ବିବେକାନନ୍ଦ କହୁଥିଲେ କି ପ୍ରଥମେ ସେ ଆପଣଙ୍କୁ କମଜୋର ବୁଝିବେ, ପୁଣି ଥଟ୍ଟା କରିବେ ଓ ପୁଣି ଆପଣଙ୍କ ପାଇଁ ବାଧା ଉତ୍ପନ୍ନ କରିବେ । କିନ୍ତୁ ଆପଣ ସେହି ରାସ୍ତାରେ ଆଗକୁ ବଢି ଚାଲନ୍ତୁ । ଦିନେ ନା ଦିନେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ । ଏମିତି ହିଁ କିଛି କାହାଣୀ ଅଟେ ସୀତା ଦେବୀଙ୍କର । ଯିଏ ଆଜି ସମସ୍ତଙ୍କ ପାଇଁ ଏକ ବଡ ଉଦାହରଣ ହୋଇ ଯାଇଛନ୍ତି । ଦୁଵାକୋଟୀ ନାମକ ଗ୍ରାମରେ ରହୁଥିବା ସିତା ଦେବୀଙ୍କ ଚାଷ ଜମିରେ ପ୍ରଥମେ ସେ ପରମ୍ପରାଗତ ଉପାୟରେ ହିଁ ଚାଷ ହେଉଥିଲା ଓ ଚଳିବା ଭଳି ଟଙ୍କା ଆୟ କରି ନେଉଥିଲେ ।
କିନ୍ତୁ କିଛି ସମୟ ପରେ ତାଙ୍କୁ ମିଳିଥିବା ସୂଚନା ଆଧାରରେ ସେ କିବୀ ର ଚାଷ ଆରମ୍ଭ କରିବା ପାଇଁ ନିର୍ଣ୍ଣୟ ନେଲେ । ଉଦ୍ୟାନ ଯୋଜନାରୁ ତାଙ୍କୁ ସାହାର୍ଯ୍ୟ ବି ମିଳି ପାରିଥାନ୍ତା । କିନ୍ତୁ ଲୋକମାନେ ସୀତା ଦେବୀଙ୍କୁ ଥଟ୍ଟା କରି କହିଲେ କି ଚାଷ ଛାଡି ଏହା ସବୁ କଣ କରୁଛୁ ? କିନ୍ତୁ ସିତାଦେବୀ ଏହି ସମସ୍ତ କଥା ଉପରେ ବିଲକୁଲ ବି ଧ୍ୟାନ ଦେଲେ ନାହିଁ ଓ ଆଗକୁ ବଢିଲେ । କିନ୍ତୁ ତାଙ୍କ ସ୍ଵାମୀ ରାଜେନ୍ଦ୍ର ସିଂହ ତାଙ୍କର ଏହି କାମରେ ପୁରା ସହଯୋଗ ଦେଲେ ।

ଏହା ପରେ ପ୍ରଶାସନ ବି ତାଙ୍କୁ କିଛି ସାହାର୍ଯ୍ୟ କରିଲେ । ଏହା ଦ୍ଵାରା ସିତା ଦେବୀ ଏକ ବର୍ଷ ମଧ୍ୟରେ କିବୀ ର ବଡ ସୁନ୍ଦର ବଗିଚା କରିଦେଲେ । ଏହି ଚାଷ ପରମ୍ପରାଗତ ଚାଷ ତୁଳନାରେ ଅଧିକ ଆୟ ବି ଦେବ ଓ ଲୋକମାନଙ୍କର ଅର୍ଥ ବ୍ୟବସ୍ଥା ବି ସୁଧୁରି ଯିବ ।
ବର୍ତ୍ତମାନ ସେ କିବୀ ର ଉତ୍ପାଦନ ବି ଆରମ୍ଭ କରିଦେଇଛନ୍ତି ଓ ତାଙ୍କୁ ତ କିବୀ କୁଇନ ବି କୁହାଯିବାକୁ ଲାଗିଛି । କହିବାକୁ ଗଲେ ଯେଉଁ ଲୋକମାନେ ତାଙ୍କୁ ଥଟ୍ଟା କରୁଥିଲେ ଆଜି ସେହି ଲୋକମାନେ ତାଙ୍କ ପାଖରୁ କିବୀ ର ଉତ୍ପାଦନ ପାଇଁ ନିଜ ତରଫରୁ ପ୍ରଶିକ୍ଷଣ ବି ନେଉଛନ୍ତି ଓ ତାଙ୍କର ପ୍ରଶିକ୍ଷଣ ଆଧାରରେ କାମ ବି କରୁଛନ୍ତି ।