ଜାଣନ୍ତୁ କିଏ ଏହି IPS ଅଫିସର, ଯିଏ କି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ବି ଆରେଷ୍ଟ କରିବାକୁ ଡରି ନ ଥିଲେ…!!

IPS ଡି. ରୂପା, ତାଙ୍କ ନାମ ଯେମିତି କାମ ମଧ୍ୟ ସେମିତି । ଡି. ରୂପାଙ୍କ ନାମ ଶୁଣିଲେ ବଡ ବଡ ଅପରାଧୀ ମଧ୍ୟ ଭୟରେ ଥରି ଉଠନ୍ତି । ପୂର୍ବରୁ ଆପଣ ଅନେକ IPS ଅଫିସର ଙ୍କ କଥା ଶୁଣିଥିବେ । କିନ୍ତୁ ଡି. ରୂପା ସମସ୍ତଙ୍କ ଠାରୁ ଟିକେ ଭିନ୍ନ ଅଟନ୍ତି । ଅପରାଧୀଙ୍କ କଥା ତ ଦୂର ସେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଛାଡି ନ ଥିଲେ ।

କର୍ଣ୍ଣାଟକ କ୍ୟାଡର ୨୦୦୦ ବ୍ୟାଚର ଜଣେ IPS ଅଧିକାରୀ ଏବଂ ଅତିରକ୍ତ ଜେନେରାଲ ଏକ୍ସ ଅଫିସର । ଏହା ସହ ସିଭିଲ ଡ଼ିଫେନ୍ସରେ ଆଡିସନାଲ କମାଣ୍ଡର ପଦରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଟ୍ରାଫିକ ଓ ରୋଡ ସେଫ୍ଟି ଡିପାର୍ଟମେଣ୍ଟରେ କମିଶନର ଓ କର୍ଣ୍ଣାଟକ ଜେଲରେ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି ।

ଡି. ରୂପା ଆମ ଦେଶର ପ୍ରଥମ IPS ଅଧିକାରୀ ଥିଲେ ଯାହାଙ୍କୁ ୨୦୧୩ ମସିହାରେ ସାଇବର କ୍ରାଇମ ମାମଲାରେ ତଦନ୍ତ ଦାୟିତ୍ଵ ଦିଆ ଯାଇଥିଲା । ଆଉ ସେତେବେଳେ ସାଇବର କ୍ରାଇମକୁ ରୋକିବାରେ ପୋଲିସକୁ ବଡ ସଫଳତା ମଧ୍ୟ ମିଳିଥିଲା । କିନ୍ତୁ ଡି. ରୂପା ସେତେବେଳ ଅଧିକ ଫେମସ ହୋଇଥିଲେ ଯେତେବେଳେ ସେ ୨୦୦୪ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଉମାଭାରତୀଙ୍କୁ ଗିରଫ କରିବାକୁ ଆଗେଇ ଆସିଥିଲେ ।

୨୦୦୪ ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଉମାଭାରତୀଙ୍କ ବିରୋଧରେ ଦଶ ବର୍ଷ ପୁରୁଣା ମାମଲାରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇ ଥିଲା । ଘଟଣାଟି ହେଉଛି ୧୫ ଅଗଷ୍ଟ ୧୯୯୪ ରେ ଉମାଭାରତୀ କର୍ଣ୍ଣାଟକ ହୁବଲିର ଏକ ଇଦଗାହରେ ତ୍ରିରଙ୍ଗା ଉଡାଇଥିଲେ, ଯାହାପରେ ସାଂପ୍ରତିକ ସଦଭାବନାକୁ ବିଚଳିତ କରିଥିବା ଅଭିଯୋଗ ହୋଇଥିଲା ।

ହୁବଲି କୋର୍ଟରୁ ଏହି ୱାରେଣ୍ଟ ଜାରି ହେବା ସମୟରେ ଡି. ରୂପା କର୍ଣ୍ଣାଟକ ଥରୁୱାରା ଜିଲ୍ଲାର SP ଥିଲେ ଏବଂ ୱାରେଣ୍ଟ ପାଇବା ମାତ୍ରେ ସେ ମୁଖ୍ୟମନ୍ତ୍ରୀ ଉମାଭାରତୀଙ୍କୁ ଗିରଫ କରିବା ପାଇଁ ମଧ୍ୟପ୍ରଦେଶ ଯାଇଥିଲେ ।  ତେବେ ଗିରଫ ହେବା ପୂର୍ବରୁ ଉମାଭାରତୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେହିପରି ୨୦୧୭ ରେ ମଧ୍ୟ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାରେ ଆସିଥିଲେ IPS ଡି. ରୂପା ।

ଯେତେବେଳେ ଜୟଲଳିତାଙ୍କ ପାର୍ଟି AIADMK ର ନେତା ଶଶୀକଳା ଜେଲରେ ଥିଲେ ସେତେବେଳେ ଡି. ରୂପା ଜେଲ ବିଭାଗରେ DIG ପଦରେ ଥିଲେ । ଯେଉଁ ଜେଲରେ ଶଶୀକଳା ଥିଲେ ସେହି ଜେଲକୁ ନିରୀକ୍ଷଣରେ ଯାଇଥିଲେ ଡି. ରୂପା । ଏହାପରେ ସେ ଏକ ରିପୋର୍ଟ ଜାରି କରିଥିଲେ, ଯେଉଁଥିରେ ଶଶୀକଳାଙ୍କୁ ଜେଲରେ VIP ସୁବିଧା ମିଳୁଥିବା ଅଭିଯୋଗ ଥିଲା ।  ଜେଲରେ ୫ ବଖରା ପରି ବଡ ରୁମ ସହ କିଚେନ ମଧ୍ୟ ଦିଆ ଯାଇଥିଲା ।

ଶଶୀକଳାଙ୍କୁ ଏହିପରି ସୁବିଧା ଯୋଗାଇ ଦେବାକୁ ଜେଲ କର୍ତ୍ତୁପକ୍ଷଙ୍କୁ ଦୁଇ କୋଟି ଟଙ୍କା ଦିଆ ଯାଇଥିବାର ଖୁଲାସା କରିଥିଲେ ଡି. ରୂପା । ତେବେ ଡି. ରୂପା କେବଳ ଜଣେ IPS ଅଫିସର ନୁହନ୍ତି । ଏହା ସହ ତାଙ୍କ ପାଖରେ ଅନ୍ୟ ପ୍ରତିଭାମାନ ମଧ୍ୟ ରହିଛି । ସେ ଜଣେ ଭାରତନାଟ୍ୟମ ଡାନ୍ସର ସହ ସଙ୍ଗୀତଜ୍ଞ ମଧ୍ୟ । ଡି. ରୂପା ଗୋଟିଏ କନ୍ନଡ ଫିଲ୍ମରେ ପ୍ଲେ ବ୍ୟାକ ସିଙ୍ଗର ଭାବେ ଗୀତ ମଧ୍ୟ ଗାଇଛନ୍ତି । ଏହା ସହ ଡି. ରୂପା ଜଣେ ସାର୍ପ ଶୁଟର ହୋଇଥିବା ବେଳେ ଶୁଟିଙ୍ଗରେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ।

ଆପଣଙ୍କୁ ଏହି ଲେଡି ସିଙ୍ଘମଙ୍କ ବିଷୟରେ ଜାଣି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।