପଣ ମାନସିକ ଚିନ୍ତାରେ ରହିବେ । ଚାକିରି କରିଥିବା ଲୋକ ମାନେ ନିଜ କ୍ରମ କ୍ଷେତ୍ରରେ ସଫଳ ହେବେ । ଭାଇ ଭଉଣୀଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ମିତ୍ରା ଇ ପରିବାର ସହ ଆପଣଙ୍କର ସମୟ ଭଲ ରହିବ । ମିତ୍ରାଙ୍କ ଠାରୁ ସାହାଜ୍ଯ ମିଳିପାରେ । ପୈତୃକ ସମ୍ପତି ମିଳିବାର ଆଶଙ୍କା ରହିଛି ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ନିଜ ସାଙ୍ଗ ସାଥିଙ୍କ ସହ ଭଲ ସମୟ ବିତାଇବେ । ପରିବାରରେ କୌଣସି କଥାକୁ ଆପଣ ଚିନ୍ତିତ ରହିବେ । ସନ୍ତାନ ମାନଙ୍କ ପାଇଁ ସମସ୍ଯା ହୋଇପାରେ । ସେଥି ପାଇଁ ସତର୍କ ରୁହନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବଢିବ । ଯାହା ଫଳରେ ଆପଣ ସମସ୍ତଙ୍କ ନଜରରେ ପ୍ରଶଂସାର ପାତ୍ର ହେବେ । ଛାତ୍ରମାନେ କଠିନ ପରିଶ୍ରମ କରି ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ବେପାର ପାଇଁ ସମୟ ଅନୁକୂଳ ରହିବ । ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ମିଳିପାରେ । ମିତ୍ରଙ୍କ ଭରପୁର ସହଯୋଗ ମିଳିବ । କାର୍ଯ୍ୟଭାର ରେ ବୃଦ୍ଧି ହେବ ।

ସିଂହ ରାଶି : ଏହି ରାଶିର ଲୋକ ମାନେ ନିଜ କର୍ମ କ୍ଷେତ୍ରରେ ସଫଳତା ପାଇବେ । ଧନ ଲାଭର ଯୋଗ ରହିଛି । ବ୍ୟବସାୟୀ ମାନଙ୍କୁ ଭଲ ଲାଭ ମିଳିବ । ପ୍ରେମ ଜୀବନରେ ଆପଣ ସଫଳ ହେବେ । ସାଙ୍ଗ ସାଥିଙ୍କ ସହ ଯୋଗ ଆପଣଙ୍କୁ ମିଳିପାରେ । ଆପଣ ଆଜି ଘରର କୌଣସି କାମରେ ବ୍ୟସ୍ତ ରହିବେ । ରୋଗରେ ପଡିଥିବା ଲୋକ ମାନଙ୍କର ସ୍ଵାସ୍ଥ୍ୟରେ ସୁଧାର ଆସିବ । ସାଙ୍ଗ ଓ ଭାଇଙ୍କ ଠାରୁ ସହଯୋଗ ମିଳିବ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର ଦିନଟି ଆଜି ଭଲରେ କଟିବ । ଆପଣ ନିଜ ସୁବିଧା ଅନୁଯାଇ ଖର୍ଚ୍ଚ କରିବେ । ଆପଣଙ୍କ ଦକ୍ଷତାର ପରୀକ୍ଷା କରାଯିବ ଯେଉଁଥିରେ ଆପଣ ସଫଳ ମଧ୍ୟ ହେବେ । କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିଛି । କୌଣସି କାରଣରୁ ଆପଣ ଆଜି ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ତୁଳା ରାଶି : ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ବିତାଇବେ । ସନ୍ତାନ ମାନଙ୍କ ପାଇଁ ଆଜି ଦିନଟି ଭଲ ରହିବ ଓ ସେମାନେ ଈଶ୍ବରଙ୍କ କୃପା ପାଇବେ । ବିଦ୍ୟାର୍ଥୀ ମାନେ ନିଜ ପରୀକ୍ଷାରେ ଉତିର୍ଣ୍ଣ ହେବେ । ବ୍ୟବସାୟ କରୁଥିବା ଲୋକ ମାନଙ୍କର ବେପାରରେ ହାନି ଘଟିବ । ଆପଣ ଆଜି କୌଣସି କାରଣରୁ ମାନସିକ ଚିନ୍ତାରେ ରହିବେ । କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିଛି । ଆଜି ଆପଣ ପ୍ରେମ ଜୀବନରେ ରୋମାନ୍ଟିକ ରହିବେ ।

ବିଛା ରାଶି : ଏହି ରାଶିର ଲୋକ ମାନେ ଆଜି ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବା ସହ ଅଧିକ ପଇସା ଖର୍ଚ୍ଚ କରି ପାରନ୍ତି । ବିଦେଶକୁ ଯାତ୍ରା କରିବାର ମୌକା ମିଳିବ । ନିଜ ସାଙ୍ଗ ସାଥିଙ୍କ ସହ ଭଲ ସମୟ ବିତାଇବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ଗୋରବ ଓ ପ୍ରତିଷ୍ଠାର ମାନ ବଢିବ । ସେଥି ପାଇଁ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ବ୍ୟବସାୟରେ ଧ୍ୟାନ ଦେବା ଆପଣଙ୍କର ପ୍ରାଥମିତା ରହିବ । ଆଜି ଆପଣ ବିଚାର କରି ନିବେଶ କରନ୍ତୁ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ନିଜ ଜୀବନ ସାଥିଙ୍କ ସହ ଦୂର ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ଅଫିସରେ ନିଜ ଅଧିକାରୀ ଓ ସହ କର୍ମୀ ମାନଙ୍କର ସହ ଯୋଗ ମିଳିବ । ଆପଣଙ୍କର କାମରେ କୌଣସି କ୍ଷତି ହେବା କାରଣରୁ ଆପଣ ଚିନ୍ତିତ ରହିବେ । ମହିଳା ମାନେ ଘରର ସାଜସଜାରେ ନିଜକୁ ବ୍ୟସ୍ତ ରଖିବେ । ନିଜ ପଡୋଶୀ ମାନଙ୍କ ସହ ଭଲ ସମ୍ଭନ୍ଧ ରହିବ । ବିଦ୍ୟାର୍ଥୀ ମାନେ ନିଜ କର୍ମ କ୍ଷେତ୍ରରେ ସଫଳ ହେବେ । ସନ୍ତାନ ମାନଙ୍କର ଉନ୍ନତିରେ ବିକାଶ ଘଟିବ ।

ମକର ରାଶି : ଏହି ରାଶିର ଲୋକ ମାନଙ୍କର ଧନ ଲାଭର ଯୋଗ ରହିଛି । ସେଥି ପାଇଁ ଆପଣଙ୍କ ଦିନଟି ଆନନ୍ଦରେ ଅତିବାହିତ ହେବ । ସନ୍ତାନ ମାନଙ୍କ ପାଇଁ ଆପଣଙ୍କ ସମାନ ବଢିବ । ଆଜି ଆପଣଙ୍କର କୌଣସି ଜିନିଷ ଚୋରୀ ହୋଇପାରେ କିମ୍ବା ଦୁର୍ଘଟଣା ଘଟିପାରେ ସେଥି ପାଇଁ ନିଜର ଯତ୍ନ ନିଅନ୍ତୁ । ଦାଂପତ୍ଯ ଜୀବନରେ ନିଜ ସ୍ତ୍ରୀଙ୍କ ସହ ଭଲ ବୁଝାମଣା ରହିବା ସହ ଦୁହିଙ୍କର ସମ୍ପର୍କ ଦୃଢ ହେବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ନିଜ ପରିବାର ସହ କୌଣସି ସମାରୋହକୁ ଯାତ୍ରା କରିବା ସହ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ମହିଳା ମାନେ ପୂଜା ପାଠରେ ନିଜର ସବୁ ସମୟ ବିତାଇବେ । ପରିବାରରେ ଖୁସିର ମାହୋଲ ରହିବ । ଆପଣଙ୍କୁ ନିଜର ଭଲ ଭବିଷ୍ୟତ ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବଢିବ ।

ମୀନ ରାଶି : ଏହି ରାଶିର ଲୋକ ମାନେ କୋଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବା ସହ ଦୁହିଙ୍କ ସମ୍ପର୍କରେ ମଧୁରତା ଆସିବ । ଭାଇ ଭଉଣୀଙ୍କ ପାଇଁ ଆପଣ ଚିନ୍ତିତ ରହିବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟୀ ମାନେ ନିଜ ବେପାରରେ ଭଲ ଲାଭ କରିବେ । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ । ଆମ ସହ ଆଗକୁ ବଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।