ବଲୀଉଡର ବେସ୍ଟ ଡ୍ୟାନ୍ସର ବିଷୟରେ ଯେତେବେଳେ ବି କଥା ଆସିଥାଏ ତେବେ ଆମ ସମସ୍ତଙ୍କ ମୁହଁରେ ପ୍ରଭୁ ଦେବା (Prabhu Deva), ରିତିକ ରୋଶନ (Hrithik Roshan), ଟାଇଗର ଶ୍ରଫ (Tiger Shroff), ରେମୋ ଡିସୁଜା (Remo Dsouza)ଙ୍କ ନାମ ଆସିଥାଏ । କିନ୍ତୁ ବର୍ତ୍ତମାନ ଦିନରେ ଟିକ ଟକ (TikTok)ରେ ଗୋଟିଏ ପୁଅ ନିଜର ଡ୍ୟାନ୍ସ ମୁବ୍ସ କାରଣରୁ ଇଣ୍ଟର୍ନେଟରେ ଛାଇ ଯାଇଛି ।
wow … https://t.co/0g7nzv4M7x
— Amitabh Bachchan (@SrBachchan) January 12, 2020
ଏହି ଟିକ ଟକ ଷ୍ଟାର ୟୁବରାଜ ସିଂହର ଡ୍ୟାନ୍ସ ମୁବ୍ସ ଆପଣଙ୍କୁ ଡ୍ୟାନ୍ସର ଭଗବାନ ମାଇକଲ ଜ୍ୟାକ୍ସନଙ୍କ କଥା ମନେ ପକାଇ ଦେବ । ଏହି ଟିକ ଟକ ଷ୍ଟାର ଲୋକମାନଙ୍କ ସହିତ ବଲୀଉଡର ବିଗ ବି ଅମିତାଭ ବଚ୍ଚନଙ୍କ ହୃଦୟ ବି ଜିତି ନେଇଛି । ଅମିତାଭ ୟୁବରାଜ ସିଂଙ୍କର ଏହି ଭିଡିଓ ଶେୟାର କରି କ୍ୟାପ୍ସନରେ ‘wow’ ଲେଖିଛନ୍ତି, ଯାହା ଉପରେ ୟୁଜରମାନେ ବି ବହୁତ କମେନ୍ଟ କରୁଛନ୍ତି ।
Bhaia next film :)))) https://t.co/ylTRT6tPZy
— Remo D'souza (@remodsouza) January 12, 2020
ଏହି ଭିଡିଓକୁ ଟ୍ଵିଟରରେ ବହୁତ ଶେୟାର ମଧ୍ୟ କରାଯାଉଛି । ଏହି ଭିଡିଓକୁ ରିତିକ ଓ ପ୍ରଭୁଦେବାଙ୍କୁ ଟ୍ୟାଗ ବି କରାଯାଇଛି । ଏହା ପରେ ଫିଲ୍ମମେକର ଅନୁଭବ ସିନ୍ହା ରେମୋ ଡିସୁଜାଙ୍କୁ ଟ୍ୟାଗ କରି ଏହି ଭିଡିଓକୁ ପୁଣି ଥରେ ରିଟ୍ୱୀଟ କରି ପଚାରିଲେ କି ‘ଦେଖିଛ କି’ ?
ଏହା ପରେ ରେମୋ ବି ଏହି ଭିଡିଓକୁ ଦେଖି ବହୁତ ଇମ୍ପ୍ରେସ ହୋଇଛନ୍ତି । ସେ ଏହାକୁ ରିଟ୍ୱୀଟ କରି ଲେଖିଲେ କି, ‘ଭାଇ ଆସନ୍ତା ଫିଲ୍ମ’ । ରେମୋଙ୍କ ଏହି କଥା ଉପରେ ୟୁଜରମାନେ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି ।