Airtel ଲଞ୍ଚ କଲା ତିନୋଟି ନୂଆ ଜବରଦସ୍ତ ପ୍ରିପେଡ ପ୍ଳାନ, ଜାଣନ୍ତୁ ଏଥିରେ କଣ କଣ ରହିଛି ଫ୍ରି ?

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସମୟ ସମୟରେ ମୋବାଇଲ କମ୍ପାନୀ ମାନେ ନୂଆ ନୂଆ ପ୍ଳାନ ବଜାରକୁ ଛାଡନ୍ତି । ଏୟାରଟେଲ ଭାରତରେ ନିଜର ନୂଆ ପ୍ରିପେଡ ପ୍ଳାନ ଲଞ୍ଚ କରିଛି । ଏଥିରେ ଗ୍ରାହକଙ୍କୁ ହାଇ ସ୍ପିଡ ଡାଟା, ଅନଲିମିଟେଡ କଲିଙ୍ଗ ଓ SMS ସହ ଡିଜନୀ ପ୍ଲସ ହଟ୍ ଷ୍ଟାରର ଫ୍ରି ସବସ୍କ୍ରିପସନ ମଧ୍ୟ ମିଳିବ । ସର୍ବ ପ୍ରଥମେ ୨୭୯୮/- ଟଙ୍କାର ପ୍ଳାନରେ ଗ୍ରାହକଙ୍କୁ ୩୬୫ ଦିନର ବୈଧତା ମିଳିବ । ଅର୍ଥାତ ଏହି ପ୍ଳାନ ପାଇଁ ଗ୍ରାହକଙ୍କୁ ମାସ ପିଛା ମାତ୍ର ୨୩୪ ଟଙ୍କା ପଡିବ ।

ଏଥିରେ ଗ୍ରାହକଙ୍କୁ ଅସୀମିତ କଲିଙ୍ଗ, ଦୈନିକ ୧୦୦ SMS ଓ ଦୈନିକ ୨ଜିବି ଡାଟା ଉପଲବ୍ଧ ହେବ । ଏହାସହ ପୁରା ଏକ ବର୍ଷ ପାଇଁ ଡିଜନୀ+ ହଟ୍ ଷ୍ଟାର ଓ ଆମାଜନ ପ୍ରାଇମ ଭିଡିଓର ମଧ୍ୟ ଫ୍ରି ସବସ୍କ୍ରିପସନ ମିଳିବ । ଡିଜନୀ+ ହଟ୍ ଷ୍ଟାରର ବାର୍ଷିକ ସବସ୍କ୍ରିପସନ ମୂଲ୍ୟ ୪୯୯/- ଅଟେ । ଏହାସହ ଏହି ପ୍ଳାନରେ ଗ୍ରାହକଙ୍କୁ ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମ, ଫ୍ରି ହେଲୋ ଟ୍ଯୁନ୍ସ, ତିନି ମାସ ପାଇଁ ଫ୍ରି ୱିଙ୍କ ମ୍ୟୁଜିକ ଓ ଫାଷ୍ଟଟ୍ୟାଗରେ ୧୦୦/- କ୍ୟାଶ ବ୍ୟାକ ମଧ୍ୟ ମିଳିବ ।

୪୯୯/- ରିଚାର୍ଜ ପ୍ଳାନରେ ମଧ୍ୟ ଏହି ସମସ୍ତ ବେନିଫିଟ ଉପଲବ୍ଧ ଅଟେ । କିନ୍ତୁ ଏଥିରେ ଗ୍ରାହକଙ୍କୁ ଦୈନିକ ୩ଜିବି ଡାଟା ମିଳିବ ଓ ଏହାର ବୈଧତା ମାତ୍ର ୨୮ ଦିନ ଅଟେ । ସେହିପରି ୬୯୯/- ପ୍ଳାନରେ ଗ୍ରାହକଙ୍କୁ ସମାନ ସୁବିଧା ଉପଲବ୍ଧ ହେବା ସହ ଦୈନିକ ୨ଜିବି ଡାଟା ୫୬ ଦିନର ବୈଧତା ସହ ମିଳିବ । ଏହାଛଡା ଏୟାରଟେଲ ଏହା ମଧ୍ୟ କହିଛି କି ଏହାର ସବୁ ପୋଷ୍ଟପେଡ ପ୍ଳାନ ଫ୍ରି ଡିଜନୀ+ ହଟ୍ ଷ୍ଟାର ସବସ୍କ୍ରିପସନ ସହ ଉପଲବ୍ଧ ହେବ । ୪୯୯/- ଓ ଏହାଠୁ ଉପରକୁ ଥିବା ପୋଷ୍ଟପେଡ ପ୍ଳାନରେ ଏହି ସୁବିଧା ମିଳିବ ।

କମ୍ପାନୀ  ଆହୁରି ମଧ୍ୟ କହିଛି କି ୯୯୯/- ଓ ଏହାଠୁ ଉପରକୁ ଏକ୍ସଟ୍ରିମ ଫାଇବର ପ୍ଳାନ ସହ ମଧ୍ୟ ଗୋଟିଏ ବର୍ଷ ପାଇଁ ୮୯୯/- ର ଫ୍ରି ଡିଜନୀ+ ହଟ୍ ଷ୍ଟାର ସୁପର ସବସ୍କ୍ରିପସନ ଉପଲବ୍ଧ ହେବ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।