ରିକି ପଣ୍ଟିଙ୍ଗ ଜସପ୍ରିତ ବୁମରାହଙ୍କୁ ନୁହେଁ ବରଂ ଏହି ବୋଲରଙ୍କୁ କହିଲେ ବିଶ୍ଵର ସବୁଠୁ ଭଲ ବୋଲର

ଭାରତୀୟ ଟୀମ ଓ ଅଷ୍ଟ୍ରେଲିଆ ଟୀମ ମଧ୍ୟରେ ୱାନ ଡେ ସିରୀଜ ଖେଳ ଚାଲିଛି । ଏହି ମ୍ୟାଚ ମଙ୍ଗଳବାର ରୁ ଆରମ୍ଭ ହୋଇଛି । ଦୁଇ ଟୀମ ମଧ୍ୟରେ କଡା ମୁକାବୁଲା ଦେଖିବାକୁ ମିଳିବ । ଏହି ଟୀମ ମାନଙ୍କରେ ଭଲ ବୋଲର ସହ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ ଅଛନ୍ତି । ଭାରତୀୟ ଦର୍ଶକ ଏହି ହାଇ ଭୋଲ୍ଟେଜ ମ୍ୟାଚକୁ ଦେଖିବା ପାଇଁ ବହୁତ ଉତ୍ସୁକ ଅଛନ୍ତି ।

ଭାରତ ଓ ଅଷ୍ଟ୍ରେଲିଆର ୱନ ଡେ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବ କ୍ୟାପଟେନ ରିକି ପଣ୍ଟିଙ୍ଗ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଶଂସକମାନଙ୍କର ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ଜଣେ ପ୍ରଶଂସକ ତାଙ୍କୁ ପଚରିଲେ କି ବର୍ତ୍ତମାନ ଆପଣଙ୍କ ହିସାବରେ ସବୁଠୁ ଭଲ ବୋଲର କିଏ ଅଟନ୍ତି । କ୍ୟାପଟେନ ରିକି ପଣ୍ଟିଙ୍ଗ ଉତ୍ତରରେ କହିଥିଲେ, ବର୍ତ୍ତମାନ ସମୟରେ ବିଶ୍ଵର ସବୁଠୁ ଭଲ ବୋଲର ଅଟନ୍ତି ପ୍ୟାଟ କମିଂସ ।

ରିକି ପଣ୍ଟିଙ୍ଗ ଲେଖିଥିଲେ – ମତେ ଲାଗୁଛି ୧୨ ମାସରୁ ପ୍ୟାଟ କମିଂସ ଯାହା କରିଛନ୍ତି, ସେଥିରୁ ସ୍ପଷ୍ଟ ଭାବେ ଜଣା ପଡେ କି ସେ ଜଣେ ଭଲ ବୋଲର ଅଟନ୍ତି । ରିକି ପଣ୍ଟିଙ୍ଗ ଜସପ୍ରୀତ ବୁମରାହଙ୍କ ନାମ ନେଇ ନଥିଲେ ଯେତେବେଳେ କି ଜସପ୍ରୀତ ବୁମରାହ ବର୍ତ୍ତମାନ ସମୟରେ ICC ୱାନ ଡେ ରାଙ୍କିଙ୍ଗ ରେ ନମ୍ବର ୱାନ ବୋଲର ଅଟନ୍ତି । ସେ ବହୁତ ଦିନରୁ କୌଣସି ମ୍ୟାଚ ଖେଳି ନଥିଲେ ଓ ସେ ଶ୍ରୀ ଲଙ୍କା ବିରୁଦ୍ଧରେ ହୋଇଥିବା T-20 ସିରୀଜରେ ମଇଦାନ କୁ ଫେରିଥିଲେ ।