ନମସ୍କାର ବନ୍ଧୁଗଣ । ଓଡିଆ ଅଭିନେତା ମନୋଜ ମିଶ୍ର ଙ୍କୁ ନେଇ ଏବେ ମୁହଁ ଖୋଲିଛନ୍ତି ବିବାଦୀୟ ଅଭିନେତ୍ରୀ ତଥା ଯାତ୍ରୀ କୁଇନ ରାନୀ ପଣ୍ଡା । ରାନୀ ପଣ୍ଡା କହିଛନ୍ତି ତୁମେ ମନୋଜ ମିଶ୍ର ଙ୍କୁ କଣ ବ୍ୟାନ କରୁଛ ? ତୁମ କଥା ଲୋକେ ଜାଣିଲେ ଏ ଓଡିଆ ଇଣ୍ଡଷ୍ଟ୍ରି କୁ ସାଧାରଣ ଜନତା ମିଶି ବ୍ୟାନ କରି ଦେବେ । ବର୍ତ୍ତମାନ ସମୟରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଓ ସୋସିଆଲ ମିଡିଆରେ ମନୋଜ ମିଶ୍ର ଙ୍କୁ ନେଇ ବିବାଦ ଲାଗି ରହିଛି ।
ଆଉ ଶେଷରେ ସହି ନ ପାରି ରାନୀ ପଣ୍ଡା ସାମ୍ନା କୁ ଆସି କିଛି ଏଭଳି କହିଛନ୍ତି । ରାନୀ ପଣ୍ଡା କହିଛନ୍ତି ମୁଁ ବି ଜାଣିଛି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ କଣ ଘଟୁଛି । ମୁଁ ବି ସଂଘର୍ଷ କରି ଜାଣିଛି । ସମସ୍ତଙ୍କୁ ଗୋଟି ଗୋଟି କରି ଚିହ୍ନିଛି । ଆଉ ଏବେ କିଛି ଶସ୍ତା ପ୍ରଡ୍ୟୁସର, ଡାଇରେକ୍ଟର, ଅଭିନେତା ଏବେ ଓଲିଉଡ ରେ ରାଜ କରୁଛନ୍ତି । ଏହି ସମୟର ଫାଇଦା ଉଠାଉଛନ୍ତି ।
ଆଉ ଏମିତି କରି କରି ଦିନକୁ ଦିନ ଓଡିଆ ଇଣ୍ଡଷ୍ଟ୍ରି ବଦନାମ ହେବାକୁ ଲାଗିଲାଣି । ଆଉ ଏବେ ବି ସମୟ ଅଛି ସୁଧୁରି ଯାଅ । ଏ ସବୁ କରିଲେ ଓଡିଆ ଇଣ୍ଡଷ୍ଟ୍ରି ର ନାଁ ଉପରକୁ ଉଠୁ ନାହିଁ ବରଂ ଦିନକୁ ଦିନ ତଳକୁ ଖସି ଯାଉଛି । ଯେବେ ଠାରୁ ମନୋଜ ମିଶ୍ର ଙ୍କର ଫିଲ୍ମ “ମାଇଣ୍ଡ ଗେମ” ର ଟ୍ରେଲର ଆରମ୍ଭ ହେଲା ଓ ଫିଲ୍ମ ରିଲିଜ ହେବା ଯାଏଁ ଚାଲିଛି ଅନେକ ତର୍କ ବିତର୍କ ଓ ଚର୍ଚ୍ଚା ।
ଆଉ ସମସ୍ତେ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । କେବେ ଅନୁଭବ ମହାନ୍ତି ମନୋଜ ମିଶ୍ରଙ୍କୁ ଟାର୍ଗେଟ କରି କହୁଛନ୍ତି ତ କେବେ ମନୋଜ ମିଶ୍ରଙ୍କୁ ଟାର୍ଗେଟ କରୁଛନ୍ତି ଜିତୁ ମଙ୍ଗରାଜ । ଏମିତିକି ମନୋଜ ମିଶ୍ର ମଧ୍ୟ ଅନୁଭବଙ୍କୁ ଜବାବ ଦେଇଛନ୍ତି । ଏ ସବୁ ମଧ୍ୟରେ ସୋସିଆଲ ମିଡିଆରେ ଗୋଟି ଗୋଟି କରି ଭିଡିଓ ପୋଷ୍ଟ କରି ନିଜର ପ୍ରତିକ୍ରିୟା ରଖୁଛନ୍ତି ।
ଆଉ ଏ ସବୁ ଦେଖିବା ପରେ ରାନୀ ପଣ୍ଡା ଦେଖୁଛନ୍ତୁ ଆଉ କହିଛନ୍ତି ମୁଁ ଆଉ ସୋସିଆଲ ମିଡିଆ କୁ ଯିବାକୁ ପସନ୍ଦ କରୁ ନାହିଁ । ଯାହା ସବୁ ଚାଲିଛି ତାହା ଦେଖିଲେ ବିରକ୍ତ ଲାଗୁଛି । ଏମିତିକି ରାନୀ ପଣ୍ଡା କହିଛନ୍ତି ଶସ୍ତା ଡାଇରେକ୍ଟର, ପ୍ରଡ୍ୟୁସର ଓ କଳାକାର ଙ୍କ କାରଣରୁ ଓଡିଆ ଇଣ୍ଡଷ୍ଟ୍ରି ଦିନକୁ ଦିନ ତଳକୁ ତଳକୁ ଖସି ଯାଉଛି । ଆଉ ଅନୁରୋଧ କରିଛନ୍ତି ସମୟ ଥାଉ ଥାଉ ବୁଝି ଯାଅ ।
ଆଉ ଶେଷରେ ରାନୀ କହିଛନ୍ତି ଯାହା ତ ଫିଲ୍ମ କରୁଛନ୍ତି ଦର୍ଶକଙ୍କୁ ହାତ ଯୋଡି ଦେଖିବାକୁ ଡାକୁଛନ୍ତି ଫିଲ୍ମ ର ଦାମ ଥିଲେ ହାତ ଯୋଡିବାକୁ ପଡିବନି । ଫିଲ୍ମ ରେ ଦାମ ଥିଲେ ଦର୍ଶକ ମାନେ ଆପେ ଆପେ ଆସି ଦେଖିବେ । ବନ୍ଧୁଗଣ ଆପଣ ମାନେ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।