କିପରି ନିଜର ଓଜନ ହ୍ରାସ କରିବେ ? ଜାଣନ୍ତୁ ଜ୍ଯୋତିଷ ଅନୁସାରେ ଏହାର ପ୍ରତିକାର ଜ୍ୟୋତିର୍ବିଦ Pragyan Tripathy ଙ୍କ ଠାରୁ

ମୋଟାପଣ ଆଜିକାଲିର ଏକ ବଡ ସମସ୍ଯା । କିଛି ବ୍ୟକ୍ତି ଯେତେ ଖାଇଲେ ମଧ୍ୟ ମୋଟା ହୋଇ ନଥାନ୍ତି, କିନ୍ତୁ ଆଉ କିଛି ଲୋକ ଅଳ୍ପ ଖାଇଲେ ବି ମୋଟା ହୋଇଯାନ୍ତି । ତେବେ କେଉଁ ଗ୍ରହ ମୋଟାପା ଦେଇଥାନ୍ତି ଏବଂ ଜ୍ଯୋତିଷ ଅନୁସାରେ ଏହାର ପ୍ରତିକାର କିପରି କରିବେ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ । ଯେଉଁମାନେ ଜଳ ତତ୍ତ୍ଵର ରାଶି ଥାନ୍ତି ବା ଜଳ ତତ୍ତ୍ଵରେ ବୃହସ୍ପତି ଥିଲେ ଏବଂ ଲଗ୍ନ ଜଳ ତତ୍ତ୍ଵ ଥିଲେ ଶରୀରରେ ମେଦ ବୃଦ୍ଧି କରାଇଥାଏ ।

ଯଦି ଲଗାଣ କର୍କଟ କିମ୍ବା ବିଛା ହୋଇଥିବେ ଏବଂ ଲଗ୍ନାଧିପତି ଯଦି କେଉଁ ସ୍ଥାନରେ ପୀଡିତ ଅବସ୍ଥାରେ ଥିବେ ସେହି ରାଶିର ବ୍ୟକ୍ତିଙ୍କ ଶରୀରରେ ମେଦ ବୃଦ୍ଧି ହୋଇଥାଏ । ବୃହସ୍ପତି ଗ୍ରହଙ୍କ ପାଇଁ ଶରୀରରେ ଚର୍ବି ଏବଂ ମୋଟାପଣ ବୃଦ୍ଧି ପାଇଥାଏ । ଚର୍ବି ହେଉଛି ନେଗେଟିଭ ବୃହସ୍ପତି । ବୃହସ୍ପତି ଯଦି ଲଗ୍ନାଧିପତି ହୋଇ ରହିଛନ୍ତି ଏବଂ ଶରୀରରେ ଜଳ ଅଂଶ ବହୁତ ଅଧିକ ରହୁଛି ତେବେ ଜଳ ତତ୍ତ୍ଵର ବ୍ୟକ୍ତିମାନେ ବିଶେଷ ଭାବେ ଅଧିକ ମୋଟା ହୋଇଯାନ୍ତି ।

ଯେମିତିକି ସିଂହ ଲଗ୍ନ । ଏହା ହେଉଛି କାଳପୁରୁଷର ପଞ୍ଚମ ଲଗ୍ନ ଏବଂ ପଞ୍ଚମ ସ୍ଥାନ ପେଟକୁ ଦର୍ଶାଏ । ସିଂହ ଏକ ଅଗ୍ନି ତତ୍ତ୍ଵ ଅଟେ ଅର୍ଥାତ ପେଟକୁ ଯାହା ଯିବ ତାହା ଭସ୍ମ କରିଦେବ । ତେବେ ଆମେ ଏଠାରେ ସିଂହ ରାଶି କଥା କହୁନାହିଁ ବରଂ ସିଂହ ଲଗ୍ନ କଥା କହୁଛୁ ।

ଯଦି ବୃହସ୍ପତି ଲଗ୍ନାଧିପତି ହୋଇଥିବେ ଏବଂ ଦ୍ଵିତୀୟ ଘରେ ରହିଥିବେ ତେବେ ଖାଦ୍ଯ ଖାଇବାକୁ ବହୁତ ଇଚ୍ଛା ହେବ । ଯାହାଦ୍ୱାରା ଶରୀରକୁ ଅଧିକ ଖାଦ୍ଯ ଗଲେ ମଧ୍ୟ ମୋଟାପା ବଢିଥାଏ । ତେବେ ଏହାର ପ୍ରତିକାର ପାଇଁ ଆମେ ଉପାୟ ବିଷୟରେ ଜାଣିବା । ଏହି ଉପାୟ ବିଶ୍ବାସର ସହ କରନ୍ତୁ ଦେଖିବେ ନିଶ୍ଚିତ ଭାବେ ଲାଭଦାୟକ ହେବ ।

ଓଜନ ହ୍ରାସ କରିବା ଉପାୟଟି ହେଉଛି ଆପଣ ନିଜ ଶରୀରର ବାମ ଭାଗରେ ଏକ ସଂଖ୍ୟା ଲେଖିବେ । ଏହାକୁ ଆପଣ ନାଲି କଲମରେ ଲେଖିବେ, କଳା କଲମରେ କେବେବି ଲେଖିବେ ନାହିଁ । ହାତ ପାପୁଲିଠୁ ନେଇ ବାହୁ ପର୍ଯ୍ୟନ୍ତ ଆପଣ ଯେକୌଣସି ସ୍ଥାନରେ ଏହି ସଂଖ୍ଯାକୁ ଲେଖିପାରିବେ ।

ଆପଣ ସ୍ନାନ କରିବା ପରେ ନାଲି କଲମରେ ଏହି ସଂଖ୍ୟାକୁ ନିଜ ଶରୀରରେ ଲେଖିବେ । ତେବେ ସଂଖ୍ୟାଟି ହେଉଛି ୫୩୪ ଟିକେ ସ୍ପେସ ଦେବେ ତା’ପରେ ଲେଖିବେ ୧୬୮ । ଆପଣ ବ୍ୟାୟାମ କରିପାରୁ ନଥିଲେ କି ଖାଦ୍ଯ କମ୍ କରିପାରୁ ନଥିଲେ ମଧ୍ୟ ଏହି ସଂଖ୍ୟାକୁ ଶରୀରରେ ଲେଖିବା ଦ୍ଵାରା ଆପଣଙ୍କ ଓଜନ ନିହାତି ଭାବେ ହ୍ରାସ ହେବ । ଏହି ସଂଖ୍ୟା ନେବା ପଛରେ ଗ୍ରହଙ୍କ ପ୍ରଭାବ ଓ କାରଣ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।