ଘରର ଏହି ସ୍ଥାନରେ କାଉ ବସିବା ହୋଇଥାଏ ଶୁଭ, ବଦଳିପାରେ ଭାଗ୍ୟ ଓ ମିଳିବ ଅପାର ଧନ

ଭାରତୀୟ ସଂସ୍କୃତିରେ ବହୁତସାରା କଥା ରହିଛି । ଏହି ସଂସ୍କୃତି ଆମ ଜୀବନରେ ସୁଖ ସମୃଦ୍ଧି ପାଇଁ ବହୁତ ମହତ୍ତ୍ଵ ରଖିଥାଏ । ବାସ୍ତୁ ଅନୁସାରେ ଦେଖିବାକୁ ଗଲେ ଘରେ ରହିଥିବା ସବୁ ଜିନିଷ ଏକ ସଙ୍କେତ ଦେଇଥାଏ । ଏହି ସଂକେତରୁ ଆମେ ଜାଣୁ ଆମକୁ କେତେବେଳେ କେଉଁ ସ୍ଥିତିର ସାମ୍ନା କରିବାକୁ ପଡିବ ଓ କେତେ ସମୟ ପଯନ୍ତ କରିବାକୁ ପଡିବ ।

ହିନ୍ଦୁ ଧର୍ମ ଅନୁସାରେ କାଉକୁ ପିତୃପୁରୁଷଙ୍କ ରୂପ ଦିଆଯାଇଛି । ଅର୍ଥାତ ମଣିଷ ମରିବା ପରେ କୌଣସି ରୂପରେ ନିଜ ପରିବାର ସହ ସବୁବେଳେ ରହିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ କି କାଉ ଘରର କେଉଁ ଜାଗାରେ ବସିଲେ ଆପଣଙ୍କୁ କଣ ଲାଭ ମିଳିଥାଏ ।

ଜୀବନରେ ପାପ ଓ ପୂଣ୍ୟ ପରି ଦୁଇଟି କାର୍ଯ୍ୟ ରହିଛି । ମଣିଷ ବୁଝି ବିଚାର କାର୍ଯ୍ୟ କରି ପୂଣ୍ୟ ଅର୍ଜନ କରିବା ଉଚିତ । ମଣିଷ ହେଉ କିମ୍ବା ପଶୁ ପକ୍ଷୀ ସମସ୍ତଙ୍କୁ ଖାଦ୍ୟ ଓ ପାଣିର ଆବଶ୍ୟକତା ରହିଥାଏ । ମଣିଷକୁ ବହୁତ ଉପାୟରେ ଖାଦ୍ୟ ମିଳିଥାଏ । ପକ୍ଷୀମାନେ ମୁଖତଃ ମଣିଷ ଉପରେ ନିର୍ଭର କରନ୍ତି । ଏପରି ମଧ୍ୟ କୁହାଯାଏ କି ପକ୍ଷୀମାନଙ୍କୁ ଦାନା ଦେବା ବହୁତ ପୂଣ୍ୟର କାର୍ଯ୍ୟ ହୋଇଥାଏ । ଏହାର ଫଳ ମଣିଷକୁ ତାର ଜୀବନ କାଳରେ କିମ୍ବା ମୃତ୍ୟୁ ପରେ ନିଶ୍ଚିତ ମିଳିଥାଏ ।

ଆଜି ଆମେ ଆପଣଙ୍କୁ କହିବୁ, ଯଦି ଆପଣ ପକ୍ଷୀ ମାନଙ୍କ ପାଇଁ ପାଣି ରଖନ୍ତି ଓ ଦାନା ଦିଅନ୍ତି ତେବେ ତାହା ଆପଣଙ୍କ ପାଇଁ କିପରି ଲାଭ ଦାୟକ ହୋଇଥାଏ । ପକ୍ଷୀଟି ଘରର କୌଣସି ସ୍ଥାନରେ ବସିଲେ ଶୁଭ ସଙ୍କେତ ମିଳିଥାଏ । ମଣିଷ ନିଜ ଭାଗ୍ୟ ନିଜେ ତିଆରି କରିଥାଏ । ଭାରତୀୟ ସଂସ୍କୃତି ଅନୁସାରେ କୁହାଯାଇଛି କିଛି ସଙ୍କେତ ଭଗବାନଙ୍କ ଦ୍ଵାରା ଦିଆଯାଇଥାଏ ।

ଆଜିର ଦୁନିଆରେ ସମସ୍ତେ ଧନ ପ୍ରାପ୍ତି କରିବାକୁ ଚାହାନ୍ତି । ବେଳେ ବେଳେ ଭଗବାନ କିଛି ଏପରି ସଙ୍କେତ ଦେଇଥାନ୍ତି ଯାହା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ । ଆପଣ ଏକ ଶୋଷିଲା ପକ୍ଷୀ ପାଇଁ ଗୋଟେ ଗଡୁରେ ପାଣି ରଖନ୍ତୁ । ଯଦି ଗଡୁ ପାଖରେ କୌଣସି କାଉ ଆସି ବସେ, ତେବେ ଜାଣିବେ ଆପଣଙ୍କୁ ଜଲ୍ଦି ଧନ ପ୍ରାପ୍ତି ହେବ । ଏହା ଈଶ୍ଵରଙ୍କର ସଙ୍କେତ ହୋଇଥାଏ । ଯାହାଦ୍ଵାରା ଆପଣଙ୍କୁ ଜୀବନରେ ବହୁତ ଶ୍ରୀଘ ଧନ ଲାଭ ହୋଇଥାଏ ।