କିଛି ମିନିଟରେ ହିଁ ବିଛାର ବିଷକୁ ନଷ୍ଟ କରିବାର ରାମବାଣ ଉପାୟ, ଥରେ ନିଶ୍ଚୟ ପଢନ୍ତୁ

ଦୁନିଆରେ ଏମିତି ବହୁତ ବିଷଧର ଜୀବ ଅଛନ୍ତି ଯେଉଁମାନେ କାମୁଡିବା ଦ୍ଵାରା ତାଙ୍କର ବିଷକୁ କାଟିବା ବହୁତ କଷ୍ଟ ହୋଇଥାଏ । ଏଥି ମଧ୍ୟରୁ ଗୋଟିଏ ଜୀବ ହେଉଛି ବିଛା । ବିଛା ର ବିଷ ବହୁତ ମାରାତ୍ମକ ଅଟେ । ତାହାର କାମୁଡିବା ଦ୍ଵାରା ପୁରା ଶରୀରରେ ବିଷ ବ୍ୟାପିବାକୁ ଲାଗେ । ଏହା ଦ୍ଵାରା ବ୍ୟକ୍ତିକୁ ବହୁତ କଷ୍ଟ ହୋଇଥାଏ । କିନ୍ତୁ କିଛି ଉପାୟ ଅଛି ଯାହାକୁ କରିବା ଦ୍ଵାରା ଆପଣ ବିଛାର ବିଷକୁ କାଟି ପାରିବେ ।

ପଶୁମାନେ କାମୁଡିବା ଓ ସାପ, ବିଛା ଭଳି ବିଷଧର ଜୀବ କାମୁଡିବା ସ୍ଥାନରେ ଅପମାରଙ୍ଗ ପତ୍ର ଓ ମୂଳର ତାଜା ରସ ଲଗାଇବା ଓ ପତ୍ର ଗୁଡିକର ରସ ୨ ଚାମଚ ୨ ଥର ସେବନ କରିବା ଦ୍ଵାରା ବିଷ ସଙ୍ଗେ ସଙ୍ଗେ ଖସିଯାଏ ଓ ବ୍ୟଥାରୁ ବି ଆରାମ ମିଳିଥାଏ ।

ବିଛାର ବିଷର ରାମବାଣ ଉପଚାର

ପଥର ଉପରେ ଦୁଇ – ଚାରି ବୁନ୍ଦା ପାଣି ଢାଳି ତାହା ଉପରେ ତେନ୍ତୁଳୀ ମଞ୍ଜିକୁ ଘସନ୍ତୁ । ଏହା ପରେ ଏହି ମିଶ୍ରଣକୁ  କାମୁଡିଥିବା ସ୍ଥାନରେ ଲଗାନ୍ତୁ ଓ ସେଠାରେ ଘସା ଯାଇଥିବା ମଞ୍ଜି ଲଗାଇ ରଖନ୍ତୁ । ଦୁଇ ମିନିଟରେ ହିଁ ବିଛାର ବିଷ ନଷ୍ଟ ହୋଇଯିବ ଓ କାନ୍ଦୁଥିବା ମଣିଷ ବି ହସିବାକୁ ଲାଗିବ ।

ପୋଟାସିୟମ ପରମ୍ୟାଙ୍ଗନେଟ ଓ ଲେମ୍ବୁର ଫୁଲ (ସାଇଟ୍ରିକ ଏସିଡ)କୁ ପେଷି ଅଲଗା ଅଲଗା ବୋତଲରେ ଭର୍ତ୍ତି କରି ରଖନ୍ତୁ । ବିଛା କାମୁଡିବା ସ୍ଥାନରେ ଲେମ୍ବୁ ଫୁଲର ପାଉଡର ଏବଂ ପୋଟାସିୟମ ପରମ୍ୟାଙ୍ଗନେଟ ପାଉଡର ଚୁଟକି ଭଳି ରଖନ୍ତୁ । ଏହା ଉପରେ ଗୋଟିଏ ବୁନ୍ଦା ପାଣି ଢାଳନ୍ତୁ । ଅଳ୍ପ ସମୟରେ ବିଷ ବାହାରିବାକୁ ଲାଗିବ । ଏହା ଏକ ଅଦ୍ଭୁତ ଔଷଧ ଅଟେ ।

ଏକ ପଥରକୁ ଭଲ ଭାବରେ ସଫା କରି ତାହା ଉପରେ ଫିଟିକିରି ଘସନ୍ତୁ । ଯେଉଁଠି ବିଛା କାମୁଡିଛି ସେହି ଜାଗାରେ ଲେପକୁ ଲଗାନ୍ତୁ ଓ ନିଆଁରେ ଅଳ୍ପ ସେକନ୍ତୁ । ଯେକୌଣସି ବିଛାର ବିଷ ହେଉ ନା କାହିଁକି ଏହି ବିଧି ଦ୍ଵାରା ବିଷ ଅଳ୍ପ ମିନିଟରେ ବାହାରିଯିବ ।

ଗ୍ରାଇଣ୍ଡିଙ୍ଗ ହୋଇଥିବା କଳା ଲୁଣ ଓ ପିଆଜ ମିଶାଇ ବିଛା କାମୁଡିଥିବା ସ୍ଥାନରେ ରଖିଲେ ବିଷ ସଙ୍ଗେ ସଙ୍ଗେ ନଷ୍ଟ ହୋଇଯାଏ ।

ଧ୍ୟାନ ରଖନ୍ତୁ ଏହି କଥା

ଯେତେବେଳେ କୌଣସି ବିଛା କାମୁଡି ଦେଇଛି ତ ତୁରନ୍ତ ସେହି ଜାଗା ଠାରୁ ଚାରି ଆଙ୍ଗୁଠି ଉପରକୁ ଗୋଡକୁ କୌଣସି ଦୌଡି କିମ୍ବା କପଡା ସାହାର୍ଯ୍ୟରେ ବାନ୍ଧି ଦିଅନ୍ତୁ । ଯାହା ଦ୍ଵାରା  ବିଷ ଜଲ୍ଦି ବ୍ୟାପିବ ନାହିଁ । ଏହା ପରେ ସଫା ସେଫ୍ଟୀ ପିନ କିମ୍ବା ଚିମଟା ଗରମ କରି ତ୍ଵଚାରେ ପଶିଥିବା ଡଙ୍କକୁ ବାହାର କରି ଦିଅନ୍ତୁ ।