କିଶୋର ମଟନକୁ ସିଲ୍ କଲା BMC, ମଟନରେ ନାଲି ରଙ୍ଗ ଓ ଏକ୍ସପାରି ସସ୍ ସାଙ୍ଗକୁ ଯାହା ମିଶୁଥିଲା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ video

କିଶୋର ରାନ୍ଧୁଥିବା ମଟନରେ ମିଶୁଥିଲା ପୁଳା ପୁଳା ରଙ୍ଗ । ଆଉ ବାସୀ କଙ୍କଡାକୁ ରଙ୍ଗରେ ବୁଡାଇ ବିକ୍ରି କରିବା ସହ ଏକ୍ସପାରି ସସ୍ ରେ ହେଉଥିଲା ରୋଷେଇ । କିଶୋର ଏସବୁ ରୋଷେଇ କରି ଭଲ ଲାଭ ରୋଜଗାର କରୁଥିଲା । ତା’ ଲାଲ ଟହଟହ ମଟନକୁ ଖାଇବା ପାଇଁ ଭୁବନେଶ୍ବର ସମେତ ରାଜ୍ୟ ବାହାରୁ ବି ଲୋକେ ଆସୁଥିଲେ । ହେଲେ ସମସ୍ତଙ୍କ ବିଶ୍ବାସରେ ବିଷ ଗୋଳାଉଥିଲା କିଶୋର ମଟନ । ସେଥିପାଇଁ କିଶୋତ ମଟନକୁ ବନ୍ଦ କରିଦେଇଛି ଭୁବନେଶ୍ବର ମ୍ଯୁନିସିପାଲିଟି କର୍ପୋରେସନ ।

ଖାଦ୍ଯ ଅନୁପଯୋଗୀ ରଙ୍ଗ ସାଙ୍ଗକୁ ବ୍ୟବହାର ହେଉଥିଲା ବାସୀ କଙ୍କଡା । ସେଥିରେ ପୁଣି ମିଶା ଯାଉଥିଲା ନଷ୍ଟ ହୋଇ ଯାଇଥିବା ଏକ୍ସପାରି ସସ୍ । ବିଏମସି ର ଯାଞ୍ଚ ପରେ ଏସବୁ ପ୍ରମାଣ ମିଳିବା ପରେ ଶହ ଶହ ଲୋକଙ୍କ ଭିଡ ଜମୁଥିବା ଦୂରଦର୍ଶନ କେନ୍ଦ୍ର ପାଖ ଅର୍ଥାତ ଆପୋଲୋ ହସ୍ପିଟାଲର ପଛରେ ଥିବା କିଶୋର ମଟନ ଦୋକାନକୁ ବିଏମସି ସିଲ୍ କରିଦେଇଛି । ଏହାସହ ସମ୍ପୃକ୍ତ ହୋଟେଲର ଫୁଡ୍ ଲାଇସେନ୍ସ ବା ଖାଦ୍ଯ ପଞ୍ଜୀକରଣ ପତ୍ରକୁ ମଧ୍ୟ ରବ୍ଦ କରି ଦିଆଯାଇଛି ।

ବୁଧବାର ଦିନ ବିଏମସି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଖାଦ୍ଯର ମାନ ଯାଞ୍ଚ ଅଭିଯାନ କରା ଯାଇଥିଲା । ଆଉ ଏହି ସମୟରେ ଦୂରଦର୍ଶନ ନିକଟରେ ଥିବା ଏହି କିଶୋର ମଟନ ଦୋକାନକୁ ବିଏମସି ର ଖାଦ୍ଯ ସୁରକ୍ଷା ଯାଞ୍ଚ ଦଳ ଯାଇଥିଲେ । ଆଉ ଯାଞ୍ଚ ବେଳେ ଯାହା ଦେଖିଲେ ତାଙ୍କର ହୋସ୍ ଉଡି ଯାଇଥିଲା । କିଭଳି ଭାବେ ମଟନ ରନ୍ଧା ଯାଉଥିଲା ଓ ଲୋକଙ୍କ ବିଶ୍ବାସରେ ବିଷ ଦିଆ ଯାଉଥିଲା ସେସବୁ ସାମ୍ନାକୁ ଆସିଲା ।

ମଟନର ରଙ୍ଗକୁ ଯାଞ୍ଚ କରିବା ପାଇଁ ଏଠାରେ ବ୍ୟବହୃତ ହେଉଥିଲା ପୁଳା ପୁଳା ରଙ୍ଗ । ଆଉ ଖର୍ଚ୍ଚ କମ୍ କରିବା ପାଇଁ ଏକ୍ସପାରି ସସ୍ କୁ ବ୍ୟବହାର କରା ଯାଉଥିଲା । ଆଉ ଏସବୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଦର୍ଶାଇ ବିଏମସି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ସବୁଠୁ ବଡ କଥା ହେଉଛି କିଶୋର ହୋଟେଲ ପକ୍ଷରୁ ଏଭଳି ବାସୀ ଖାଦ୍ଯ ଦିଆ ଯାଉଥିବା କଥା ବିଏମସି ଜଣାଇବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବାର ଦେଖିବାକୁ ମିଳିଛି ।

ପୂର୍ବରୁ ମଧ୍ୟ ଅନେକ ଥର ଏହି ହୋଟେଲର ଖାଦ୍ଯ ମାନ ସମ୍ପର୍କରେ ଅଭିଯୋଗ ହୋଇଥିଲା । ହୋଟେଲରେ ଅସ୍ଵାସ୍ଥ୍ୟକର ଖାଦ୍ଯ ସାଙ୍ଗକୁ ଖାଦ୍ଯର ମାନକୁ ନେଇ ପୂର୍ବରୁ ଅନେକ ଲୋକ ଅଭିଯୋଗ ଆଣିଥିଲେ । ଆଉ ଏବେ କିଶୋର ମଟନକୁ ଜୋରିମାନା ସହ ବନ୍ଦ କରିଦେଇଛି ବିଏମସି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।