ବନ୍ଧୁଗଣ ଆଜି ହେଉଛି କୁମାର ପୂର୍ଣ୍ଣିମା ପର୍ବ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଆଶ୍ଵିନ ମାସ କୃଷ୍ଣ ପକ୍ଷ ରେ ଶରତ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଆଜି କୁମାର ପୂର୍ଣ୍ଣିମା ସହ ରହିଛି ଚନ୍ଦ୍ରଗ୍ରହଣ । କୁମାର ପୂର୍ଣ୍ଣିମା ରେ ଏକମାତ୍ର ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଆଜି ରାତି 1:04 ରୁ ଆରମ୍ଭ ହୋଇ ରାତି 2:24 ରେ ଗ୍ରହଣ ଶେଷ ହେବ । ଏହି ଗ୍ରହଣ 1 ଘଣ୍ଟା 19 ମିନିଟ 7 ସେକେଣ୍ଡ ଯାଏଁ ରହିବ ।
ଗ୍ରହଣର ସ୍ପର୍ଶ ର 9 ଘଣ୍ଟା ପୂର୍ବରୁ ଅର୍ଥାତ ପାକ ତ୍ୟାଗ ରହିଛି । ତେବେ ତା ପୂର୍ବରୁ ଜାଣନ୍ତୁ ଗ୍ରହଣ ସମୟରେ କେଉଁ କାରିବା ଉଚିତ ଓ ଅନୁଚିତ ଅଟେ । ଆଜି କୁମାର ପୂର୍ଣ୍ଣିମା ରେ ଚନ୍ଦ୍ରଗ୍ରହଣ ଲାଗୁ ଥିବାରୁ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ । ନଚେତ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହେବେ । ଆଜି କୁମାର ପୂର୍ଣ୍ଣିମା ରେ ବିଶେଷ ଭାବେ ମା ଲକ୍ଷ୍ମୀ ଙ୍କୁ ପୂଜା କରିବାର ବିଶେଷ ବିଧି ରହିଛି ।
ଆଜି କୁମାର ପୂର୍ଣ୍ଣିମା ରେ ମାଂସ ଓ ମଦ୍ୟପାନ ସେବନ କରିବା ଉଚିତ ନୁହେଁ । ଏହା ସହ ପିଆଜ ରସୁଣ ମଧ୍ୟ ଖାଇବା ଉଚିତ ନୁହେଁ । କାରଣ ମା ଲକ୍ଷ୍ମୀ ଙ୍କ କୃପା ପାଇବାରେ ବାଧା ସୃଷ୍ଟି ହୋଇଥାଏ । ଆଜିର ଦିନରେ କାହା ନିକଟରୁ ଉଧାର ନେବା ବା ଦେବା ଠିକ ନୁହେଁ । ଏପରି କାର୍ଯ୍ୟ ଗରିବୀ ର କାରଣ ହୋଇଥାଏ । ଆଜି ଚନ୍ଦ୍ର ଷୋହଳ କଳା ରେ ପୂର୍ଣ୍ଣ ହୋଇଥାନ୍ତି ।
ତେଣୁ ଏହି ଦିନ ଚନ୍ଦ୍ର ଦର୍ଶନ ଶୁଭ ହୋଇଥାଏ । ଏଥର ଚଳିତ ବର୍ଷ ଥର ଗ୍ରହଣ କାରଣରୁ ଏହା ବର୍ଜନୀୟ ଅଟେ । କୁମାର ପୂର୍ଣ୍ଣିମା ଦିନ କୌଣସି ସଧବା ନାରୀ ଙ୍କୁ ଘର ଦୁଆର ମୁହଁ ରୁ ଖାଲି ହାତରେ ଫେରାଇ ଦେବା ଉଚିତ ନୁହେଁ । ଆଜି ର ଦିନରେ ସଧବା ନାରୀ ଙ୍କୁ ଶଙ୍ଖା ସିନ୍ଦୁର ଦେବା ଶୁଭ ହୋଇଥାଏ । ତେବେ ଏହି ସବୁ କଥା ପ୍ରତି ଧ୍ୟାନ ଦେଲେ କିଛି ବି ସମସ୍ଯା ହୋଇ ନ ଥାଏ ।
ଆଜି ଗ୍ରହଣ ସମୟରେ ବିଶେଷ କରି ଗର୍ଭବତୀ ମହିଳା ମାନେ ସାବଧାନ ରହିବା ଉଚିତ । ଗର୍ଭବତୀ ମହିଳା ମନେ କୌଣସି ଜିନିଷ କଟା କାଟି ବା ସିଲେଇ କରିବା ଉଚିତ ନୁହେଁ । ଏହା ଦ୍ଵାରା ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପଡିଥାଏ । ଏହା ଛଡା ଗ୍ରହଣ ସମୟରେ କେହି ବି ବାହାରକୁ ବାହାରିବା ଉଚିତ ନୁହେଁ । ଗ୍ରହଣ ଲାଗିବା ସମୟରେ କିଛି ଖଦାୟ ଗ୍ରହଣ କରିବା ନିଷେଧ ଅଟେ । ଯଦି କିଛି ଖାଦ୍ୟ ରହି ଯାଇଥାଏ ତେବେ ସେଥିରେ ତୁଳସୀ ପତ୍ର ପକାଇ ରଖିବା ଉଚିତ । ଏହି ସମୟରେ ଦେବ ନୀତି ମଧ୍ୟ ବନ୍ଦ ରହିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।