ଏହି ପାକିସ୍ଥାନୀ ଡ୍ରାଇଭର ଭାରତୀୟ ମହିଳାଙ୍କ ସହ କରିଲା କିଛି ଏମିତି କାମ, ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ

ଆଜିର ସମୟରେ ଲୋକମାନଙ୍କର ପରସ୍ପର ଉପରେ ବିଶ୍ଵାସ କରିବା ବହୁତ କଷ୍ଟକର ଅଟେ । କାରଣ ଦୁନିଆରେ ସବୁ ଲୋକମାନଙ୍କ ମନରେ ହିଂସା, କ୍ରୋଧ, ବାଦ ଓ କପଟରେ ଭରି ରହିଛି । ହେଲେ ଆଜିମଧ୍ୟ ଏମିତି କିଛି ଖବର ସାମ୍ନାକୁ ଆସୁଛି ଯାହା ମଣିଷତ୍ତ୍ଵ ଓ ସଚ୍ଚୋଟ ପଣିଆକୁ ଜୀବନ୍ତ କରି ରଖିଛି । ଏମିତି ଏକ ଘଟଣା ଘଟିଛି ଦୁବାଇରେ ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଦୁବାଇରେ ଜଣେ ପାକିସ୍ଥାନ ଡ୍ରାଇଭର ଏକ ଭାରତୀୟ ମହିଳା ସହ ଏମିତି କିଛି କରିଛି, ଯାହା ସମସ୍ତଙ୍କ ମନକୁ ଛୁଇଁ ଯାଇଛି । ଜଣେ ଭାରତୀୟ ମହିଳା ରଶେଲ ରୋଜଙ୍କର ପର୍ସ ଜଣେ ପାକିସ୍ତାନୀ ଡ୍ରାଇଭର ମୁଦଶର ଖାଦିମଙ୍କ କ୍ୟାବରେ ରହିଯାଇଥିଲା, ଏହା ପରେ ଡ୍ରାଇଭର ଜଣକ ପୋଲିସରେ ରିପୋର୍ଟ ଦେଇ ମହିଳାଙ୍କୁ ପର୍ସ ଫେରାଇ ଥିଲେ ।

ମହିଳା ଜଣକ ତାଙ୍କର ଏକ ସାଙ୍ଗର ଜନ୍ମ ଦିନର ପାର୍ଟି ଆଟେଣ୍ଡ କରିବା ପାଇଁ ଦୁବାଇ ଆସିଥିଲେ ଓ ଜାନୁୟାରୀ ୪ ତାରିଖ ଦିନ କ୍ୟାବ ବୁକ କରିଥିଲେ । ଏହାପରେ ସେ କ୍ୟାବକୁ ଯାଉଥିଲେ ହେଲେ ତାଙ୍କ ସାଙ୍ଗ ଅନ୍ୟ ଏକ କ୍ୟାବ ବୁକ କରିଦେଇଥିଲେ । ସେହି ସମୟରେ ସେ ପ୍ରଥମ କ୍ୟାବରୁ ବାହାରି ଦ୍ଵିତୀୟ କ୍ୟାବକୁ ଯାଇଥିଲେ, ହେଲେ ସେ ତାଙ୍କର ପର୍ସକୁ ପ୍ରଥମ କ୍ୟାବରେ ଛାଡିଦେଇଥିଲେ ।

ମହିଳାଙ୍କ ପର୍ସରେ ବହୁତ ମୂଲ୍ୟବାନ କାଗଜ ଥିଲା ଓ ଏହା ସହିତ ତାଙ୍କ ପର୍ସରେ ଦୁବାଇର ଆଇଡି, ଲାଇସେନ୍ସ, କ୍ରେଡିଟ କାର୍ଡ ଓ ୨୦ ହଜାର ଟଙ୍କା ଥିଲା । ହେଲେ କ୍ୟାବର ଡ୍ରାଇଭର ମହିଳାଙ୍କର ପର୍ସକୁ ଦେଖିଥିଲେ ଓ ପୋଲିସରେ ରିପୋର୍ଟ ଦେଇଥିଲେ । ଏହାଦ୍ଵାରା ମହିଳା ଜଣଙ୍କୁ ତାଙ୍କ ପର୍ସ ମିଳିପାରିଲା ।

ଏହି ପାକିସ୍ଥାନୀ ଡ୍ରାଇଭର ଜଣକ ମଣିଷତ୍ତ୍ଵକୁ ବଞ୍ଚେଇ ରଖିବାର ଏକ ଭଲ ଉଦାହରଣ ଦେଇଛନ୍ତି । ଏହି ଘଟଣାଟି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଲୋକମାନେ ସେହି ପାକିସ୍ଥାନୀ ଡ୍ରାଇଭରର ବହୁତ ପ୍ରଶଂସା କରୁଛନ୍ତି ।