ଶିଶୁକୁ ତରଳ ଝାଡା (Diarrhoea) ହେଲେ କଣ କରିବେ ? ଦେଖନ୍ତୁ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ Dr Ranjit Kumar Joshi ଙ୍କ ଖାସ ଟିପ୍ସ

ଗୋଟିଏ ଦିନରେ ଦୁଇରୁ ତିନି ଥର କିମ୍ବା ତା’ ଠାରୁ ଅଧିକ ଥର ପତଳା ଝାଡା ହେଲେ ଗୋଟିଏ ଶିଶୁ ଡାଇରିଆର ଶିକାର ହୋଇଥାଏ । ଡାଇରିଆ ହେଲେ ଶିଶୁଙ୍କ ଶରୀରୁ ଜଳୀୟ ଅଂଶ କମିଯାଏ, ଫଳରେ ଧୀରେ ଧୀରେ ଶିଶୁର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାକୁ ଲାଗେ । ତେବେ ଶିଶୁକୁ ଯଦି ଏପରି ଅଧିକ ଥର ପତଳା ହେଉଛି ତେବେ କଣ କରିବେ ? ଶିଶୁର ଏହି ସମୟରେ କିଭଳି ଯତ୍ନ ନେବେ ? ଆସନ୍ତୁ ଜାଣିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କ ଠାରୁ ।

୩ରୁ ୬ ବର୍ଷ ବୟସ ମଧ୍ୟରେ ଶିଶୁଙ୍କୁ ବର୍ଷକୁ ତିନିରୁ ଚାରିଥର ପତଳା ଝାଡା ହୋଇଥାଏ । ଯାହାକୁ ଭାଇରାଲ ଡାଇରିଆ ବୋଲି କୁହାଯାଏ । ସେଥିପାଇଁ ରୋଟା ଭାଇରସ ନାମ ଏକ ଭ୍ୟାକସିନ ଶିଶୁଙ୍କୁ ଦିଆଯାଏ । ଏହିପରି ଆହୁରି କେତେ ଭ୍ୟାକସିନ ତିଆରି ହୋଇନି ଯେଉଁମାନେ ଡାଇରିଆ କରାନ୍ତି । ରୋଟା ଭାଇରସ ବହୁତ ସିଭିୟର ଡାଇରିଆ କରାଏ, ଯାହାଫଳରେ ହସ୍ପିଟାଲରେ ପିଲାଙ୍କୁ ଆଡମିଟ ମଧ୍ୟ କରିବାକୁ ପଡିଥାଏ ।

ତେବେ ପିଲାଙ୍କୁ ଏଭଳି ପତଳା ଝାଡା ହେଲେ ପିଲାକୁ ORS (Oral Rehydration Salt) ପିଲାକୁ ଯଥେଷ୍ଟ ପରିମାଣରେ ପିଆନ୍ତୁ । ପିଲା ଶରୀରରୁ ଜଳୀୟ ଅଂଶ ବାହାରି ଯାଉଛି, ଏହି ORS ତା’ର ସ୍ଥାନ ପୂରଣ କରିବ । ଭାଇରାଲ ଡାଇରିଆ ଗୁଡିକ ନିଜେ ନିଜେ ଠିକ ହୋଇଥାଏ ।

ତେବେ ଏହି ସମୟରେ ଖାଦ୍ୟରେ କୌଣସି ପରିବର୍ତ୍ତନ କରିବେ ନାହିଁ । ଯେମିତିକି ଶିଶୁ ଯଦି ମା’କ୍ଷୀର ଖାଉଛି ତେବେ ତାକୁ ତାକୁ କେବଳ ମା କ୍ଷୀର ଦିଅନ୍ତୁ । ଆଉ ଯଦି ବାହାର ଜିନିଷ ଖାଇଲାଣି ତେବେ ସେହି ସମାନ ଖାଦ୍ୟ ଖୁଆନ୍ତୁ, ମା କ୍ଷୀର ମଧ୍ୟ ଦିଅନ୍ତୁ ଏବଂ ଏହାସହ ଯଥେଷ୍ଟ ପରିମାଣରେ ORS ମଧ୍ୟ ଶିଶୁକୁ ଦିଅନ୍ତୁ । ଯଦି ପିଲାର ଝାଡାରେ ରକ୍ତ ପଡୁଛି ତେବେ ଏହା ବ୍ୟାକ୍ଟେରିଆଲ ଡାଇରିଆ ।

ଏହି ଡାଇରିଆ ପାଇଁ ପିଲାକୁ ଆଣ୍ଟି ବାୟୋଟିକ ଦେବାକୁ ହୋଇଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ନେଇ ପିଲାକୁ ତାହା ଦିଅନ୍ତୁ । କାରଣ ଭିନ୍ନ ଭିନ୍ନ ଡାଇରିଆରେ ଭିନ୍ନ ଭିନ୍ନ ଆଣ୍ଟି ବାୟୋଟିକ ଦିଆଯାଏ । ସବୁ ଆଣ୍ଟି ବାୟୋଟିକ ସମାନ ନଥାଏ । ଯଦି ଆପଣଙ୍କ ପିଲା ORS ପିଉନି ତେବେ ତାକୁ ଖାଲି ପାଣି ପ୍ରଚୁର ଭାବେ ପିଇବାକୁ ଦିଅନ୍ତୁ ।

ନଚେତ ଘର ତିଆରି ORS ମଧ୍ୟ ଦେଇପାରିବେ । ପାଣିରେ ଲେମ୍ବୁ, ଚିନି ଏବଂ ଲୁଣ ପକାଇ ପିଲାକୁ ପିଆନ୍ତୁ । ଯଦି ପିଲା ବାହାର ଜିନିଷ ଖାଇନି କେବଳ ମା କ୍ଷୀର ଖାଉଛି ତେବେ ମା ପ୍ରଚୁର ଭାବେ ପାଣି ପିଅନ୍ତୁ ଓ ପିଲାକୁ ଯଥେଷ୍ଟ କ୍ଷୀର ଖାଇବାକୁ ଦିଅନ୍ତୁ । ଏହି ଶିଶୁକୁ ଓଆରଏସ ବି ଦେବା ଆବଶ୍ୟକ ନାହିଁ ।

ଯଦି ଶିଶୁ ପରିସ୍ରା କରିବା କମେଇ ଦେଉଛି କିମ୍ବା ନିସ୍ତେଜ ହୋଇ ରହୁଛି ଜମା ବି ଉଠୁନି ଏବଂ ଖାଇବା ପାଇଁ ଆଗଭର ହେଉନି ତେବେ ଜାଣିବେ ଯେ ତାକୁ ଡିହାଇଡ୍ରେସନ ହୋଇଛି । ଏହି ସମୟରେ ଶିଶୁକୁ ତୁରନ୍ତ ହସ୍ପିଟାଲରେ ଆରମ୍ଭ କରନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।