ଗୁରୁବାର ଦିନ କରନ୍ତୁ ଏହି 5 କାମ, ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ, ସୁନା ପରି ଚମକିବ ଭାଗ୍ୟ

ମନୁଷ୍ୟକୁ ଖୁସି ଓ ଶୁଖ ସ୍ୱଚ୍ଛନ୍ଦରେ ବଞ୍ଚିବାକୁ ହେଲେ ଧନ ନିହାତି ଆବଶ୍ୟକ ହୋଇଥାଏ । ଧନ ଅଭାବ ହେଲେ ମନୁଷ୍ୟ ତାର ସର୍ବ ନିମ୍ନ ଆବଶ୍ୟତାକୁ ପୂର୍ଣ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଧନ ଦ୍ୱାରା ମନୁଷ୍ୟ ସବୁ କିଛି କରିପାରିବ କିନ୍ତୁ ଧନ ପାଇବାକୁ ହେଲେ ତାର ସାମର୍ଥ୍ୟ ଅନୁସାରେ ପରିଶ୍ରମ କରିବାକୁ ହୋଇଥାଏ । କିନ୍ତୁ କିଛି ଲୋକ ବହୁତ ପରିଶ୍ରମ କରି ମଧ୍ୟ ଧନ ଉପାର୍ଜନ କରି ପାରନ୍ତି ନାହିଁ । ଏଥିପାଇଁ ମନୁଷ୍ୟ ସବୁ ସୁଖ ସୁବିଧା ପାଇବାରେ ସମସ୍ୟା ସୃଷ୍ଟି ହୋଇଥାଏ ।

ଏହି ଆର୍ଥିକ ଅବସ୍ଥା ଖରାପ ଯୋଗୁଁ ଘରେ କଲି ଝଗଡା ସୃଷ୍ଟି ହୋଇ ତାର ଜୀବନ ବଞ୍ଚବାରେ ଦୁର୍ବିସହ ହୋଇଯାଏ । ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୁରୁ ବାର ଦିନ କରନ୍ତୁ ଏହି ୫ ଟି ଉପାୟ । ଏବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।

୧ – ପ୍ରଥମ ଉପାୟ

ଗୁରୁବାର ଦିନଟି ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ସମର୍ପିତ ହୋଇଥାଏ । ଆପଣ ଯଦି ଧନ ଧାନ୍ୟରେ ସମୃଦ୍ଧ  ହେବା ପାଇଁ ଚାହୁଁଛନ୍ତି ତେବେ ଗୁରୁବାର ଦିନ ଯେତେବେଳେ ଆପଣ ସ୍ନାନ କରିବାକୁ  ଯିବେ ତେବେ  ସେହି ପାଣିରେ  କିଛି ହଳଦୀ ମିଶାଇ ଦିଅନ୍ତୁ । ଏହି ହଳଦୀ ମିଶା ପାଣିରେ ଆପଣ ସ୍ନାନ କରନ୍ତୁ ।

୨ – ଦ୍ଵିତୀୟ ଉପାୟ

ଗୁରୁବାର ଦିନ ସ୍ନାନାଦି କାର୍ଯ୍ୟ ସାରି କଦଳୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ । ଏହା ସହ କଦଳୀ ଗଛକୁ ଭକ୍ତି ସହ ପୂଜା କରନ୍ତୁ । ଏହା ଦ୍ୱାରା ଆପଣ ଆର୍ଥିକ ସମସ୍ୟାରୁ ଉଧାର ପାଇବେ ଓ ଜୀବନରେ ବହୁତ ଖୁସି ହାସଲ କରିବେ ।

୩ – ତୃତୀୟ ଉପାୟ

ଗୁରୁବାର ଦିନ ନିଷ୍ଠାର ସହ ବ୍ରତ କରନ୍ତୁ  । ଏହି ବ୍ରତକୁ ଶୁଦ୍ଧ ମନ ଓ ଶୁଦ୍ଧ ବସ୍ତ୍ର ପିନ୍ଧି ପାଳନ କରନ୍ତୁ । ଏହା ଦ୍ୱାରା ଘର ଧନ ଧାନ୍ୟ ରେ ପୂର୍ଣ ହୋଇଯିବ । ଏହାଦ୍ୱାରା ଜୀବନ ରେ ବହୁତ ଖୁସିରେ ଜୀବନ ବିତିବ ।

୪ – ଚତୁର୍ଥ ଉପାୟ

ଗୁରୁବାର ଦିନ ତୁଳସୀ ଗଛ ମୂଳରେ କଞ୍ଚା ଖୀର ପ୍ରଦାନ କରନ୍ତୁ । ଏବଂ ଏହାସହ ଭାକ୍ତି ଭାବ ସହ ପୂଜା କରନ୍ତୁ । ଏହା ଦ୍ୱାରା ଆପଣ ସୌଭାଗ୍ୟ ହୋଇଥାନ୍ତି  । ଏହା ଦ୍ୱାରା ଆପଣଙ୍କ ଖର୍ଚ କମିଥାଏ । ଯାହାଫଳରେ କି ଆପଣ ଧନ ସାହାଯ୍ୟ କରିବାରେ ସଫଳତା ହାସଲ କରିବେ । ଯାହା ଦ୍ୱାରାକି ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ ।

୫ – ପଞ୍ଚମ ଉପାୟ

ପ୍ରତ୍ୟେକ ଗୁରୁବାର ଦିନ ଭଗବାନ ଶିବଙ୍କୁ କନିଅର ଫୁଲ ଅର୍ପଣ କରନ୍ତୁ ଯାହାଫଳରେ ଆପଣଙ୍କ ଗୁରୁ ମଜବୁତ ହେବେ । ଏହାଦ୍ୱାରା ଆପଣଙ୍କୁ ଧନର କୌଣସି ଅଭାବ ରୁହେନାହିଁ । ଏଥି ପାଇଁ ଆପଣ ଜୀବନରେ ବହୁତ ଖୁସି ଅନୁଭବ କରିବେ ଓ ପରିବାରରେ ଶାନ୍ତି ଓ ସନ୍ତୁଳନ ରହିବ ।