2023 ବିଶ୍ଵକପ ମ୍ଯାଚରୁ ବିଦା ହେଲା ପାକିସ୍ତାନ ଦଳ । ସେପଟେ ପାକିସ୍ତାନ ରେ ଭାଙ୍ଗିଲା ଟିଭି ଜଳିଲା ନିଆଁ । ହଁ ଦର୍ଶକ ବନ୍ଧୁ ପାକିସ୍ତାନ ରେ ଏବେ ନିଆଁ ଜଳିଲାଣି । କେହି କେହି ନିଜ ଘରେ ଟିଭି ଭାଙ୍ଗି ନିଆଁ ଲଗାଉଛନ୍ତି ପାକିସ୍ତାନ ରେ । ପୁରୁଣା ରୋଗ ପୁଣି ଥରେ ପାକିସ୍ତାନ କ୍ରିକେଟ ପ୍ରେମୀ ଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ତେବେ ସୂଚନା ଅନୁଯାୟୀ ପୁଣି ଥରେ ପାକିସ୍ତାନ ବିଶ୍ଵକପ ରେ ପରାଜୟ ସ୍ଵୀକାର କରିଛି ।
ସାଉଥ ଆଫ୍ରିକା ସହ ମ୍ଯାଚ ଖେଳି ପାକିସ୍ତାନ ପରାସ୍ତ ହୋଇଛି । ବିଶ୍ଵକପରେ ପ୍ରଥମ ସ୍ଥାନରେ ରହିବାର ସ୍ଵପ୍ନ ମଧ୍ୟ ସତ ହୋଇପାରି ନାହିଁ ପାକିସ୍ତାନର । ସାଉଥ ଆଫ୍ରିକା ଠାରୁ ଶୋଚନୀୟ ପରାସ୍ତ ର ସାମ୍ନା କରିଛି ପାକିସ୍ତାନ । ତେବେ ଦଳ ପ୍ରଥମେ ବ୍ଯାଟିଙ୍ଗ କରି 271 ରନ ର ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା କୁ ଦେଇଥିବା ବେଳେ ଦକ୍ଷିଣ ଆଫ୍ରିକା ଅତି ସହଜରେ ଜିତି ଯାଇଛି ।
ପାକିସ୍ତାନର ବିଶ୍ଵକପରେ ରହିବାର ସ୍ଵପ୍ନ ଏବେ ଅଧାରେ ରହି ଯାଇଛି । ଆଉ ଏହାର କୁ-ପ୍ରଭାବ ଦେଖିବାକୁ ମିଳିଛି ପାକିସ୍ତାନରେ । ଲୋକେ ଏବେ ବହୁତ ରାଗି ଯାଇଛନ୍ତି । ବାବର ଦଳ କୁ ପାକିସ୍ତାନରେ ପୁରାଇ ଦେବେ ନାହିଁ ବୋଲି ଏବେ ଲୋକେ କହିଲେଣି । କିଏ କୁଶ ପୁତାଳିକା ଦାହ କରୁଛି ତ ଆଉ କିଏ ଘରୁ ଟିଭି ଆଣି ରାସ୍ତାରେ ପିଙ୍ଗୁଛି । ଏବେ ପୁରା ସଙ୍ଗିନ ସ୍ଥିତି ସୃଷ୍ଟି ହେଲାଣି ପାକିସ୍ତାନ ରେ ।
ପାକିସ୍ତାନ ଖେଳାଳି ମଧ୍ୟ ଏବେ ଚିନ୍ତାରେ ପଡି ଯାଇଛନ୍ତି କେମିତି ନିଜ ଦେଶକୁ ଫେରିବା ପରେ ଲୋକଙ୍କର ସାମନା କରିବେ । ଦକ୍ଷିଣ ଆଫ୍ରିକା ସହ ପାକିସ୍ତାନର ମ୍ଯାଚ ବହୁତ ଜୋରଦାର ରହିଥିଲା । ମାରକନ ଙ୍କ ବ୍ୟାଟିଙ୍ଗ କୁ ଅଟକାଇ ପାରି ନ ଥିଲେ ପାକିସ୍ତାନ କ୍ରିକେଟର । ମାରକନ ଚଉକା ଛକା ମାରି ମ୍ଯାଚ ଜିତାଇ ଦେଇଥିଲେ ଦକ୍ଷିଣ ଆଫ୍ରିକା କୁ ।
ଏମିତି ମାଡ ମାରିଥିଲେ ଯେ ପାକିସ୍ତାନ ପୁରା ବେହାଲ ହୋଇ ଯାଇଥିଲା । ପାକିସ୍ତାନ ଷଷ୍ଠ ମ୍ଯାଚ ହାରିବା ପରେ ଏବେ ସପ୍ତମ ସ୍ଥାନ କୁ ଚାଲି ଯାଇଛି । ପାକିସ୍ତାନ 6 ଟି ମ୍ଯାଚ ଖେଳି 4ଟି ହାରିଥିବା ବେଳେ 2ଟି ମ୍ଯାଚ ରେ ବିଜୟ ହାସଲ କରିଛି । ତେବେ ପାକିସ୍ତାନ ମ୍ଯାଚ ହାରିବା ପରେ ଏବେ ପାକିସ୍ତାନ ରେ ତିକ୍ତତା ଦେଖା ଯାଇଛି ପାକିସ୍ତାନ ବାସୀ ଙ୍କ ମଧ୍ୟରେ । ପାକିସ୍ତାନ ଦଳ ପାକିସ୍ତାନ ରେ ପହଞ୍ଚିବା ପରେ ସ୍ଥିତି କେତେ ସାଂଘାତିକ ହୋଇପାରେ ତାହା ଅନୁମାନ କରି ହେଉଛି । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧୀୟ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।