୯ ବର୍ଷ ପୂର୍ବେ TV ସିରିଏଲ ‘ବାବା ଏସୋ ବର ଢୁଣ୍ଡୋ’ ରେ ନଜର ଆସିଥିବା ଏହି ଅଭିନେତ୍ରୀ ଆଜି ଦେଖା ଯାଆନ୍ତି କିଛି ଏମିତି …

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଏମ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଧାରାବାହିକ “ବାବା ଏସୋ ବର୍ ଧୁଣ୍ଡୋ” ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସିରିଆଲ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ । ଏହି ସିରିଆଲ ର କଳାକାର ମାନେ ବହୁତ ସୁନ୍ଦର ଭାବରେ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । ସେହିପରି ଏକ ଭୂମିକା ଥିଲା ଭାରତୀ ଚୌହାନ ଙ୍କ । ଯାହା ଏହି ସିରିଆଲ ର ମୁଖ୍ୟ ଭୂମିକା ରହିଥିଲା ।

ଏହି ଭୂମିକା କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ ଏବଂ ବିଶେଷ ପ୍ରଶଂସା ମଧ୍ୟ କରିଥିଲେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ । ବର୍ତ୍ତମାନ ସେ କଣ କରୁଛନ୍ତି ଓ କିପରି ଅଛନ୍ତି ଆଦି ସମ୍ବନ୍ଧରେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଧାରାବାହିକ ବାବା ଏସୋ ବର୍ ଧୁଣ୍ଡୋ ରେ ଭାରତୀ ଚୌହାନ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ରିଅଲ ନାଁ ହେଉଛି ‘ଜୁହି ଅସ୍ଲମ’ । ଏହି ଅଭିନେତ୍ରୀ ଙ୍କ ଜନ୍ମ ୮ ଅକ୍ଟୋବର ୧୯୯୦ ମସିହାରେ ଆଗ୍ରା ରେ ହୋଇଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଜୁହି ଙ୍କୁ ଅଭିନୟ ରେ ଆଦୋୖ ରୁଚି ନଥିଲା । ସେ ମୁମ୍ବାଇ କୁ ଡାକ୍ତର ହେବା ନିମନ୍ତେ ଆସିଥିଲେ । କିନ୍ତୁ ତାଙ୍କ ଭାଗ୍ୟ ରେ ଅନ୍ୟ କିଛି ହିଁ ଲେଖା ହୋଇଥିଲା । ସିରିଆଲ ବାବା ଏସୋ ବର୍ ଧୁଣ୍ଡୋ ସିରିଆଲ ର ଡ଼ାଇରେକ୍ଟର ଙ୍କ ନଜର ଜୁହି ଙ୍କ ଉପରେ ପଡ଼ିଥିଲା ଏବଂ ସେ ତାଙ୍କୁ ଏହି ସିରିଆଲ ପାଇଁ ସିଲେକ୍ଟ କରିଥିଲେ ।

ଏହି ସିରିଆଲ ଏକ ଏଭଳି ଝିଅ ର କାହାଣୀ ଉପରେ ଆଧାରିତ ଥିଲା ଯାହାର ହାଇଟ ବହୁତ କମ ଅଟେ । ଏହି ସିରିଆଲ ରେ ଜୁହି ଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଥିଲେ ଏବଂ ଏହି ସିରିଆଲ ମାଧ୍ୟମରେ ଜୁହି ରାତାରାତି ଷ୍ଟାର ହୋଇ ଯାଇଥିଲେ । ଏହି ସିରିଆଲ ପରେ ଜୁହି ଙ୍କୁ ‘କୁବୁଲ ହେ’ ଏବଂ ‘ଯୋଦ୍ଧା ଅକବର’ ଭଳି ସିରିଆଲ ରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଅଭିନେତ୍ରୀ ନିଜର ଅଭିନୟ ମାଧ୍ୟମରେ ଟିଭି ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ବର୍ତ୍ତମାନ ତାଙ୍କୁ ଅନ୍ୟ କୌଣସି ପରିଚୟ ର ଆବଶ୍ୟକତା ରହିନାହିଁ । ଅଭିନେତ୍ରୀ ଜୁହି ଅସଲମ ନିଜର ଜଣେ ପୁରୁଣା ବନ୍ଧୁ ରହିମ ଙ୍କୁ ରିଅଲ ଲାଇଫ ରେ ବିବାହ କରିଛନ୍ତି ଏବଂ ସେ ଏକ ପୁଅ ସନ୍ତାନ କୁ ମଧ୍ୟ ଜନ୍ମ ଦେଇଛନ୍ତି ଯାହାର ନାମ ମହମ୍ମଦ ରହିମ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଅଭିନେତ୍ରୀ ଜୁହି ଅସଲମ ବର୍ତ୍ତମାନ ବହୁତ ମାତ୍ରାରେ ବଦଳି ଯାଇଛନ୍ତି ଏବଂ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଏବଂ ଷ୍ଟାଇଲିସ ଦେଖା ଯାଉଛନ୍ତି । ଯାହା ଆପଣ ଏହି ଫଟୋ ମାଧ୍ୟମରେ ନିଶ୍ଚିତ ଭାବରେ ଦେଖି ପାରୁଥିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।