ନାଗରାଜ, ଅହିରାଜ ବା କିଂ କୋବ୍ରା ଦୁନିଆର ସବୁଠୁ ଲମ୍ବା ବି-ଷ-ଧ-ର ସାପ ଅଟେ । ନାଗ ପ୍ରଜାତିର ଏହି ସାପ ତା ପାଟିରୁ ବି-ଷ ଉଦଗାର ଅକ୍ରିୟ ମଧ୍ୟ ଆ-କ୍ର-ମ-ଣ କରିପାରେ । ଏହି ବି-ଷ ଏତେ ଭୟଙ୍କର ଯେ ମନୁଷ୍ୟ ଦେହରେ ପଡିଲେ ସ୍ନାଯୁକୁ ଅଚଳ କରି ଦେଇପାରେ । ଏହି ଅହିରାଜ ସାପ ପ୍ରାୟତଃ ଅନ୍ୟ ସାପଙ୍କୁ ହିଁ ନିଜ ଶି-କା-ର ବନେଇ ଭୋଜନ କରେ । ଦିନ ସମୟରେ ହିଁ ଏହି ସାପ ଅଧିକ ସକ୍ରିୟ ରୁହନ୍ତି । ଅହିରାଜ ହିଁ ଏକମାତ୍ର ପ୍ରଜାତିର ସାପ ଯିଏ ନିଜ ରହିବା ପାଇଁ ବସା ତିଆରି କରେ ଓ ନିଜେ ଅଣ୍ଡାକୁ ସୁରକ୍ଷା ପ୍ରଦାନ କରନ୍ତି ।
ଏହି ଅହିରାଜ ସାପର ଜୀବନକାଳ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । ଏମାନେ ପାହାଡ ଓ ଗଛ ଚଢିବା ସହ ପାଣିରେ ଭଲ ପହଁରି ପାରନ୍ତି ମଧ୍ୟ । ଏହି ସାପର ବି-ଷ ଏତେ ଭୟଙ୍କର ଯେ ହାତୀର ଜୀବନ ମଧ୍ୟ ଚାଲିଯାଇ ପାରେ । ଅହିରାଜ ସାପ ମାସ ମାସ ଧରି ଭୋଜନ ନ କରି ମଧ୍ୟ ରହିପାରେ । ଅହିରାଜ ସାପ କା-ମୁ-ଡି-ଲେ ଯଦି ତୁରନ୍ତ ଚିକିତ୍ସା ନ କରାଯାଏ ତେବେ ମାତ୍ର ୩୦ମିନିଟ ମଧ୍ୟରେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇ ପାରେ ।
ଏହି ଅହିରାଜ ବା କିଙ୍ଗ କୋବ୍ରା ସାପକୁ ବାଲେଶ୍ଵର ସୋର ର ଓଉପଦ ଗ୍ରାମରୁ ଜଣେ ଚାଷୀଙ୍କ ଘରୁ ଉଦ୍ଧାର କରାଯାଇ ଥିଲା । ପାହାଡିଆ ଅଞ୍ଚଳ ହୋଇଥିବାରୁ ସେହି ଇଲାକା ବନ୍ୟ ଜୀବଜନ୍ତୁଙ୍କ ବାସସ୍ଥଳୀ ଅଟେ । ଚାଷୀଙ୍କ ଘରେ ପଡି ରହିଥିବା କିଛି କାଠ ଗଦା ଭିତରେ ଆସି ପଶି ରହିଥିଲା ଅହିରାଜ ସାପ । ଗ୍ରାମବାସୀ ଏହା ଜାଣିବା ପରେ ସ୍ଥାନୀୟ ସାପଧରାଳିଙ୍କୁ ଖବର ଦେଇଥିଲେ । ଏତେ ଲମ୍ବା ଅହିରାଜ ସାପକୁ ଦେଖିବା ପାଇଁ ସେଠାରେ ସ୍ଥାନୀୟ ଲୋକେ ଖୁବ ଭିଡ ଜମାଇ ଥିଲେ ।
ବନ୍ୟ କର୍ମଚାରୀଙ୍କ ଉପସ୍ଥିତରେ ସାପଧରାଳି ଅତ୍ୟନ୍ତ କୌଶଳପୂର୍ଣ୍ଣ ଭାବେ ସାପକୁ ଧରି ବାହାରକୁ ଆଣିଥିଲେ ଓ ସଫଳତାର ସହ ଏକ ମୁଣା ଭିତରେ ପୁରାଇ ଜଙ୍ଗଲ ସ୍ଥାନରେ ଛାଡିବାକୁ ନେଇ ଯାଇଥିଲେ । ଆମ ଦେଶ ଭାରତରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ କୋବ୍ରା ସାପକୁ ମାରିବା ବେଆଇନ ଅଟେ । ଏପରି କରିବା ଦ୍ଵାରା ୬ ବର୍ଷର ଜେ-ଲ ଦ-ଣ୍ଡ ଓ ଜୋ-ରି-ମା-ନା ଭୋଗିବାକୁ ପ-ଡି-ପା-ରେ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।