ଏସବୁ ଅଟେ ବଲୀଉଡର ସବୁଠୁ ମହଙ୍ଗା ଗୀତ, ଏଗୁଡିକୁ ପ୍ରସ୍ତୁତ କରିବା ପାଇଁ ଖର୍ଚ୍ଚ ହେଇଛି କୋଟି କୋଟି ଟଙ୍କା

ଗୀତ କୌଣସି ବି ଫିଲ୍ମର ଜୀବନ ହୋଇଥାଏ । ଗୀତ ବିନା ଫିଲ୍ମ ଅଧା ଅଟେ । ପାଖାପାଖି ସମସ୍ତ ଫିଲ୍ମରେ ଗୀତ ସାମିଲ କରା ଯାଇଥାଏ । ଏମିତିରେ କୌଣସି ଫିଲ୍ମର ଗୀତ ରିଲିଜ ହୋଇଥାଏ ତେବେ ଫିଲ୍ମକୁ ଫ୍ରୀରେ ପବ୍ଲିସିଟୀ ମିଳିଯାଏ । ବୋଧେ ଏହି କାରଣର ଅଟେ କି ବଲୀଉଡରେ ଅନେକ ଗୀତରେ ପାଣି ଭଳି ଟଙ୍କା ବୁହା ଯାଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡର ସବୁଠୁ ମହଙ୍ଗା ଗୀତ ବିଷୟରେ କହିବାକୁ ଯାଉଛୁ ।

ପ୍ରେମ ରତନ ଧନ ପାୟୋ – ଟାଇଟଲ ସଙ୍ଗ

ସଲମାନ ଖାନ ଓ ସୋନମ କପୁରଙ୍କର ଫିଲ୍ମ ‘ପ୍ରେମ ରତନ ଧନ ପାୟୋ’ ଫିଲ୍ମର ଟାଇଟଲ ଗୀତ ବହୁତ ଫେମସ ହୋଇଥିଲା । ଏହା ଏକ କାଚ ମହଲ ଟାଇପର ସେଟରେ ଶୁଟିଙ୍ଗ କରା ଯାଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି କାଚ ମହଲକୁ ପ୍ରସ୍ତୁତ କରିବା ପାଇଁ ପାଖାପାଖି ୩୦୦ କାରିଗରକୁ ଲଗା ଯାଇଥିଲା । ଏହା କରିବା ପାଇଁ ୫ ରୁ ୬ ମାସ ସମୟ ଲାଗିଥିଲା ଓ ଏହାକୁ କରିବା ପାଇଁ ପାଖାପାଖି ୨.୫ କୋଟି ଟଙ୍କା ଖର୍ଚ ହୋଇଥିଲା ।

ଡୋଲା ରେ ଡୋଲା – ଦେବଦାସ

ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ ଓ ଐଶ୍ୱର୍ୟା ରାୟ ଅଭିନୀତ ‘ଦେବଦାସ’ ଫିଲ୍ମ ବି ବକ୍ସ ଅଫିସରେ ଭଲ କଲେକ୍ଶନ କରିଥିଲା । ଏହି ଫିଲ୍ମରେ ‘ଡୋଲା ରେ ଡୋଲା’ ଗୀତ ବହୁତ ଫେମସ ହୋଇଥିଲା । ଗୀତରେ ମାଧୁରୀ ଓ ଐଶ୍ୱର୍ୟା ଦୁଇ ଜଣ ହିଁ ଥିଲେ । ଫିଲ୍ମଟି ସଞ୍ଜୟ ଲୀଳା ଭଂସାଲୀଙ୍କର ଥିଲା ସେଥିପାଇଁ ସେଟ ଉପରେ ଭଲ ଟଙ୍କା ଖର୍ଚ କରାଯାଇଥିଲା । କହିବାକୁ ଗଲେ ଏହି ଗୀତରେ ପାଖାପାଖି ୨.୫ କୋଟି ଟଙ୍କା ଖର୍ଚ କରାଯାଇଥିଲା ।

ମଲଂଗ – ଧୂମ 3

ଆମିର ଖାନ ଓ କଟରୀନା କୈଫଙ୍କର ଫିଲ୍ମ ‘ଧୂମ 3’ ର ‘ମଲଂଗ’ ଗୀତରେ ବିଦେଶରୁ ୨୦୦ ଜିମ୍ନାସ୍ଟଙ୍କୁ ଡକା ଯାଇଥିଲା । ଗୀତକୁ ବହୁତ ବଡ ଦେଖାଇବା ପାଇଁ ଏଥିରେ ପାଖାପାଖି ୫ କୋଟି ଟଙ୍କା ଖର୍ଚ କରାଯାଇଥିଲା ।

ଥା କରକେ – ଗୋଲମାଲ 2

ରୋହିତ ଶେଟ୍ଟୀ ସବୁବେଳେ ନିଜ ଫିଲ୍ମରେ ଗାଡି ଗୁଡିକ ଭାଙ୍ଗନ୍ତି ବୋଲି ଜଣା ଯାଆନ୍ତି । ଏମିତିରେ ସେ ‘ ‘ଗୋଲମାଲ 2’ର ‘ଥା କରକେ’ ଗୀତରେ ବି ୧୦ ଟି ଲଗ୍ଜରୀ କାର ଭାଙ୍ଗିଥିଲେ । ଏହି ଗୀତରେ ୧୦୦୦ ଡାନ୍ସର ଓ ୨୦୦ ଟ୍ରେଂଡ ଫାଈଟର ଥିଲେ । ଗୀତର ଶୁଟିଙ୍ଗ ମୁମ୍ବାଇରେ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା । ବର୍ତ୍ତମାନ ଆପଣ ଏଥିରେ ଅନ୍ଦାଜ ଲଗାଇ ପାରିବେ କି ଏହି ଗୀତରେ କେତେ ଟଙ୍କା ଖର୍ଚ କରାଯାଇଥିବ ।

ଜବ ପ୍ୟାର କିୟା ତୋ ଡରନା କ୍ୟା – ମୁଗଲ-ଏ-ଆଜମ

୧୯୬୦ରେ ବଲୀଉଡର କ୍ଲାସିକ ‘ମୁଗଲ-ଏ-ଆଜମ’ ଫିଲ୍ମର ‘ଜବ ପ୍ୟାର କିୟା ତୋ ଡରନା କ୍ୟା’ ଗୀତ ବି ବହୁତ ପପୁଲାର ହୋଇଥିଲା । ଏହି ଗୀତରେ ୧୫୦ ଫୁଟ ଲମ୍ବା ଓ ୮୦ ଫୁଟ ଚଉଡା ଏକ କାଚ ମହଲ ପ୍ରସ୍ତୁତ କରାଯାଇଥିଲା । ସେଟରେ କରାଯାଇଅଥିବା କାଚ ବେଲ୍ଜିଯୟମରୁ ଆସିଥିଲା । ବର୍ତ୍ତମାନ ଜମାନ ସହିତ ଯଦି ଏହାର ତୁଳନା କରାଯାଏ ତେବେ ଏହି ଗୀତରେ ପାଖାପାଖି ୨.୫ କୋଟି ଟଙ୍କା ପାର ହୋଇଯାଇଥିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।