କରନ୍ତୁ ଏହି ଉପାୟ, ପିଲାଙ୍କ ସ୍ମରଣ ଶକ୍ତି ଏତେ ବଢିଯିବ କି କମ୍ପ୍ୟୁଟର ବି ଫେଲ ହୋଇଯିବ ( Increase Memory Power)

ଛୋଟ ବେଳେ ପିଲାମାନେ ଖୁବ ଅଧିକ ଖେଳରେ ମନ ଦିଅନ୍ତି । ପାଠ ପଢିବାକୁ ବେଶୀ ଇଚ୍ଛା କରନ୍ତି ନାହିଁ । ଯାହାଫଳରେ ଆପଣ ସେମାନଙ୍କ ପାଠପଢାକୁ ନେଇ ଅତ୍ୟଧିକ ଚିନ୍ତିତ ହୋଇଯାନ୍ତି । କେତେକ ପିଲା କମ ସମୟ ପଢିଲେ ମଧ୍ୟ ତାଙ୍କ ସ୍ମରଣ ଶକ୍ତି ଖୁବ ଭଲ ଥାଏ ।

କିନ୍ତୁ ଅନେକ ପିଲାଙ୍କ ସ୍ମରଣ ଶକ୍ତି ଯୋଗୁଁ ସେମାନେ ପାଠପଢାରେ ଖୁବ ଦୁର୍ବଳ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଘରୋଇ ସାମଗ୍ରୀ ଉପଯୋଗ କରି କିପରି ପିଲାଙ୍କ ସ୍ମରଣ ଶକ୍ତିକୁ ବୃଦ୍ଧି କରି ପାରିବେ ସେହିପରି ଗୋଟିଏ ଉପାୟ ଆପଣଙ୍କୁ ଜଣାଇବୁ ଏହି ଉପଚାରଟି ସଂପୂର୍ଣ୍ଣ ଭାବେ ଘରୋଇ ସାମଗ୍ରୀକୁ ନେଇ ପ୍ରସ୍ତୁତ । ସେଥିପାଇଁ ଆପଣଙ୍କ ପିଲାଙ୍କ ଉପରେ ଏହା କୌଣସି କୁପ୍ରଭାବ ପକାଇବା ନାହିଁ । ଏହା ଆପଣଙ୍କ ପିଲାଙ୍କ ସ୍ମରଣ ଶକ୍ତିକୁ ଏତେ ବଢାଇ ଦେବା ଯେ ଆପଣ ଆଉ ତାଙ୍କ ପାଠପଢାକୁ ନେଇ ଚିନ୍ତା କରିବା ବନ୍ଦ କରିଦେବେ ।

ଏଥିପାଇଁ ପ୍ରଥମେ ଆପଣଙ୍କୁ ଦରକାର ହେବ ନଡିଆ । ନଡିଆ ଆପଣଙ୍କ ପିଲାର ସ୍ମରଣ ଶକ୍ତିକୁ ବୃଦ୍ଧି କରିବାରେ ଖୁବ ସହାୟକ ଅଟେ । ଏହା ସହ ନଡିଆ ଆପଣଙ୍କ ପିଲାର ପଢିବା ଇଚ୍ଛାକୁ ମଧ୍ୟ ବୃଦ୍ଧି କରିବ । ଆପଣ ୨୦ ଗ୍ରାମ ପାଖାପାଖି ନଡିଆ ନେଇ ତାହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାପରେ ଆପଣଙ୍କୁ ଦରକାର ପିସ୍ତା ବାଦାମ ବା ଆଲମଣ୍ଡ । ଆଲମଣ୍ଡ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ଖୁବ ସହାୟକ ବୋଲି ଆମେ ସମସ୍ତେ ଜାଣିଛୁ ।

ଏହା ପିଲାଙ୍କ ସ୍ମରଣ ଶକ୍ତି ବଢାଇବା ସହ ସେମାନଙ୍କ ବୁଝିବା ଶକ୍ତିକୁ ମଧ୍ୟ ବୃଦ୍ଧି କରିବ । ୪ ରୁ ୫ଟି ଆଲମଣ୍ଡ ନେଇ ତାକୁ ମଧ୍ୟ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାପରେ ଆପଣ ଏକ ଅଖରୋଟ ମଧ୍ୟ ନିଅନ୍ତୁ । ଏହା ଆପଣଙ୍କୁ ଯେକୌଣସି ଅନଲାଇନ ସାଇଟରେ ମିଳିଯିବ । ଗୋଟିଏ ଅଖରୋଟକୁ ମଧ୍ୟ ଭଲ ଭାବେ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାକୁ ଏକା ଗିନାରେ ଏକାଠି କରି ଢାଳି ଦିଅନ୍ତୁ ।

ଏହାପରେ ଆପଣ ଅଳ୍ପ ମିଶ୍ରିକୁ ଏକ ହେମଦସ୍ତାରେ ଛେଚି ଗୁଣ୍ଡ କରି ଦିଅନ୍ତୁ । ଏହି ମିଶ୍ରି ଗୁଣ୍ଡକୁ ଅଧା ଚାମଚ ବା ଏକ ଚାମୁଚ ଆବଶ୍ୟକ ଅନୁସାରେ ସେହି ଡ୍ରାଇ ଫୃଟ ମିଶ୍ରଣରେ ମିଶାଇ ଦିଅନ୍ତୁ । ଏହାକୁ ଆପଣ ପିଲାଙ୍କୁ ଚୋବାଇ ଚୋବାଇ ଖାଇବା ପାଇଁ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ସ୍ମରଣ ଶକ୍ତି ଏତେ କ୍ଷିପ୍ର ହୋଇଯିବ ଯେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ସହ ଆପଣ ପିଲାକୁ ଏକ ଗ୍ଳାସ ଉଷୁମ କ୍ଷୀର ମଧ୍ୟ ପିଇବାକୁ ଦିଅନ୍ତୁ ।

ଦେଖିବେ ପିଲା ଯାହା ପଢିବ ମନେ ରହିବ ଓ ଆଗ ଅପେକ୍ଷା ତା ସ୍ମରଣ ଶକ୍ତି ଖୁବ ପ୍ରଖର ହୋଇଯିବ । ଆପଣଙ୍କୁ ଆଉ ତାଙ୍କ ପାଠପଢାକୁ ନେଇ ଚିନ୍ତା ମଧ୍ୟ କରିବାକୁ ପଡିବ ନାହିଁ । କେବଳ ପିଲା ନୁହେଁ ବରଂ ସବୁ ବୟସର ଲୋକଙ୍କ ପାଇଁ ମଧ୍ୟ ଖୁବ ଲାଭଦାୟକ ଅଟେ । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ ଓ ଏହୁପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।